ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅବକାରୀ ବିଭାଗ ଚଢାଉ କରି ବେଆଇନ ଚୋରା ଚାଲାଣ ଗଞ୍ଜେଇ ଜବତ କରିବା ସହ ତିନି ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ବିହାର ରାଜ୍ୟର କାଇମୁର୍ ଜିଲ୍ଲାର ପ୍ରଦୀପ କୁମାର (୨୩), ଅଙ୍କୁଶ କୁମାର(୨୩) ଓ ରାଜ୍ୟ ଉତ୍ତରପ୍ରଦେଶ ଜିଲ୍ଲା ଘାଜିପୁର ଥାନା ଭିର୍ଣ୍ଣ ଅଞ୍ଚଳର ଧର୍ମେନ୍ଦ୍ର ଯାଦବ(୨୬)।
ସୂଚନା ଯୋଗ୍ୟ ଯେ, ରେଢ଼ାଖୋଲ ଅବକାରୀ ବିଭାଗ ଇନ୍ସପେକ୍ଟର ଦୃଵାଦଳ ବିଶ୍ଵାଳ ଙ୍କ ନେତୃତ୍ୱରେ ଅନ୍ୟ କର୍ମଚାରୀ ମାନେ ଲଇଣ୍ଡାମାଲ ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଉକ୍ତ ତିନି ଅଭିଯୁକ୍ତ ମାନଙ୍କୁ ସନ୍ଦେହ କରି ଯାଞ୍ଚ କରିଥିଲେ। ଏଥିରେ ଅଭିଯୁକ୍ତ ମାନଙ୍କ ପାଖରୁ ୪ ଟି ବସ୍ତାରେ ୭୦ କେଜି ବେଆଇନ ଗଞ୍ଜେଇ ଜବତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଏଥିରେ ଗଞ୍ଜେଇ ବେଆଇନ ଭାବେ ଫୁଲବାଣୀ ଅଞ୍ଚଳରୁ ଗଞ୍ଜେଇ ବିହାର ରାଜ୍ୟକୁ ଚାଲାଣ କରାଯାଉଥିବା ଜଣାପଡିଛି।
ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଉକ୍ତ ତିନି ଅଭିଯୁକ୍ତ ଯୁବକ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରେଢ଼ାଖୋଲ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି।


