Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଢ଼ାଖୋଲ ଢୁଙ୍କଛାଲି ଜଙ୍ଗଲରେ ଦୁର୍ଦ୍ଧାନ୍ତ ଅପରାଧୀ ଟିମାକୁ ଏନକାଉଣ୍ଟର: ୩ ସହଯୋଗୀ ଗିରଫ
ଆଜିର ଖବର

ରେଢ଼ାଖୋଲ ଢୁଙ୍କଛାଲି ଜଙ୍ଗଲରେ ଦୁର୍ଦ୍ଧାନ୍ତ ଅପରାଧୀ ଟିମାକୁ ଏନକାଉଣ୍ଟର: ୩ ସହଯୋଗୀ ଗିରଫ

March 18, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ରେଢ଼ାଖୋଲ ଢୁଙ୍କଛାଲି ଜଙ୍ଗଲରେ ଦୁର୍ଦ୍ଧାନ୍ତ ଅପରାଧୀ ଟିମାକୁ ଏନକାଉଣ୍ଟର: ୩ ସହଯୋଗୀ ଗିରଫ
ରେଢ଼ାଖୋଲ ଢୁଙ୍କଛାଲି ଜଙ୍ଗଲରେ ଦୁର୍ଦ୍ଧାନ୍ତ ଅପରାଧୀ ଟିମାକୁ ଏନକାଉଣ୍ଟର: ୩ ସହଯୋଗୀ ଗିରଫ

ରେଢ଼ାଖୋଲ (କନ୍ଦର୍ପ ବେହେରା): ଆଜି ଭୋରରୁ ରେଢ଼ାଖୋଲ ଥାନା ଢ଼ୁଙ୍କଛାଲି ଜଙ୍ଗଲରେ ଦୁର୍ଦ୍ଧାନ୍ତ ଅପରାଧୀ ଧନେଶ୍ଵର ଝାଙ୍କର ଓରଫ ଟିମାକୁ ଏନକାଉଣ୍ଟର କରିଛି ପୋଲିସ। ତାର ଡାହାଣ ଗୋଡରେ ଗୁଳି ବାଜିଥିବା ବେଳେ ବୁଲା ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଟିମା ନାଁରେ ବିଭିନ୍ନ ଜିଲ୍ଲାରେ ୪୦ ରୁ ଅଧ‌ିକ ମାମଲା ଥିବା ପୋଲିସ କହିଛି। ଟିମାର ୩ ସହଯୋଗୀକୁ ମଧ୍ୟ ପୋଲିସ ଗିରଫ କରିବାରେ ସଫଳ ହୋଇଛି।

ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ନାକଟିଦେଉଳ ବ୍ଲକ ଢୁଙ୍କଛାଲି ଜଙ୍ଗଲ ଅଞ୍ଚଳରେ ଦୁର୍ଦ୍ଧାନ୍ତ ଅପରାଧୀ ଧନେଶ୍ଵର ଝାଙ୍କର ଓରଫ ଟିମା ଓ ତାର ତିନି ସହଯୋଗୀ ଥିବା ପୋଲିସ୍ ଜାଣିବାକୁ ପାଇଥିଲା। ପୋଲିସ ସେମାନଙ୍କୁ ଅଟକାଇବାକୁ ପ୍ରୟାସ କରିଥିଲା। କିନ୍ତୁ ପୋଲିସକୁ ଚକମା ଦେଇ ଅଭିଯୁକ୍ତମାନେ ଖସି ପଳାଇବାକୁ ଚେଷ୍ଟା କରି ପୋଲିସ ଉପରକୁ ଗୁଳି ଚାଲାଇଥିଲେ।

