Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା: ପୁରୁଷୋତ୍ତମ ଧାମ ଯାତ୍ରା କଲେ ଖୋର୍ଦ୍ଧା ଜିଲ୍ଲାର ୨୨୨ ତୀର୍ଥ ଯାତ୍ରୀ
ଆଜିର ଖବର

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା: ପୁରୁଷୋତ୍ତମ ଧାମ ଯାତ୍ରା କଲେ ଖୋର୍ଦ୍ଧା ଜିଲ୍ଲାର ୨୨୨ ତୀର୍ଥ ଯାତ୍ରୀ

March 17, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା
ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା: ପୁରୁଷୋତ୍ତମ ଧାମ ଯାତ୍ରା କଲେ ଖୋର୍ଦ୍ଧା ଜିଲ୍ଲାର ୨୨୨ ତୀର୍ଥ ଯାତ୍ରୀ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାର ୨୨୨ ଜଣ ତୀର୍ଥ ଯାତ୍ରୀ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ହିତର କାଠ ଦର୍ଶନ ଏବଂ ମହାପ୍ରସାଦ ସେବନ ନିମନ୍ତେ ପୁରୀ ଶ୍ରୀ ପୁରୁଷୋତ୍ତମ ଧାମ ଯାତ୍ରା କରିଛନ୍ତି। ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ୬ ଗୋଟି ବସ୍ ଆୟୋଜନ କରାଯାଇଥିଲା।

ଜିଲ୍ଲାର ଦୁଇଗୋଟି ସ୍ଥାନରୁ ତଥା ରାଜ୍ୟ ସଦର ମହକୁମା ବଡଗଡ କଲ୍ୟାଣ ମଣ୍ଡପ ଏବଂ ଜିଲ୍ଲା ସଦର ମହକୁମା ଓରମାସ କାର୍ଯ୍ୟାଳୟ ପରିସରରେ ତୀର୍ଥ ଯାତ୍ରୀ ମାନଙ୍କ ପୁରୀ ଶ୍ରୀ ଜଗନ୍ନାଥ ଦର୍ଶନ ନିମନ୍ତେ ସମସ୍ତ ପ୍ରକାର ସୂ ବନ୍ଦୋବସ୍ତ କରାଯାଇଥିଲା। ତୀର୍ଥ ଯାତ୍ରୀ ମାନେ ଉଭୟ ସ୍ଥାନରେ ସକାଳ ୭ ଘଟିକା ସମୟରେ ପହଞ୍ଚିଲା ପରେ ଡାକ୍ତରୀ ଦଳ ଦ୍ବାରା ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ କରାଯିବା ପରେ ସେମାନଙ୍କୁ ଜଳଖିଆ ଖାଇବାକୁ ଦିଆଯାଇ ଥିଲା। ପରେ ସେମାନଙ୍କୁ ଏସ୍କର୍ଟ ଅଫିସରଙ୍କ ତତ୍ତ୍ଵାବଧାନରେ ବସରେ ଚାଢ଼ାଯାଇ ପାଣି ବୋତଲ, ଛତା ଆଦି କିଟ୍ ବ୍ୟାଗ୍ ପ୍ରଦାନ କରାଯାଇଥିଲା।

ଖୋର୍ଦ୍ଧା ଠାରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସାଫଲ୍ୟ ମଣ୍ଡିତ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ପ୍ରଥମ ପର୍ଯ୍ୟାୟରେ ତୀର୍ଥ ଯାତ୍ରୀ ମାନଙ୍କ ପୁରୀ ଶ୍ରୀ କ୍ଷେତ୍ର ଧାମ ଆଗମନର ଶୁଭାରମ୍ଭ କରିଥିଲେ। ଖୋର୍ଦ୍ଧା ଠାରେ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପ ସଭାପତି, ଗୋପୀନାଥ ମହାରଣା,ବି ଡି ଓ, ଖୋର୍ଦ୍ଧା ସିଦ୍ଧାର୍ଥ ପଟ୍ଟନାୟକ, ନିଜାରତ ଅଧିକାରୀ ରିଶଭ ତ୍ରିପାଠୀ,ଜିଲ୍ଲା ପରିଚାଳିକା,ଓ ଏସ ଆର ଟି ସି, ଲିଯାଲିନ ସାହୁ, ଅତିରିକ୍ତ ପରିବହନ ଅଧିକାରୀ, ଖୋର୍ଦ୍ଧା , ଅରବିନ୍ଦ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ କୁମାର ହୀଆଲ ଯୋଗଦେଇଥିବା ବେଳେ ପର୍ଯ୍ୟଟନ ବିକାଶ ଅଧିକାରୀ ସୁସ୍ମିତା ପ୍ରଧାନ ପରିଚାଳନା କରିଥିଲେ।

