Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି
ଆଜିର ଖବର

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି
ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

ଭୁବନେଶ୍ୱର: ଓଡ଼ିଶାର ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ଦୀର୍ଘଦିନ ଧରି ନିଜର ପ୍ରାପ୍ୟ ପାଇବା ପାଇଁ ବାରମ୍ବାର ସରକାରଙ୍କ ଦ୍ୱାରସ୍ଥ ହୋଇ ଅବହେଳିତ ଅବସ୍ଥାରେ ରହିଛନ୍ତି ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତିରେ କହିଛନ୍ତି।

ସୂଚନାଥାଉକି, ସ୍ୱାଧୀନତା ପୂର୍ବରୁ ଓଡ଼ିଶାରେ ମାଧ୍ୟମିକ ବିଦ୍ୟାଳୟ ସଂଖ୍ୟା ଥିଲା ୧୩୭, ବର୍ତ୍ତମାନ ତାହା ୮ ହଜାରରୁ ଊର୍ଦ୍ଧ୍ୱରେ ପହଞ୍ଚିଲାଣି। ସେଥିମଧ୍ୟରୁ ସରକାରୀ ବିଦ୍ୟାଳୟ ସଂଖ୍ୟା ୪୦୦୦ ଥିବା ବେଳେ ପୂର୍ଣ୍ଣ ଓ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ସଂଖ୍ୟା ୩୨୪୩। ୧୯୯୪ ମସିହାରେ ୩୦୧୨ ବିଦ୍ୟାଳୟ ସରକାରୀକରଣ ହୋଇଥିଲା।

ସେହିଦିନଠାରୁ ଅଦ୍ୟାବଧି କୌଣସି ବିଦ୍ୟାଳୟ ସରକାରୀକରଣ ହୋଇ ନାହିଁ। ସରକାରୀକରଣ ହେଲେ ସବୁ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ସମାନ ସ୍ଥିତିରେ ରହିବା ସହିତ ସବୁ ପିଲା ସମାନ ସୁବିଧା ସୁଯୋଗ ପାଇବେ ଓ ଶିକ୍ଷକ ମାନେ ମଧ୍ୟ ସମସ୍ତ ସୁବିଧା ସୁଯୋଗ ପାଇପାରିବେ। ନୂତନ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ସମସ୍ତ ସରକାରୀ ସୁବିଧାରୁ ଅନେକାଂଶରେ ବଞ୍ଚିତ ହେଉଛନ୍ତି। ସରକାରୀ ଓ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ମଧ୍ୟରେ ଅନେକ ତାରତମ୍ୟ ରହିଛି। ସରକାରୀ ବିଦ୍ୟାଳୟରେ ଅଧ୍ୟୟନରତ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନେ ପ୍ରି-ମାଟ୍ରିକ୍ ସ୍କଲାରସିପ୍ ପାଉଥିବା ବେଳେ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥିରୁ ବଞ୍ଚିତ ହେଉଛନ୍ତି।

ସେହିପରି ସରକାରୀ ବିଦ୍ୟାଳୟରୁ ଅବସର ପରେ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ପେନସନ୍ ପାଉଥିବା ବେଳେ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରୁ ଅବସର ନେବା ପରେ ଏହି ସୁବିଧା ପାଉ ନାହାଁନ୍ତି। ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ଯଦିଓ ସରକାର ଶିକ୍ଷକ ନିଯୁକ୍ତିର ବ୍ୟବସ୍ଥା କରିଛନ୍ତି, ଏବେବି ଅନେକ ପଦବୀ ଶୂନ୍ୟ ପଡ଼ିଛି। ସେହିପରି ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ରୁ ୫୬୦୦ ଓ ମହାବିଦ୍ୟାଳୟରୁ ପ୍ରାୟ ୧୫୦୦ ରୁ ଅଧିକ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ଅବସର ନେଇଛନ୍ତି ବା ମୃତ୍ୟୁବରଣ କରିଛନ୍ତି। ସେହି ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ନିଯୁକ୍ତିର ସୁବିଧା ସରକାର ଅଦ୍ୟାବଧି ସୃଷ୍ଟି କରି ନାହାଁନ୍ତି।

