ଭୁବନେଶ୍ଵର: ମାର୍ଚ୍ଚ ୨୦ ତାରିଖକୁ ଓଡିଶାରେ ପଖାଳ ଦିବସ ଭାବେ ପାଳନ କରାଯାଏ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ପଖାଳ କେବଳ ଏକ ସ୍ୱାଦିଷ୍ଟ ଖାଦ୍ୟ ନୁହେଁ, ଏହା ଆମ ମାଟିର ବାସ୍ନା, ଆମ ପରମ୍ପରାର ଗୌରବ ଏବଂ ଓଡ଼ିଆ ଜୀବନଶୈଳୀର ଏକ ଅଭିନ୍ନ ଅଙ୍ଗ। ଆଜି ‘ପଖାଳ ଦିବସ’ ଅବସରରେ ସମସ୍ତ ଓଡ଼ିଶାବାସୀ ଓ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ଓଡ଼ିଆ ଭାଇଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଆସନ୍ତୁ, ଆମର ଏହି ପାରମ୍ପରିକ ଖାଦ୍ୟର ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ସହ ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ସୁଦୃଢ଼ କରିବା।”


