ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ବିଧାନସଭା ମଣ୍ଡଳୀ ନାକଟିଦେଉଳ ପଂଚାୟତ ସମିତିର ପୂର୍ବତନ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ ବିଜେପିରେ ଯୋଗ ଦେଇଥିବା ଜଣାପଡିଛି। ଆଜି ବୁର୍ଲା ଏମସିଏଲ ଠାରେ ବିଜେପିର ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବା ଅବସରରେ ନାକଟିଦେଉଳ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷା ତଥା ବିଜେଡିର ମନ୍ଦାକିନୀ ରାଉଳ, ବିଜେଡିର ବ୍ଲକ ସଭାପତି ତଥା ପୂର୍ବତନ ସମିତିସଭ୍ୟ ମୂଳିଆ ରାଉଳ ଓ ଘୋଷରାମାଳ ପଞ୍ଚାୟତର ନାଏବ ସରପଞ୍ଚ ଗିରିଧାରୀ ପ୍ରଧାନ ବିଜେପିରେ ଯୋଗ ଦେଇଛନ୍ତି।
ଏହି ମିଶ୍ରଣ ପର୍ବରେ ବିଜେପି ନେତା ତଥା ରେଢ଼ାଖୋଲ ବିଧାନସଭାର ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର, ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରି ନାଏକ, ନାକଟିଦେଉଳର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ପ୍ରଧାନ ତଥା ବିଜେପିର ବହୁ ବରିଷ୍ଠ ସଦସ୍ୟ ଯୋଗ ଦେଇଥିଲେ।


