Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ
ଆଜିର ଖବର

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ
ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ମୁଦ୍ରାକର, ପ୍ରକାଶକ, ସମ୍ପାଦକ ଓ ପରିଚାଳକମାନଙ୍କୁ ନେଇ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଭାରତୀୟ ପ୍ରେସ୍‌ ରେଜିଷ୍ଟ୍ରାର୍‌ ଜେନେରାଲ୍‌ (ପିଆରଜିଆଇ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ମତ ବିନିମୟ କାର୍ଯ୍ୟକ୍ରମ ଆଜି ଭୁବନେଶ୍ୱର ପିଆଇବି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପିଆରଜିଆଇ ପ୍ରେସ୍‌ ସେବା ପୋର୍ଟାଲର ଉପଯୋଗ ଏବଂ ପ୍ରେସ୍‌ ଓ ପତ୍ରିକା ପଞ୍ଜିକରଣ (ପିଆରପି) ଆଇନ, ୨୦୨୩ର ବିଭିନ୍ନ ନୂତନ ନିୟମାବଳୀକୁ ନେଇ ଆଲୋଚନା ହୋଇଛି।

ପିଆରଜିଆଇ, ନୂଆଦିଲ୍ଲୀର ଅତିରିକ୍ତ ପ୍ରେସ୍‌ ରେଜିଷ୍ଟ୍ରାର ଜେନେରାଲ ସନ୍ତୋଷ କୁମାର ଏବଂ ଏନଆଇସି, ନୂଆଦିଲ୍ଲୀର ସହାୟକ ନିର୍ଦ୍ଦେଶକ ଗୌରବ ଶର୍ମା ଏହି ମତବିନିମୟ କାର୍ଯ୍ୟକ୍ରମରେ ଯୋଗ ଦେଇ ସମ୍ବାଦପତ୍ର ଓ ପତ୍ରପତ୍ରିକାର ନିୟମିତ ପ୍ରକାଶନ, ପିଆରଜିଆଇ (ପୂର୍ବରୁ ଆରଏନଆଇ)ର ବିଭିନ୍ନ ସଂଶୋଧିତ ନିୟମାବଳୀ, ପତ୍ରପତ୍ରିକାର ପଞ୍ଜୀକରଣ, ପ୍ରକାଶନ, ନ୍ୟୁଜ୍‌ ପ୍ରିଣ୍ଟ, ପ୍ରକାଶନ ସଂଖ୍ୟା ଯାଞ୍ଚ ସମେତ ବିଭିନ୍ନ ପ୍ରକାରର ବ୍ୟବସ୍ଥା, ପ୍ରକ୍ରିୟା ଓ ନିୟମାବଳୀ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରକାଶନ ଯାଞ୍ଚ ଅଡିଟ୍‌କୁ ପାରଦର୍ଶୀ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବିଶେଷ କରି ପ୍ରେସ୍‌ ସେବା ପୋର୍ଟାଲର ବ୍ୟବହାରକୁ ନେଇ ରହିଥିବା ସମସ୍ୟା ଏବଂ ମୁଦ୍ରିତ ଗଣମାଧ୍ୟମ ସଂସ୍ଥାମାନେ ସମ୍ମୁଖିନ ହେଉଥିବା ବିଭିନ୍ନ ପ୍ରକାର ବୈଷୟିକ ତ୍ରୁଟି ସମ୍ପର୍କରେ ସେମାନେ ପ୍ରକାଶକ ଓ ମୁଦ୍ରାକରମାନଙ୍କ ଠାରୁ ମତାମତ ନେଇଥିଲେ। ଆଜିର ଆଲୋଚନାରୁ ବାହାରିଥିବା ନିଷ୍କର୍ସ ପିଆରପି ଆଇନ, ୨୦୨୩କୁ କାର୍ଯ୍ୟକାରୀ କରିବାରେ ସହାୟକ ହେବ ବୋଲି ସନ୍ତୋଷ କୁମାର ମତ ରଖିଥିଲେ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଓଡ଼ିଶାର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଅଖିଳ କୁମାର ମିଶ୍ର ଏଭଳି ମତବିନିମୟ କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିଲେ। ସେ କହିଥିଲେ, ରାଜ୍ୟସ୍ତରରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ଦ୍ୱାରା ମୁଦ୍ରିତ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ପାଇଁ ପିଆରପି ଆଇନର କାର୍ଯ୍ୟକାରିତା ସୁଗମ ହେବ ଏବଂ ଏହା ସମ୍ବାଦପତ୍ର ଓ ପତ୍ରିକାର ପ୍ରକାଶନରେ ଅଧିକ ଦକ୍ଷତା ଆଣିବ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଖବରକାଗଜର ପ୍ରକାଶକ, ମୁଦ୍ରାକର ଓ ସମ୍ପାଦକ ଯୋଗଦେଇଥିଲେ।

ଅଖିଳ କୁମାର ମିଶ୍ର ପିଆରଜିଆଇ ପିଆରପି ଆଇନ ପ୍ରେସ୍‌ ସେବା ପୋର୍ଟାଲ ମତବିନିମୟ କାର୍ଯ୍ୟକ୍ରମ ମୁଦ୍ରିତ ଗଣମାଧ୍ୟମ
Share. Facebook Twitter LinkedIn Email WhatsApp Copy Link

Related Posts

ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ୧୦ଟି ଜିଲ୍ଲାକୁ ‘ଗ୍ରାମୋଦୟ’ କାର୍ଯ୍ୟକ୍ରମକୁ ତ୍ୱରିତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ

April 10, 2026

ଓଡ଼ିଶା ଉଠା ଜଳସେଚନ ନିଗମର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

April 10, 2026

ଆଜି ଏପ୍ରିଲ ୧୦ ତାରିଖ ଶୁକ୍ରବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଶତ୍ରୁମାନେ ହେବେ ପରାସ୍ତ

April 10, 2026

ଇରାନ ଯୁଦ୍ଧ ଯୋଗୁଁ ବିଶ୍ୱ ଅର୍ଥନୀତିରେ ଗୁରୁତର ବିପର୍ଯ୍ୟୟ ଆଶଙ୍କା

April 9, 2026
Latest News

ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ୧୦ଟି ଜିଲ୍ଲାକୁ ‘ଗ୍ରାମୋଦୟ’ କାର୍ଯ୍ୟକ୍ରମକୁ ତ୍ୱରିତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ

April 10, 2026

ଓଡ଼ିଶା ଉଠା ଜଳସେଚନ ନିଗମର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

April 10, 2026

ଆଜି ଏପ୍ରିଲ ୧୦ ତାରିଖ ଶୁକ୍ରବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଶତ୍ରୁମାନେ ହେବେ ପରାସ୍ତ

April 10, 2026

ଇରାନ ଯୁଦ୍ଧ ଯୋଗୁଁ ବିଶ୍ୱ ଅର୍ଥନୀତିରେ ଗୁରୁତର ବିପର୍ଯ୍ୟୟ ଆଶଙ୍କା

April 9, 2026

ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଗ୍ନିକାଣ୍ଡ

April 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.