Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶିମଲା ମଶୋବ୍ରା ସ୍ଥିତ ରାଷ୍ଟ୍ରପତି ନିବାସ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି
ଆଜିର ଖବର

ଶିମଲା ମଶୋବ୍ରା ସ୍ଥିତ ରାଷ୍ଟ୍ରପତି ନିବାସ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

March 23, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶିମଲା ମଶୋବ୍ରା ସ୍ଥିତ ରାଷ୍ଟ୍ରପତି ନିବାସ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି
ଶିମଲା ମଶୋବ୍ରା ସ୍ଥିତ ରାଷ୍ଟ୍ରପତି ନିବାସ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

ଭୁବନେଶ୍ୱର: ହିମାଚଳ ପ୍ରଦେଶ ଗସ୍ତରେ ଯାଇଥିବା ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ ଶିମଲାର ମଶୋବ୍ରା ସ୍ଥିତ ରାଷ୍ଟ୍ରପତି ନିବାସ ପରିଦର୍ଶନ କରିଛନ୍ତି। ଏହି ଐତିହାସିକ ନିବାସ ରାଷ୍ଟ୍ରପତିଙ୍କ ଗ୍ରୀଷ୍ମକାଳୀନ ଆବାସ ରୂପେ କାର୍ଯ୍ୟ କରିଥାଏ। ରାଷ୍ଟ୍ରପତି ନିବାସର ଅଧିକାରୀ ଅଜୟ ଭରଦ୍ୱାଜ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳକୁ ଏହି ଐତିହାସିକ ସ୍ଥାନର ମହତ୍ୱ ସମ୍ପର୍କରେ ଅବଗତ କରାଇଥିଲେ। ଏଠାରେ ରାଷ୍ଟ୍ରପତିଙ୍କ ରହଣୀ ପାଇଁ ୧୬ କୋଠରୀ ବିଶିଷ୍ଟ ଏକ ଆବାସ ରହିଛି। ତେବେ ମଶୋବ୍ରା ରାଷ୍ଟ୍ରପତି ନିବାସର ମୋଟ ପରିସର ୧୮୦ ଏକର ସ୍ଥାନରେ ପରିବ୍ୟାପ୍ତ।

ଶ୍ରୀ ଭରଦ୍ୱାଜ କହିଥିଲେ, ୧୭୬ ବର୍ଷ ପୁରୁଣା ଏହି ସ୍ଥାନ ଇଂରେଜ ଶାସନ ପୂର୍ବରୁ ରହି ଆସିଛି। ପୂର୍ବରୁ ଏହା ଏକ ରାଜକୀୟ ନିବାସସ୍ଥଳୀ ରହିଥିଲା। ପରବର୍ତ୍ତୀ ସମୟରେ ଇଂରେଜମାନେ ଶିମଲାକୁ ଦେଶର ଗ୍ରୀଷ୍ମକାଳୀନ ରାଜଧାନୀ ରୂପେ ଘୋଷଣା କରିବା ପରେ ଏଠାରେ ବ୍ରିଟିଶ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ରହୁଥିଲେ। ସ୍ୱାଧୀନତା ପରେ ଏହି ସ୍ଥାନ ରାଷ୍ଟ୍ରପତିଙ୍କ ଗ୍ରୀଷ୍ମକାଳୀନ ନିବାସ ରୂପେ କାର୍ଯ୍ୟ କରିଆସୁଛି। ୧୭୬ ବର୍ଷରୁ ଅଧିକ ପୁରୁଣା ଏହି ସ୍ଥାନକୁ  ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୩ରେ ସାଧାରଣ ଲୋକଙ୍କ ପାଇଁ ଖୋଲିଥିଲେ। ରାଷ୍ଟ୍ରପତିଙ୍କ ନିବାସ ରାଷ୍ଟ୍ରର ଜନସାଧାରଣଙ୍କ ପାଇଁ ଖୋଲାଯିବା ଉଚିତ୍‌ ବୋଲି ଶ୍ରୀମତୀ ମୁର୍ମୁ ପରାମର୍ଶ ଦେଇଥିଲେ। ଦେଶର ସମସ୍ତ ରାଷ୍ଟ୍ରପତି ଏଠାରେ ରହିଛନ୍ତି ବୋଲି ସେ ସୂଚନା ଦେଇଥିଲେ। ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ ଏହି ଐତିହାସିକ ସ୍ଥାନର ମହତ୍ୱ ବିଷୟରେ ଜାଣିବା ସହ ଏହାକୁ ପରିଦର୍ଶନ କରିଥିଲେ।