ଖୋର୍ଦ୍ଧାରୁ ୪ ଗୋଟି ବସରେ ତୀର୍ଥ ଯାତ୍ରୀ ପୁରୀ ଗସ୍ତ କରିଥିବା ବେଳେ ଭୁବନେଶ୍ୱର ବଡଗଡ କଲ୍ୟାଣ ମଣ୍ଡପରୁ ୨ ଗୋଟି ବସରେ ତୀର୍ଥ ଯାତ୍ରୀ ପୁରୀ ଶ୍ରୀକ୍ଷେତ୍ର ଧାମ ଯାତ୍ରା କରିଛନ୍ତି। ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଉପଜିଲ୍ଲାପାଳ ଡ଼ଃ ମନୋରଞ୍ଜନ ସାହୁ ଯୋଗଦେଇଥିବା ବେଳେ ସହକାରୀ ନିର୍ଦ୍ଦେଶକ, ପର୍ଯ୍ୟଟନ ଅଞ୍ଜନ କୁମାର ବାରିକ ସମସ୍ତ କାର୍ଯ୍ୟ ପରିଚାଳନା କରିଥଲେ। ସମୁଦାୟ ୨୨୨ ତୀର୍ଥ ଯାତ୍ରୀ ୬ ଗୋଟି ବସରେ ଖୋର୍ଦ୍ଧା ଜିଲ୍ଲାରୁ ପ୍ରଥମ ପର୍ଯ୍ୟାୟରେ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାରେ ସାମିଲ ହୋଇଛନ୍ତି। ପୁରୀରେ ବୃନ୍ଦା ବତୀ ନିବାସ ରେ ସମସ୍ତ ରହଣି ଓ ଖାଦ୍ୟ ପେୟର ବ୍ୟବସ୍ଥା ହୋଇଅଛି।

ଖୋର୍ଦ୍ଧା ଜିଲ୍ଲା ପୁରୁଷୋତ୍ତମ ଧାମ ଯାତ୍ରା ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ଶ୍ରୀ ଜଗନ୍ନାଥ ମହାପ୍ରଭୁ
Share. Facebook Twitter LinkedIn Email WhatsApp Copy Link

Related Posts

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026

ଭାରତ ବିରୁଦ୍ଧରେ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍: ୭ ବିଦେଶୀ ନାଗରିକ ଗିରଫ

March 17, 2026

ଭୁବନେଶ୍ବରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମୁଖ୍ୟମନ୍ତ୍ରୀ କଲେ ସାକ୍ଷାତ

March 17, 2026

ମିଳିମିଳା ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

March 17, 2026
Latest News

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା: ପୁରୁଷୋତ୍ତମ ଧାମ ଯାତ୍ରା କଲେ ଖୋର୍ଦ୍ଧା ଜିଲ୍ଲାର ୨୨୨ ତୀର୍ଥ ଯାତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026

ଭାରତ ବିରୁଦ୍ଧରେ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍: ୭ ବିଦେଶୀ ନାଗରିକ ଗିରଫ

March 17, 2026

ଭୁବନେଶ୍ବରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମୁଖ୍ୟମନ୍ତ୍ରୀ କଲେ ସାକ୍ଷାତ

March 17, 2026

ମିଳିମିଳା ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.