Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିକାଶ ଓ ସଶକ୍ତୀକରଣ କ୍ଷେତ୍ରରେ ମହିଳାଙ୍କ ନେତୃତ୍ୱ ନେଇ ସୋଆ ବଦ୍ଧପରିକର: ଉପସଭାପତି ଶ୍ରୀମତି ଦାସ
ଆଜିର ଖବର

ବିକାଶ ଓ ସଶକ୍ତୀକରଣ କ୍ଷେତ୍ରରେ ମହିଳାଙ୍କ ନେତୃତ୍ୱ ନେଇ ସୋଆ ବଦ୍ଧପରିକର: ଉପସଭାପତି ଶ୍ରୀମତି ଦାସ

March 17, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିକାଶ ଓ ସଶକ୍ତୀକରଣ କ୍ଷେତ୍ରରେ ମହିଳାଙ୍କ ନେତୃତ୍ୱ ନେଇ ସୋଆ ବଦ୍ଧପରିକର: ଉପସଭାପତି ଶ୍ରୀମତି ଦାସ
ବିକାଶ ଓ ସଶକ୍ତୀକରଣ କ୍ଷେତ୍ରରେ ମହିଳାଙ୍କ ନେତୃତ୍ୱ ନେଇ ସୋଆ ବଦ୍ଧପରିକର: ଉପସଭାପତି ଶ୍ରୀମତି ଦାସ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ କାର୍ଯ୍ୟରତ ମହିଳାମାନଙ୍କ ପକ୍ଷରୁ ସୋମବାର ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ସୋଆର ଉପସଭାପତି ଶାଶ୍ୱତୀ ଦାସ ସୋଆର ମହିଳା କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

ଏହି ଅବସରରେ ଶ୍ରୀମତି ଦାସ ନିଜର ଅଭିଭାଷଣରେ କହିଛନ୍ତି ଯେ ପ୍ରତ୍ୟେକ ଅନୁଷ୍ଠାନର ସ୍ୱତନ୍ତ୍ର ଭୂମିକା ରହିଛି। ଶୈକ୍ଷିକ ଉତ୍କର୍ଷତା, ବିକାଶ ଓ ସଶକ୍ତୀକରଣ କ୍ଷେତ୍ରରେ ମହିଳାଙ୍କ ନେତୃତ୍ୱ ନେଇ ସୋଆ ବଦ୍ଧପରିକର।

ଶ୍ରୀମତି ଦାସ କହିଥିଲେ ଯେ, ମହିଳାମାନେ ସବୁ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇପାରୁଥିବା ବେଳେ ପରସ୍ପରକୁ ସାହାଯ୍ୟ ଓ ସହଯୋଗ କରିବାର ଆବଶ୍ୟକତା ରହିଛି।

