Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ଉଦଯାପିତ
ଆଜିର ଖବର

ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ଉଦଯାପିତ

March 13, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
Over 1 Lakh Citizens Witness the Historic “Nyaya Sanhita” Exhibition
Over 1 Lakh Citizens Witness the Historic “Nyaya Sanhita” Exhibition

ଭୁବନେଶ୍ଵର: ଓଡ଼ିଶା ପୋଲିସ ଦ୍ୱାରା ଆୟୋଜିତ ସପ୍ତାହବ୍ୟାପୀ ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ଆଜି ସଫଳତାର ସହ ଉଦଯାପିତ ହୋଇଛି। ଭୁବନେଶ୍ୱରର ୟୁନିଟ-୩ ର ଇଡକୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏହି ପ୍ରଦର୍ଶନୀରେ ୧ ଲକ୍ଷରୁ ଅଧିକ ଲୋକ ଯୋଡ଼ି ହୋଇଥିଲେ। ଏହି ସମ୍ମିଳନୀ ବୃହତ୍ତର ଭାବେ ସାଧାରଣ ଲୋକଙ୍କ ମଧ୍ୟରେ ଆଇନ ସଚେତନତା ଓ କମ୍ୟୁନିଟି ପୋଲିସିଂରେ ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନା କରିସାରିଛି।

ପ୍ରଦର୍ଶନୀର ଶେଷ ଦିନରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଡାକ୍ତର ମନୋଜ କୁମାର ସାହୁ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଶାଶ୍ୱତ ମିଶ୍ର, ଶ୍ରମ ଓ ESI ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଚିତ୍ରା ଅରୁମୁଗମ, ଏବଂ ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ।

ଶେଷଦିନରେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ RPF, CISF ଓ CRPFର କର୍ମଚାରୀ ଓ ତାଙ୍କ ପରିବାରସଦସ୍ୟମାନେ ଯୋଗଦେଇ ଭାରତର ନୂତନ ନ୍ୟାୟ ବ୍ୟବସ୍ଥା ବିଷୟରେ ଅବଗତ ହୋଇଥିଲେ। ଉଲ୍ଲେଖ ଯୋଗ୍ୟ ଯେ,ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଦୁଇ ଦିନ ସମୟ ବଢ଼ାଯାଇଥିବା ଏହି ପ୍ରଦର୍ଶନୀ ନୂତନ ଆଇନ ଭାରତୀୟ ନ୍ୟାୟ ସଂହିତାକୁ ସାଧାରଣ ଲୋକଙ୍କ ମଧ୍ୟରେ ସରଳ ଭାବରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ଏହି ଆଇନ ୧ ଜୁଲାଇ ୨୦୨୪ ଠାରୁ ଔପନୈଶିକ ଯୁଗର ପୁରୁଣା ଆଇନକୁ ପରିବର୍ତ୍ତନ କରି ଏକ ଅଧିକ ପାରଦର୍ଶୀ, କାର୍ଯ୍ୟକୁଶଳ ଓ ନାଗରିକମୁଖୀ ନ୍ୟାୟ ବ୍ୟବସ୍ଥା ଗଢ଼ି ତୋଳିଛି।

ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନେତୃତ୍ୱରେ ଗଠିତ ଉଚ୍ଚସ୍ତରୀୟ କମିଟି ଦ୍ୱାରା ପରିକଳ୍ପିତ ଏହି ପ୍ରଦର୍ଶନୀକୁ “Journey of Justice” ଭାବେ ଗଢ଼ାଯାଇଥିଲା। ପରମ୍ପରାଗତ ବ୍ୟାଖ୍ୟା ପରିବର୍ତ୍ତେ ଏଠାରେ ଏକ ଅନୁଭୂତିମୂଳକ ପ୍ରଦର୍ଶନୀ ତିଆରି କରାଯାଇଥିଲା। ଦର୍ଶକମାନେ ପ୍ରଥମେ ଏକ ବାସ୍ତବସଦୃଶ Crime Scene ପାଭିଲିଅନ୍ରୁ ଯାତ୍ରା ଆରମ୍ଭ କରିଥିଲେ, ଯେଉଁଠାରେ ଫରେନ୍ସିକ୍ ଏକ୍ସପର୍ଟମାନେ ପ୍ରମାଣ ସଂଗ୍ରହର “Golden Hour” ବିଷୟରେ ପ୍ରଦର୍ଶନ କରିଥିଲେ। ତାପରେ ଏହି ଯାତ୍ରା Police Control Room ମାଧ୍ୟମରେ ଆଗକୁ ବଢ଼ିଥିଲା, ଯେଉଁଠାରେ Dial-୧୧୨ ହେଲ୍ପଲାଇନ୍ ଓ GPS-ସମର୍ଥିତ ପୋଲିସ୍ ଡିସ୍ପାଚ୍ ପ୍ରଣାଳୀ ପ୍ରଦର୍ଶିତ ହୋଇଥିଲା। Police Station ଅଂଶରେ Zero FIR ନିବନ୍ଧନ ଓ ଡିଜିଟାଲ୍ କେସ୍ ମ୍ୟାନେଜମେଣ୍ଟ ଭଳି ଆଧୁନିକ ପ୍ରଣାଳୀ ବିଷୟରେ ଜଣାଯାଇଥିଲା। ପରେ Hospital ଓ Forensic Laboratory ପାଭିଲିଅନ୍ରେ ବୈଜ୍ଞାନିକ ଓ ପ୍ରମାଣଭିତ୍ତିକ ତଦନ୍ତ ପ୍ରଣାଳୀ ପ୍ରଦର୍ଶନ କରାଯାଇଥିଲା।

