ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମ ଏସିଆର ପରିସ୍ଥିତି ଏବଂ ଉତ୍ତେଜନା ହ୍ରାସ ତଥା ଆଲୋଚନା ଏବଂ କୁଟନୀତିକୁ ଫେରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ମାକ୍ରନ ଏହି ଅଞ୍ଚଳ ସହ ଅନ୍ୟାନ୍ୟ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତାକୁ ଆଗକୁ ବଢ଼ାଇବା ପାଇଁ ସେମାନଙ୍କର ଘନିଷ୍ଠ ସମନ୍ୱୟ ଜାରି ରଖିବାକୁ ଆଶା ବ୍ୟକ୍ତ କରିଛନ୍ତି।
ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି:
“ପଶ୍ଚିମ ଏସିଆର ପରିସ୍ଥିତି ଏବଂ ଉତ୍ତେଜନା ହ୍ରାସର ଜରୁରୀ ଆବଶ୍ୟକତା, ଆଲୋଚନା ଏବଂ କୂଟନୀତିକୁ ଫେରିବା ବିଷୟରେ ମୋର ପ୍ରିୟ ବନ୍ଧୁ ଇମାନୁଏଲ ମାକ୍ରନଙ୍କ ସହ କଥା ହୋଇଛି।
ଆମେ ଏହି ଅଞ୍ଚଳ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଆଗକୁ ବଢ଼ାଇବାକୁ ଆମର ଘନିଷ୍ଠ ସମନ୍ୱୟ ଜାରି ରଖିବାକୁ ଆଶା କରୁଛୁ।”