ଏହାର ଜବାବରେ ଆତ୍ମରକ୍ଷା ପାଇଁ ପୋଲିସ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା। ପୋଲିସ ଗୁଳିରେ ଦୁର୍ଦ୍ଧାନ୍ତ ଅପରାଧୀ ଧନେଶ୍ଵର ଝାଙ୍କର ଓରଫ ଟିମାର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ଅପରାଧୀ ୩ ରାଉଣ୍ଡ ଗୁଳି ଚଲାଇଥିବା ବେଳେ ପୋଲିସ ମଧ୍ୟ ୨ ରାଉଣ୍ଡ ଗୁଳି ଚଲାଇବାକୁ ବାଧ୍ୟ ହୋଇଥିଲା। ତାର ୩ ଜଣ ସହଯୋଗୀକୁ ଘଟଣା ସ୍ଥଳରୁ ପୋଲିସ ଗିରଫ କରିବା ସହିତ ଟିମାକୁ ମଧ୍ୟ କବ୍ଜା କରିବାରେ ସଫଳ ହୋଇଥିଲା।

ପୋଲିସ ଏକ ପିସ୍ତଲ ସହିତ ଜୀବନ୍ତ ଗୁଳି, ଏକ ବୋଲେରୋ ଗାଡ଼ି, ଏକ ତାର କଟର ଓ ବିଦ୍ୟୁତ ତାର କାଟିବାରେ ବ୍ୟବହୃତ ଅନ୍ୟାନ୍ୟ ଉପକରଣ ଜବତ କରିଛି। ସମ୍ବଲପୁର, ରେଢ଼ାଖୋଲ ଓ ନାକଟିଦେଉଳ ପୋଲିସ୍ ମିଳିତ ବାହିନୀ ଏହି ଚଢ଼ଉରେ ସାମିଲ ହୋଇଥିଲେ।

ଏନକାଉଣ୍ଟର କଲା ପୋଲିସ୍
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ନୂତନ ଆଇନର ସଫଳ କାର୍ଯ୍ୟକାରିତା: ୨୮ ଦିନ ମଧ୍ୟରେ ଦୋଷୀକୁ ଦଣ୍ଡ ଦେଲେ ଅଦାଲତ

March 18, 2026

“ଏହା ଲଜ୍ଜାଜନକ”: ଆସାମରେ କଂଗ୍ରେସ ସାଂସଦ ଦଳ ଛାଡିବା ପରେ କହିଲା ଶିବସେନା

March 18, 2026

RCB କୁ କିଣିବା ଦୌଡ଼ରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ: ୧୬ ହଜାର କୋଟି ଅତିକ୍ରମ କରିପାରେ ନିଲାମ

March 18, 2026

ସ୍କୁଟିକୁ ଧକ୍କା ଦେଲା ଯୁବକଙ୍କୁ ଆକ୍ରମଣ ପାଇଁ ପିଛା କରୁଥିବା କାର: ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ

March 18, 2026
Latest News

ରେଢ଼ାଖୋଲ ଢୁଙ୍କଛାଲି ଜଙ୍ଗଲରେ ଦୁର୍ଦ୍ଧାନ୍ତ ଅପରାଧୀ ଟିମାକୁ ଏନକାଉଣ୍ଟର: ୩ ସହଯୋଗୀ ଗିରଫ

March 18, 2026

ଭାରତୀୟ ନୂତନ ଆଇନର ସଫଳ କାର୍ଯ୍ୟକାରିତା: ୨୮ ଦିନ ମଧ୍ୟରେ ଦୋଷୀକୁ ଦଣ୍ଡ ଦେଲେ ଅଦାଲତ

March 18, 2026

“ଏହା ଲଜ୍ଜାଜନକ”: ଆସାମରେ କଂଗ୍ରେସ ସାଂସଦ ଦଳ ଛାଡିବା ପରେ କହିଲା ଶିବସେନା

March 18, 2026

RCB କୁ କିଣିବା ଦୌଡ଼ରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ: ୧୬ ହଜାର କୋଟି ଅତିକ୍ରମ କରିପାରେ ନିଲାମ

March 18, 2026

ଭାରତ ସହ ଘନିଷ୍ଠ ବନ୍ଧୁର ପରିଚୟ ଦେଲା ଏହି ମୁସଲିମ ଦେଶ: ପଠାଇଲା ଲକ୍ଷ ଲକ୍ଷ ବ୍ୟାରେଲ ତେଲ

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.