ଭୁବନେଶ୍ଵର: ଓଡ଼ିଶାରୁ ଖାଲିଥିବା ରାଜ୍ୟସଭାର ୪ଟି ଆସନ ପୂରଣ ନିମନ୍ତେ ଆସନ୍ତାକାଲି ସୋମବାର ମତଦାନ ଅନୁଷ୍ଠିତ ହେବ। ବିଧାନସଭା ଭବନର କୋଠରୀ ନମ୍ବର ୫୪ରେ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ସେହିଦିନ ସନ୍ଧ୍ୟା ୫ଟାରୁ ଭୋଟ୍ ଗଣତି ହେବା ସହ ଫଳ ପ୍ରକାଶ ପାଇବ।
ବିଜେପି ପକ୍ଷରୁ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବରିଷ୍ଠ ନେତା ସୁଜିତ୍ କୁମାର। ଅନ୍ୟପଟେ ଡକ୍ଟର ସନ୍ତୃପ୍ତ ମିଶ୍ର ଓ ଡାକ୍ତର ଦତ୍ତେଶ୍ୱର ହୋତା ବିଜେଡି ପ୍ରାର୍ଥୀ ହୋଇଛନ୍ତି। ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ।
ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ କଂଗ୍ରେସ ସମର୍ଥନ ଦେବା ପାଇଁ ପୂର୍ବରୁ ସ୍ଥିର କରିଛି।