ଏହାପରେ ଦର୍ଶକମାନେ ଏକ ଜିଲ୍ଲା କୋର୍ଟ ଓ ଉଚ୍ଚ ନ୍ୟାୟାଳୟ ପରିବେଶରେ ମାମଲା ଶୁଣାଣି ଓ ଅପିଲ୍ ପ୍ରକ୍ରିୟାକୁ ନିକଟରୁ ଦେଖିଥିଲେ। ଶେଷରେ Prison Pavilion ରେ ନୂତନ ଆଇନର ସୁଧାରମୂଳକ ପ୍ରୟାସ—ଯଥା କଏଦୀମାନଙ୍କ ପାଇଁ ବୃତ୍ତିମୂଳକ ପ୍ରଶିକ୍ଷଣ ଓ ସମାଜରେ ପୁନର୍ବାସ—ଉପସ୍ଥାପିତ ହୋଇଥିଲା। ନ୍ୟାୟ ପ୍ରକ୍ରିୟା ବ୍ୟତୀତ ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ବିଭିନ୍ନ କ୍ଷମତାକୁ ମଧ୍ୟ ପ୍ରଦର୍ଶନ କରାଯାଇଥିଲା। Special Operations Group (SOG) ଓ Odisha Disaster Rapid Action Force (ODRAF) ର ପ୍ରଦର୍ଶନ ପରେ ଦର୍ଶକମାନେ ପୋଲିସର Carrier Pigeon Service ବିଷୟରେ ଜାଣିଥିଲେ—ଯାହା ବିଶ୍ୱରେ ଏକମାତ୍ର କାର୍ଯ୍ୟରତ ସେବା ଭାବେ ପରିଚିତ। ଏହା ସହ Modern Communication Stall (ERSS) ରେ ସାଟେଲାଇଟ୍ ଯୋଗାଯୋଗ ବ୍ୟବସ୍ଥା, ଏନ୍କ୍ରିପ୍ଟେଡ୍ ଡିଜିଟାଲ୍ ରେଡିଓ ନେଟୱର୍କ ଓ CCTNS ସଂଯୁକ୍ତ ପ୍ରଣାଳୀ ପ୍ରଦର୍ଶନ କରାଯାଇଥିଲା।

ପ୍ରଦର୍ଶନୀରେ ସମାଜର ପ୍ରାୟ ସମସ୍ତ ବର୍ଗର ବ୍ୟକ୍ତି ବିଶେଷ ଯୋଗଦେଇଥିଲେ। ନ୍ୟାୟାଧୀଶ, ବରିଷ୍ଠ ପ୍ରଶାସକ, ଆଇନଜୀବୀ, ଶିକ୍ଷାବିତ ଓ ଯୁବ ପ୍ରତିନିଧିମାନଙ୍କ ସହ ଶ୍ରମିକ, ଆଶା ଓ ଅଙ୍ଗନବାଡି କର୍ମୀ ଓ ସ୍ୱୟଂସହାୟିକା ଗୋଷ୍ଠୀ ସଦସ୍ୟମାନେ ମଧ୍ୟ ଯୋଗଦେଇଥିଲେ।

ଚଳଚ୍ଚିତ୍ର ଜଗତର ବ୍ୟକ୍ତିତ୍ୱ, ସୋସିଆଲ୍ ମିଡିଆ ଇନ୍ଫ୍ଲୁଏନ୍ସର୍ ଓ ମିଡିଆ ପେଶାଦାରମାନଙ୍କ ଉପସ୍ଥିତି ଏହି ବାର୍ତ୍ତାକୁ ଆହୁରି ବ୍ୟାପକ କରିଥିଲା।

