ଭୁବନେଶ୍ୱର: ଡିଜିଟାଲ୍ ଅନ୍ତର୍ଭୁକ୍ତିକାରଣ ଏବଂ ପ୍ରଯୁକ୍ତି-ଚାଳିତ ଶିକ୍ଷା ପ୍ରତି ଏହାର ପ୍ରତିବଦ୍ଧତାକୁ ସୁଦୃଢ଼ କରି, ରିଲାଏନ୍ସ ଜିଓ ପକ୍ଷରୁ ଜିଓ-ପିସି ରେ ଏଆଇ କ୍ଲାସରୁମ୍ ଏବେ ଓଡ଼ିଆ ଭାଷାରେ ଉପଲବ୍ଧ ହୋଇଥିବା ଘୋଷଣା କରାଯାଇଛି, ଯାହା ସମଗ୍ର ଓଡ଼ିଶାର ଉପଭୋକ୍ତାମାନଙ୍କ ପାଇଁ ଅତ୍ୟାଧୁନିକ ଡିଜିଟାଲ୍ ଶିକ୍ଷାକୁ ଅଧିକ ସୁଗମ କରିବାର ପଥ ପ୍ରଶସ୍ତ କରିଛି।
ଜିଓ-ପିସି ଦ୍ୱାରା ପରିଚାଳିତ ଏବଂ ଜିଓ ଇନଷ୍ଟିଚ୍ୟୁଟ୍ ଦ୍ୱାରା ଡିଜାଇନ୍ କରାଯାଇଥିବା ଏଆଇ କ୍ଲାସରୁମ୍, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଶିଖିବାର ଇଚ୍ଛା ରଖୁଥିବା ସମସ୍ତ ଶିକ୍ଷାର୍ଥୀମାନଙ୍କୁ ଏକ ସରଳ ଏବଂ ସୁଲଭ ଉପାୟରେ ଏଆଇ ଟୁଲସ ବା କୃତ୍ରିମ ବୁଦ୍ଧିମତ୍ତା ଉପକରଣ, ଇଣ୍ଟରଆକ୍ଟିଭ୍ ଶିକ୍ଷା ଉପାଦାନ ଓ ସମ୍ବଳ ଏବଂ କ୍ଲାଉଡ୍-ଆଧାରିତ କମ୍ପ୍ୟୁଟିଂକୁ ଆକ୍ସେସ୍ ଓ ବ୍ୟବହାର କରିବାକୁ ସକ୍ଷମ କରିଥାଏ। ଓଡ଼ିଆ ଭାଷା ସମର୍ଥନ ଯୋଡି ହେବା ସହିତ, ବ୍ୟବହାରକାରୀମାନେ ଏବେ ଏଆଇ ଉପକରଣ (ଟୁଲସ) ସହିତ ସହଜରେ ସମ୍ବାଦ କରିପାରିବେ, ଶିକ୍ଷା ବିଷୟବସ୍ତୁ ଅନୁସନ୍ଧାନ କରିପାରିବେ ଏବଂ ସେମାନଙ୍କ ମାତୃଭାଷାରେ ଅଧିକ ଆରାମରେ ଡିଜିଟାଲ୍ କାର୍ଯ୍ୟ ସମ୍ପାଦନ କରିପାରିବେ।
ଜିଓ-ପିସି ହେଉଛି ଏକ କ୍ଲାଉଡ୍-ଆଧାରିତ ପର୍ସନାଲ କମ୍ପ୍ୟୁଟିଂ ସମାଧାନ ଯାହା ବ୍ୟବହାରକାରୀଙ୍କୁ କୌଣସି ମହଙ୍ଗା ହାର୍ଡୱେୟାରର ବିନା ଆବଶ୍ୟକତାରେ ଟେଲିଭିଜନ କିମ୍ବା ମନିଟର ମାଧ୍ୟମରେ ଏକ ସମ୍ପୂର୍ଣ୍ଣ ଡେସ୍କଟପ୍ ପରିବ୍ୟବସ୍ଥାକୁ ଆକ୍ସେସ୍ ଓ ବ୍ୟବହାର କରିବା ସୁବିଧା ପ୍ରଦାନ କରିଥାଏ। କ୍ଲାଉଡ୍ ପ୍ରଯୁକ୍ତିବିଦ୍ୟାକୁ ଏଆଇ-ଚାଳିତ ଆପ୍ଲିକେସନ୍ ସହିତ ମିଶ୍ରଣ କରି, ଜିଓ-ପିସି ଡିଜିଟାଲ୍ ବୈଷମ୍ୟକୁ ଦୂର କରିବାରେ ସାହାଯ୍ୟ କରୁଛି ଏବଂ ଅଧିକ ଲୋକଙ୍କୁ ଆଧୁନିକ କମ୍ପ୍ୟୁଟିଂର ଲାଭ ଉଠାଇବାରେ ସକ୍ଷମ କରୁଛି।
ଏଆଇ କ୍ଲାସରୁମ୍ ପାଇଁ ଓଡ଼ିଆ ଭାଷା ସମର୍ଥନ ପ୍ରଚଳନ ସ୍ଥାନୀୟ ଭାଷା ସଶକ୍ତିକରଣ ଏବଂ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରୁଥିବା ଡିଜିଟାଲ୍ ଅଭିବୃଦ୍ଧି ଉପରେ ଜିଓର ନିରନ୍ତର ଧ୍ୟାନକୁ ପ୍ରତିଫଳିତ କରୁଛି, ଯାହା ସୁନିଶ୍ଚିତ କରିଥାଏ ଯେ ପ୍ରଯୁକ୍ତିବିଦ୍ୟା ସାରା ରାଜ୍ୟର ସବୁ ସମୁଦାୟଙ୍କ ପାଇଁ ଅଧିକ ପ୍ରାସଙ୍ଗିକ ଏବଂ ବ୍ୟବହାରକାରୀ-ଅନୁକୂଳ ରହିବ।
ଏହିଭଳି ପଦକ୍ଷେପ ମାଧ୍ୟମରେ, ରିଲାଏନ୍ସ ଜିଓ ଡିଜିଟାଲ୍ ସୁଯୋଗର ବିସ୍ତାର, ଛାତ୍ରଛାତ୍ରୀ ଏବଂ ଶିକ୍ଷାର୍ଥୀମାନଙ୍କୁ ସଶକ୍ତ କରିବା ଏବଂ ଓଡ଼ିଶାରେ ପ୍ରଯୁକ୍ତିବିଦ୍ୟା-ଚାଳିତ ଶିକ୍ଷାର ଅଭିବୃଦ୍ଧିକୁ ସମର୍ଥନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି।