ବିଗତ ସରକାର ଏହି ବର୍ଗର ବିଦ୍ୟାଳୟ ଗୁଡ଼ିକରେ ନିଯୁକ୍ତିର ବ୍ୟବସ୍ଥା କରି ନଥିଲେ। କିନ୍ତୁ ବର୍ତ୍ତମାନର ଜନପ୍ରିୟ ସରକାର ଏହି ବର୍ଗର ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶିକ୍ଷକ କର୍ମଚାରୀ ନିଯୁକ୍ତିର ବ୍ୟବସ୍ଥା କରି ଶିକ୍ଷକ ସମସ୍ୟା ସମାଧାନ କରନ୍ତୁ। ନଚେତ୍ ଦୀର୍ଘ ୩୫ରୁ ୪୦ ବର୍ଷ ଧରି ଚାଲୁଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକ ଅଚିରେ ଭାଙ୍ଗିଯିବ। ଅନେକ ବିଦ୍ୟାଳୟରେ ଜଣେ କିମ୍ବା ଦୁଇଜଣ ଶିକ୍ଷକରେ ବିଦ୍ୟାଳୟ ଚାଲିଛି। ପ୍ରାୟ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କର ଉପସ୍ଥାନ ମଧ୍ୟ ସଠିକ୍ ରହିଛି। ବିଦ୍ୟାଳୟରୁ ଶିକ୍ଷକ ଅବସର ନେବା ପରେ ପିଲାସଂଖ୍ୟା ଦୃଷ୍ଟିରୁ ଆବଶ୍ୟକୀୟ ଶିକ୍ଷକ ଶିକ୍ଷୟିତ୍ରୀ ନାହାଁନ୍ତି। ସରକାର ସବୁବର୍ଗର ବିଦ୍ୟାଳୟଗୁଡ଼ିକୁ ସରକାରୀକରଣ କରି ଏକପ୍ରକାର ବିଦ୍ୟାଳୟରେ ପରିଣତ କରିବା ପୂର୍ବକ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ତଥା ଛାତ୍ରଛାତ୍ରୀମାନଙ୍କୁ ସମାନ ସୁବିଧା ଯୋଗାଇ ଦେଲେ ଏହି ବିଦ୍ୟାଳୟଗୁଡ଼ିକର ଅବସ୍ଥା ସୁଧୁରି ପାରିବ।

ସେହିପରି ଅନୁଦାନ ଯୋଗ୍ୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଦୀର୍ଘ ୨୫ରୁ ୩୦ ବର୍ଷ ଧରି ବିନା ପାରିଶ୍ରମିକରେ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ଅବସ୍ଥା ମଧ୍ୟ ଅତ୍ୟନ୍ତ ଶୋଚନୀୟ। ସେହି ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ବହି, ପୋଷାକ, ସାଇକେଲ ଓ ମଧ୍ୟାହ୍ନଭୋଜନ ପାଆନ୍ତି ନାହିଁ। ସେହି ବିଦ୍ୟାଳୟ ମଧ୍ୟରେ କେତେକ ଭାଙ୍ଗି ଗଲାଣି ଏବଂ ଆଉ କେତେକ ମଧ୍ୟ ଭାଙ୍ଗିବାକୁ ବସିଲାଣି। ତେଣୁ ସରକାର ସବୁ ବର୍ଗର ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କୁ ସମାନ ସୁବିଧା ଯୋଗାଇ ଦେଲେ ଏହି ସବୁ ବିଦ୍ୟାଳୟର ଅବସ୍ଥା ସୁଧୁରିବା ସହ ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି ହୋଇ ପାରିବ ବୋଲି ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି।

