Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏହି ୩ ଟି ଷ୍ଟେସନରେ ଟ୍ରେନଗୁଡ଼ିକର ହେଲା ପରୀକ୍ଷାମୂଳକ ରହଣି 
ଆଜିର ଖବର

ଏହି ୩ ଟି ଷ୍ଟେସନରେ ଟ୍ରେନଗୁଡ଼ିକର ହେଲା ପରୀକ୍ଷାମୂଳକ ରହଣି 

March 19, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଟ୍ରେନ
ଏହି ୩ ଟି ଷ୍ଟେସନରେ ଟ୍ରେନଗୁଡ଼ିକର ପରୀକ୍ଷାମୂଳକ ରହଣି 

ଭୁବନେଶ୍ୱର: ଦୀର୍ଘ ଦିନର ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ଏବଂ ଏହି ଅଞ୍ଚଳରେ ରେଳ ସଂଯୋଗୀକରଣକୁ ଉନ୍ନତ କରିବା ଉଦ୍ଦେଶ୍ୟରେ ରେଳ ମନ୍ତ୍ରଣାଳୟ ହରିଶ୍ଚନ୍ଦ୍ରପୁରମ ପିଏଚ୍, ମନ୍ଦାସା ରୋଡ୍ ଏବଂ ପାତପଟନମ୍ ରେଳ ଷ୍ଟେସନରେ ପରୀକ୍ଷାମୂଳକ ଭାବରେ କିଛି ଯାତ୍ରୀବାହୀ ପାସେଞ୍ଜର ଏବଂ ଏକ୍ସପ୍ରେସ୍ ଟ୍ରେନ ଗୁଡିକର ରହଣି ପାଇଁ ଅନୁମୋଦନ କରିଛି।

ଏହି ଅତିରିକ୍ତ ରହଣିଗୁଡ଼ିକ ନିକଟବର୍ତ୍ତୀ ଅଞ୍ଚଳରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଯାତ୍ରା ସୁବିଧା ଏବଂ ସୁଗମ୍ୟତାକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବ ବୋଲି ଆଶା କରାଯାଉଛି।

୨୦ ମାର୍ଚ୍ଚ ୨୦୨୬ ଠାରୁ କାର୍ଯ୍ୟକାରୀ ହେଉଥିବା ସମସ୍ତ ରହଣି ଗୁଡିକର ବିବରଣୀ ନିମ୍ନରେ ଦିଆଗଲା:

୧- ଟ୍ରେନ ନମ୍ବର ୫୮୫୦୬ ବିଶାଖାପାଟଣା – ଗୁଣୁପୁର ପାସେଞ୍ଜର ହରିଶ୍ଚନ୍ଦ୍ରପୁରମ୍ ପି ଏଚରେ ସକାଳ ୦୮:୩୩ ରେ ପହଞ୍ଚିବ ଏବଂ ସକାଳ ୦୮:୩୪ ରେ ପ୍ରସ୍ଥାନ କରିବ।

ସେହିପରି ଫେରିବା ଦିଗରେ, ଟ୍ରେନ ନମ୍ବର ୫୮୫୦୫ ଗୁଣୁପୁର – ବିଶାଖାପାଟଣା ପାସେଞ୍ଜର ହରିଶ୍ଚନ୍ଦ୍ରପୁରମ୍ ପି ଏଚରେ ସନ୍ଧ୍ୟା ୧୭:୧୮ ରେ ପହଞ୍ଚିବ ଏବଂ ସନ୍ଧ୍ୟା ୧୭:୧୯ ରେ ପ୍ରସ୍ଥାନ କରିବ।

୨- ଟ୍ରେନ ନମ୍ବର ୧୮୫୨୬ ବିଶାଖାପାଟଣା – ବ୍ରହ୍ମପୁର ଏକ୍ସପ୍ରେସ ମନ୍ଦାସା ରୋଡରେ ସନ୍ଧ୍ୟା ୧୯:୦୩ ରେ ପହଞ୍ଚିବ ଏବଂ ୧୯:୦୪ ରେ ପ୍ରସ୍ଥାନ କରିବ।