ଜଟିଳ ଆଇନ ଭାଷାକୁ ସାଧାରଣ ଲୋକଙ୍କ ପାଇଁ ସହଜ କରିବା ପାଇଁ ପ୍ରତିଦିନ ଓଡ଼ିଆ ନାଟକୀୟ ଅଭିନୟ ମାଧ୍ୟମରେ ନ୍ୟାୟ ସଂହିତାର ବିଭିନ୍ନ ପ୍ରାବଧାନକୁ ଉପସ୍ଥାପନ କରାଯାଇଥିଲା।

ସମ୍ପୂର୍ଣ୍ଣ ପ୍ରଦର୍ଶନୀଟି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କ ପରିଚାଳନାରେ ସୁଚାରୁ ଭାବେ ଆୟୋଜିତ ହୋଇଥିଲା। ସପ୍ତାହବ୍ୟାପି ରାଜ୍ୟର ବିଭିନ୍ନ ସ୍ଥାନରୁ ଅନେକ ପୂର୍ବତନ IPS ଅଧିକାରୀ ଓ ବରିଷ୍ଠ ପୋଲିସ ଅଧିକାରୀମାନେ ପ୍ରଦର୍ଶନୀକୁ ବୁଲି ଦେଖିବା ସହ ଆଲୋଚନା କରିଥିଲେ।

ଗତ ବର୍ଷରେ Zero FIR କ୍ଷେତ୍ରରେ ୧୬୬% ବୃଦ୍ଧି ଓ ଦଣ୍ଡାଦେଶ ହାର ୮୭.୬% କୁ ପହଞ୍ଚିଥିବା ପରିପ୍ରେକ୍ଷୀରେ, ଏହି ପ୍ରଦର୍ଶନୀ ଜନସାଧାରଣ ମଧ୍ୟରେ ବିଶ୍ୱାସ ଓ ସଚେତନତା ବଢ଼ାଇବାରେ ଏକ ଶକ୍ତିଶାଳୀ ଉଦ୍ୟମ ଭାବେ ପ୍ରମାଣିତ ହୋଇଛି। ଏହା ଓଡ଼ିଶା ପୋଲିସର ପାରଦର୍ଶୀ, କାର୍ଯ୍ୟକୁଶଳ ଓ ଲୋକାଭିମୁଖୀ ନ୍ୟାୟ ବ୍ୟବସ୍ଥା ପ୍ରତି ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଛି ଏବଂ “ବିକଶିତ ଓଡ଼ିଶା” ଗଢ଼ିବାରେ ଲୋକଙ୍କ ସହ ଭାଗୀଦାର ହେବାର ସଙ୍କଳ୍ପକୁ ଦୃଢ କରୁଛି।

“Nyaya Sanhita” Exhibition ଓଡିଶା ପୋଲିସ ନ୍ୟାୟ ସଂହିତା ପ୍ରଦର୍ଶନୀ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶାର ଗ୍ରାମାଞ୍ଚଳରେ ମୋବାଇଲ୍ ସଂଯୋଗକୁ ସୁଦୃଢ଼ ​​କରିବା ପାଇଁ ୨୨୨୯ କୋଟିର ଆବଣ୍ଟନ

March 13, 2026

ଏସଆଇଆର ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 13, 2026

ଆଜି ମାର୍ଚ୍ଚ ୧୩ ତାରିଖ ଶୁକ୍ରବାରରେ ଏହି ରାଶି ଉପରେ ଖୁସି ରହିବେ ମା’ ଲକ୍ଷ୍ମୀ

March 13, 2026

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026
Latest News

ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ଉଦଯାପିତ

March 13, 2026

ଓଡିଶାର ଗ୍ରାମାଞ୍ଚଳରେ ମୋବାଇଲ୍ ସଂଯୋଗକୁ ସୁଦୃଢ଼ ​​କରିବା ପାଇଁ ୨୨୨୯ କୋଟିର ଆବଣ୍ଟନ

March 13, 2026

ପଶ୍ଚିମ ଏସିଆ ଘଟଣାକ୍ରମ ସମ୍ପର୍କରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 13, 2026

ଏସଆଇଆର ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 13, 2026

ଆଜି ମାର୍ଚ୍ଚ ୧୩ ତାରିଖ ଶୁକ୍ରବାରରେ ଏହି ରାଶି ଉପରେ ଖୁସି ରହିବେ ମା’ ଲକ୍ଷ୍ମୀ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.