କେବଳ ଶିକ୍ଷା କିମ୍ବା ସ୍ୱାସ୍ଥ୍ୟ କ୍ଷେତ୍ରରେ ନୁହେଁ ବରଂ ବିଭିନ୍ନ ବିଭାଗରେ ମହିଳାମାନେ ନିଜର ବହୁମୂଲ୍ୟ ଯୋଗଦାନ ଦେଇ ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ଏହି ଦୃଷ୍ଟିରୁ ସେମାନେ ବିଶ୍ୱବିଦ୍ୟାଳୟ ପାଇଁ ଉଦାହରଣ ପାଲଟିଛନ୍ତି ବୋଲି ଆନନ୍ଦ ବ୍ୟକ୍ତ କରିଛନ୍ତି ଶ୍ରୀମତି ଦାସ।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ନୀତା ମହାନ୍ତି, ସୋଆର କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ସୋଆ ଓ ସୁମା ରିୟଲ ମିଡିଆର ମହିଳା ନେତୃବର୍ଗ ନିଜର ବକ୍ତବ୍ୟରେ ନାରୀ ସଶକ୍ତୀକରଣ ଏବଂ ଅଧିକାର ସମ୍ପର୍କରେ ଆଲୋକପାତ କରିଥିଲେ। ନିଜ ଅନୁଭୂତି ବଖାଣି ଏହି ପ୍ରମୁଖ ମହିଳାମାନେ ଝିଅମାନଙ୍କ ସମେତ ପୁଅମାନଙ୍କୁ ମଧ୍ୟ ଉପଯୁକ୍ତ ସଂସ୍କାର ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ରୁଚି ଭୂୟାଁ, ସମ୍ ନର୍ସିଂ କଲେଜର ନିର୍ଦ୍ଦେଶିକା ପ୍ରଫେସର ପ୍ରଭାତୀ ତ୍ରିପାଠୀ ଓ ଏସ୍‌ଏନ୍‌ସି -୧ର ଡିନ୍ ପ୍ରଫେସର ସସ୍ମିତା ଦାସଙ୍କ ସମେତ ବିଭିନ୍ନ ବିଭାଗୀୟ ମୁଖ୍ୟ, ପ୍ରଫେସର, ଫ୍ୟାକଲି୍ଟ, କାର୍ଯ୍ୟରତ ମହିଳା କର୍ମଚାରୀ ଏବଂ ସୁମା ରିୟଲ୍ ମିଡିଆ ପ୍ରାଇଭେଟ ଲିମିଟେଡ୍‌ର ମହିଳା ସାମ୍ବାଦିକମାନେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଡିସ୍‌ନାଲ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିିଆର୍ , ପ୍ରଫେସର ରେଣୁ ଶର୍ମା କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ଆନ୍ତର୍ଜାତିକ ମହିଳା ଦିବସ ବିକାଶ ଓ ସଶକ୍ତୀକରଣ କ୍ଷେତ୍ର ଶିକ୍ଷା ଓ ଅନୁସନ୍ଧାନ ସୋଆ ଉପସଭାପତି
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ସୂଚନା ଅଧିକାର ଆଇନ ସମ୍ବନ୍ଧୀୟ ୪ ଦିନିଆ ଦକ୍ଷତା ବିକାଶ ତାଲିମ ଓ କର୍ମଶାଳା ଶୁଭାରମ୍ଭ

March 17, 2026

ଖଡ଼ଗପୁର-ଟାଙ୍ଗୀ-ବିଶାଖାପାଟଣା-ବିଜୟୱାଡ଼ା ହାଇସ୍ପିଡ୍‌ କରିଡ଼ର ନେଇ ଉଚ୍ଚସ୍ତରୀୟ ବୈଠକ

March 17, 2026

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

March 17, 2026

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର: ଗିରିଜା ବଳିୟାରସିଂହ ମନୋନିତ

March 17, 2026
Latest News

ବିକାଶ ଓ ସଶକ୍ତୀକରଣ କ୍ଷେତ୍ରରେ ମହିଳାଙ୍କ ନେତୃତ୍ୱ ନେଇ ସୋଆ ବଦ୍ଧପରିକର: ଉପସଭାପତି ଶ୍ରୀମତି ଦାସ

March 17, 2026

ଭୁବନେଶ୍ୱରରେ ସୂଚନା ଅଧିକାର ଆଇନ ସମ୍ବନ୍ଧୀୟ ୪ ଦିନିଆ ଦକ୍ଷତା ବିକାଶ ତାଲିମ ଓ କର୍ମଶାଳା ଶୁଭାରମ୍ଭ

March 17, 2026

ଖଡ଼ଗପୁର-ଟାଙ୍ଗୀ-ବିଶାଖାପାଟଣା-ବିଜୟୱାଡ଼ା ହାଇସ୍ପିଡ୍‌ କରିଡ଼ର ନେଇ ଉଚ୍ଚସ୍ତରୀୟ ବୈଠକ

March 17, 2026

ବେଆଇନ ମହଜୁଦକାରୀ ଏବଂ କଳାବଜାର ରୋକିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

March 17, 2026

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.