ଗଣମାଧ୍ୟମ ପ୍ରତିନିଧି ଦଳ ହିମାଚଳ ପ୍ରଦେଶର କୁଫ୍ରି-ଫାଗୁ ସ୍ଥିତ ଆଇସିଏଆର କେନ୍ଦ୍ରୀୟ ଆଳୁ ଗବେଷଣା ପ୍ରତିଷ୍ଠାନର ଆଞ୍ଚଳିକ କେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ। ସେମାନେ ଆଳୁ ଚାଷ କ୍ଷେତ୍ରରେ ହେଉଥିବା ଗବେଷଣା ଏବଂ ପ୍ରକ୍ରିୟାକରଣ ଲାଗି ପ୍ରତିଷ୍ଠାନର ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ ହୋଇଥିଲେ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଓ ପ୍ରକଳ୍ପ ବିଷୟରେ ଅବଗତ ହେବା ଲାଗି ଭାରତ ସରକାରଙ୍କ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ଓଡ଼ିଶାର ସାମ୍ବାଦିକମାନଙ୍କ ପାଇଁ ଏହି ଗସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ପିଆଇବି, ଭୁବନେଶ୍ୱରର ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି, ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ସ୍ୱାଧୀନ ଶକ୍ତି ପ୍ରସାଦଙ୍କ ସହ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ସାମିଲ ଅଛନ୍ତି।

ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଗ୍ରୀଷ୍ମକାଳୀନ ଆବାସ ଦ୍ରୌପଦୀ ମୁର୍ମୁ ମଶୋବ୍ରା ରାଷ୍ଟ୍ରପତି ନିବାସ ହିମାଚଳ ପ୍ରଦେଶ
Share. Facebook Twitter LinkedIn Email WhatsApp Copy Link

Related Posts

ବେଆଇନ ଏଲପିଜି ମହଜୁଦ ଏବଂ କଳାବଜାର ରୋକିବା ପାଇଁ ଚଢାଉ ଜାରି

March 23, 2026

ପ୍ରଫେସର କହ୍ନେୟା ତ୍ରିପାଠୀଙ୍କ ଆଇସିଏଆର-ସିଆଇଡବ୍ଲୁଏ ପରିଦର୍ଶନ

March 23, 2026

ଆଜି ମାର୍ଚ୍ଚ ୨୩ ତାରିଖ: ଏହି ଆଠଟି ରାଶି ପାଇଁ ଖୁସି ଖବର, ବଢିବ ଧନ

March 23, 2026

ଆଇଆଇଟି ବମ୍ବେରେ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

March 22, 2026
Latest News

ଶିମଲା ମଶୋବ୍ରା ସ୍ଥିତ ରାଷ୍ଟ୍ରପତି ନିବାସ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

March 23, 2026

ବେଆଇନ ଏଲପିଜି ମହଜୁଦ ଏବଂ କଳାବଜାର ରୋକିବା ପାଇଁ ଚଢାଉ ଜାରି

March 23, 2026

ପ୍ରଫେସର କହ୍ନେୟା ତ୍ରିପାଠୀଙ୍କ ଆଇସିଏଆର-ସିଆଇଡବ୍ଲୁଏ ପରିଦର୍ଶନ

March 23, 2026

ଆଜି ମାର୍ଚ୍ଚ ୨୩ ତାରିଖ: ଏହି ଆଠଟି ରାଶି ପାଇଁ ଖୁସି ଖବର, ବଢିବ ଧନ

March 23, 2026

ଆଇଆଇଟି ବମ୍ବେରେ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

March 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.