ଫେରିବା ଦିଗରେ, ଟ୍ରେନ ନମ୍ବର ୧୮୫୨୫ ବ୍ରହ୍ମପୁର – ବିଶାଖାପାଟଣା ଏକ୍ସପ୍ରେସ ମନ୍ଦାସା ରୋଡରେ ସକାଳ ୧୦:୩୮ ରେ ପହଞ୍ଚିବ ଏବଂ ୧୦:୩୯ ରେ ପ୍ରସ୍ଥାନ କରିବ।

୩- ଟ୍ରେନ ନମ୍ବର ୧୮୧୧୭ ରାଉରକେଲା – ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସ ୧୧:୫୧ ରେ ପାତପଟନମ୍ ରେ ପହଞ୍ଚିବ ଏବଂ ୧୧:୫୨ ରେ ପ୍ରସ୍ଥାନ କରିବ।

ଫେରିବା ଦିଗରେ, ଟ୍ରେନ ନମ୍ବର ୧୮୧୧୮ ଗୁଣୁପୁର – ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ ପାତପଟନମ୍ ରେ ସନ୍ଧ୍ୟା ୧୭:୧୨ରେ ପହଞ୍ଚିବ ଏବଂ ୧୭:୧୩ ରେ ପ୍ରସ୍ଥାନ କରିବ।

ଯାତ୍ରୀମାନଙ୍କୁ ଅନୁରୋଧ ସେମାନେ ଏହି ପରୀକ୍ଷାମୂଳକ ରହଣି ଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଉନ୍ନତ ଯାତ୍ରା ସୁବିଧାର ଉପଯୋଗ କରନ୍ତୁ।

ପରୀକ୍ଷାମୂଳକ ରହଣି ପାତପଟନମ୍ ଷ୍ଟେସନ ମନ୍ଦାସା ରୋଡ୍ ରେଳ ମନ୍ତ୍ରଣାଳୟ ହରିଶ୍ଚନ୍ଦ୍ରପୁରମ୍ ପିଏଚ୍
Share. Facebook Twitter LinkedIn Email WhatsApp Copy Link

Related Posts

ନୋରା ଫତେହିଙ୍କ ବିବାଦୀୟ ଗୀତ ମାମଲା: ଫତୱା ଜାରି କଲା ମୁସଲିମ ପର୍ସନାଲ ଦାରୁଲ ଇଫ୍ତା

March 19, 2026

ଏହି ରାଜ୍ୟରେ ପରିବର୍ତ୍ତନ ହେବ ସରକାର?: ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ବଢାଇଲା ପୋଲ ମନ୍ତ୍ରା ସର୍ଭେ

March 19, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଅଜିତ ଅଗରକରଙ୍କ ଅନନ୍ୟ ଦାବି: ସ୍ଵୀକାର କରିବ କି ବିସିସିଆଇ?

March 19, 2026

ଆଜି ଜେଡିୟୁ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ ନୀତିଶ କୁମାର

March 19, 2026
Latest News

ଏହି ୩ ଟି ଷ୍ଟେସନରେ ଟ୍ରେନଗୁଡ଼ିକର ହେଲା ପରୀକ୍ଷାମୂଳକ ରହଣି 

March 19, 2026

ନୋରା ଫତେହିଙ୍କ ବିବାଦୀୟ ଗୀତ ମାମଲା: ଫତୱା ଜାରି କଲା ମୁସଲିମ ପର୍ସନାଲ ଦାରୁଲ ଇଫ୍ତା

March 19, 2026

ଏହି ରାଜ୍ୟରେ ପରିବର୍ତ୍ତନ ହେବ ସରକାର?: ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ବଢାଇଲା ପୋଲ ମନ୍ତ୍ରା ସର୍ଭେ

March 19, 2026

ୟୁଏଇର ମେରୁଦଣ୍ଡ ଭାଙ୍ଗିଲା ଇରାନ!: ସର୍ବବୃହତ ଗ୍ୟାସ କମ୍ପ୍ଲେକ୍ସ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର

March 19, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଅଜିତ ଅଗରକରଙ୍କ ଅନନ୍ୟ ଦାବି: ସ୍ଵୀକାର କରିବ କି ବିସିସିଆଇ?

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.