ଭାରତର ସର୍ବୋଚ୍ଚ ନ୍ୟାୟାଳୟ ସମାନ କାମକୁ ସମାନ ଦରମା ପ୍ରଦାନ ଏବଂ ସବୁ ପିଲାମାନଙ୍କୁ ସମାନ ସୁବିଧା ପ୍ରଦାନର କଥା କହିଥିବା ବେଳେ ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ମଧ୍ୟ ଶିକ୍ଷକ କିମ୍ବା ଛାତ୍ରଛାତ୍ରୀମାନଙ୍କୁ ସୁବିଧା ସୁଯୋଗ ନଯୋଗାଇବା କଥା କଥା କହି ନାହିଁ । ଜାତୀୟ ଶିକ୍ଷାନୀତି ୨୦୨୦ ଲାଗୁ କରିବା ମଧ୍ୟ ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ସବୁବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ କରି ଏହି ଶିକ୍ଷାନୀତି ଲାଗୁ କଲେ ସାମଗ୍ରିକ ଭାବରେ  ସମସ୍ୟାଗୁଡ଼ିକ ଦୂରୀଭୁତ ହେବ । ନଚେତ୍ ଆଗାମୀ ଦିନରେ ଏହି ସବୁ ବିଦ୍ୟାଳୟଗୁଡ଼ିକ ଭାଙ୍ଗିଯିବା ସହ ସରକାର ଚିନ୍ତା କରିଥିବା ଯୋଜନା ଫଳପ୍ରଦ ହେବ ନାହିଁ ।

ଏଣୁ ଅନୁରୋଧ ସବୁ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ସରକାରୀକରଣ, ଅଣଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଅନୁଦାନ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ କର୍ମଚାରୀଙ୍କୁ ପେନସନ୍ ପ୍ରଦାନ, ଶୂନ୍ୟପଡ଼ିଥିବା ପଦବୀରେ ନିଯୁକ୍ତିର ବ୍ୟବସ୍ଥା କରି ସରକାର ଏହି ବିଦ୍ୟାଳୟଗୁଡ଼ିକୁ ଭାଙ୍ଗିବାରୁ ରକ୍ଷା କରନ୍ତୁ।  ନଚେତ୍ ଆଗାମୀ ଦିନରେ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ଏକ ଦୁର୍ବାର ଆନ୍ଦୋଳନ ଗଢ଼ିତୋଳିବ।

ଏଥିପାଇଁ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିନିମନ୍ତେ ସରକାର ଦାୟୀ ରହିବେ ବୋଲି ସମନ୍ୱୟ ସମିତି ପକ୍ଷରୁ ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଅଜୟ କୁମାର ପତି, ରଞ୍ଜନ କୁମାର ପଣ୍ଡା, ଏମ୍‌.ଏ.କାସିମ୍ ବେଗ୍‌, ପ୍ରଶାନ୍ତ କୁମାର ପତି, ସୁରେଶ ଚନ୍ଦ୍ର ଦାସ, ରାଜା ଓସିମ୍‌, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା, ଗଦାଧର ଶତପଥି, ରମାକାନ୍ତ ଲେଙ୍କା ଏବଂ ମଧୁସୂଦନ ଦେ ପ୍ରମୁଖ ଦୃଢ଼ ଚେତାବନୀ ଦେଇଛନ୍ତି।

ଅବହେଳିତ ପ୍ରେସ୍ ବିବୃତି ସମନ୍ୱୟ ସମିତି
Share. Facebook Twitter LinkedIn Email WhatsApp Copy Link

Related Posts

ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

April 24, 2026

ଗଛକୁ ପିଟିଲା ସ୍କୁଟି: ଜଣେ ମୃତ

April 24, 2026

ବନବିଭାଗ କର୍ମଚାରୀଙ୍କୁ ନିର୍ଧୂମ ପିଟିଲେ

April 24, 2026

ବଢିଲା ଇସ୍ରାଏଲ – ଲେବାନନ ଅସ୍ତ୍ରବିରତି ଅବଧି

April 24, 2026
Latest News

ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

April 24, 2026

ଗଛକୁ ପିଟିଲା ସ୍କୁଟି: ଜଣେ ମୃତ

April 24, 2026

ବନବିଭାଗ କର୍ମଚାରୀଙ୍କୁ ନିର୍ଧୂମ ପିଟିଲେ

April 24, 2026

ବଢିଲା ଇସ୍ରାଏଲ – ଲେବାନନ ଅସ୍ତ୍ରବିରତି ଅବଧି

April 24, 2026

ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ, ପାଖ ମାଡିବନି ଲୁ

April 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.