Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିପିଗ୍ରାମ୍ସ ପୋର୍ଟାଲ ଦ୍ଵାରା ଢେଙ୍କାନାଳରେ ପାନୀୟ ଜଳ ସମସ୍ୟାର ହେଲା ସମାଧାନ
ଆଜିର ଖବର

ସିପିଗ୍ରାମ୍ସ ପୋର୍ଟାଲ ଦ୍ଵାରା ଢେଙ୍କାନାଳରେ ପାନୀୟ ଜଳ ସମସ୍ୟାର ହେଲା ସମାଧାନ

March 25, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସିପିଗ୍ରାମ୍ସ ପୋର୍ଟାଲ
ସିପିଗ୍ରାମ୍ସ ପୋର୍ଟାଲ ଦ୍ଵାରା ଢେଙ୍କାନାଳରେ ପାନୀୟ ଜଳ ସମସ୍ୟାର ହେଲା ସମାଧାନ

ଭୁବନେଶ୍ଵର: ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗର ସିପିଗ୍ରାମ୍ସ ପୋର୍ଟାଲ୍‌ ସାଧାରଣ ଲୋକଙ୍କ ଅଭିଯୋଗ ସମାଧାନ ଲାଗି କିଭଳି ଏକ ପ୍ରଭାବୀ ମାଧ୍ୟମ ପାଲଟିଛି ତାହାର ଦୁଇଟି ଉଦାହରଣ ଓଡ଼ିଶାର ଢେଙ୍କାନାଳ ଏବଂ ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି।

ଢେଙ୍କାନାଳ ଜିଲ୍ଲାର ଧଉଳିଆ ପଞ୍ଚାୟତର ଗୋଟିଏ ଗାଁରେ ଥିବା ଏକମାତ୍ର ନଳକୂପ ଖରାପ ହୋଇଯାଇଥିଲା। ଫଳରେ ଲୋକମାନେ ବିଶୁଦ୍ଧ ପାନୀୟ ଜଳ ପାଇବା ଲାଗି ଅସୁବିଧାର ସାମ୍ନା କରୁଥିଲେ। ସ୍ଥାନୀୟ ବାସିନ୍ଦା ନିରଞ୍ଜନ ମଲ୍ଲିକ ସ୍ଥାନୀୟ ସ୍ତରରେ ସମସ୍ୟାର ସମାଧାନ ନ ପାଇବାରୁ ସିପିଗ୍ରାମ୍ସ ପୋର୍ଟାଲରେ ଅଭିଯୋଗ କରିଥିଲେ। ପଞ୍ଚାୟତି ରାଜ ମନ୍ତ୍ରଣାଳୟ ତୁରନ୍ତ ଏହି ଅଭିଯୋଗକୁ ଢେଙ୍କାନାଳ ଜିଲ୍ଲାପାଳଙ୍କ ପାଖକୁ ପଠାଇଥିଲା। କ୍ଷେତ୍ର ପରିଦର୍ଶନ ପରେ ସ୍ଥାନୀୟ ପ୍ରଶାସନ ନଳକୂପର ମରାମତି କରିଥିଲା। ଏବେ ସ୍ଥାନୀୟ ଲୋକମାନେ ସ୍ୱଚ୍ଛ ପାନୀୟ ଜଳ ପାଇପାରୁଛନ୍ତି।

ଅନ୍ୟ ଏକ ଘଟଣାରେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ସ୍ଥାନୀୟ ବଜାର ଅଞ୍ଚଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ବହୁ ପରିମାଣରେ ବର୍ଜ୍ୟବସ୍ତୁ ଜମା ହୋଇ ରହିବା, ଦୁର୍ଗନ୍ଧ ସୃଷ୍ଟି ହେବା, ପ୍ଲାଷ୍ଟି ବର୍ଜ୍ୟ ଏଣେ ତେଣେ ଫିଙ୍ଗାଯିବା ଏବଂ ଗୁଟଖା ଛେପ ପଡ଼ି ଆଖପାଖ ଅଞ୍ଚଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥିଲା। ଏହାବ୍ୟତୀତ ଅଚଳ ହୋଇପଡ଼ିଥିବା ଶୌଚାଳୟ ସ୍ଥାନୀୟ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଥିଲା। ନିୟମିତ ରାସ୍ତା ପାର୍ଶ୍ୱ ସଫେଇ ନହେବା କାରଣରୁ ସ୍ଥାନୀୟ ଜନସାଧାରଣ, ବିଶେଷ କରି ମହିଳା ଓ ଶିଶୁମାନେ ଅଶ୍ୱସ୍ତିକର ପରିବେଶର ସାମ୍ନା କରୁଥିଲେ। ଏ ସମ୍ପର୍କରେ ସ୍ଥାନୀୟ ନିବାସୀ ଚନ୍ଦ୍ରଚୁଡ଼ ଦାସ ସିପିଗ୍ରାମ୍ସ ପୋର୍ଟାଲରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପଞ୍ଚାୟତି ରାଜ ମନ୍ତ୍ରଣାଳୟ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଥିଲା। ବିଶୋଇ ବିଡିଓଙ୍କ ନେତୃତ୍ୱରେ ସ୍ଥିତି ଅନୁଧ୍ୟାନ କରାଯିବା ପରେ ସ୍ଥାନୀୟ ବଜାର ଏବଂ ପଞ୍ଚାୟତକାର୍ଯ୍ୟାଳୟ ନିକଟରେ ସଫେଇ କରାଯାଇଥିଲା। ସେଠାରେ ୧୪ଟି ଡଷ୍ଟବିନ୍‌ ରଖାଯିବା ସହିତ ଏକ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଥିଲା। ଅଧିକନ୍ତୁ, ମୁଖ୍ୟ ବଜାର ସମେତ ୨୨ଟି ଅତିରିକ୍ତ ଡଷ୍ଟବିନ୍‌ ବିଭିନ୍ନ ସ୍ଥାନରେ ରଖାଯାଇଥିଲା। ଏବେ, ପଞ୍ଚାୟତ କାର୍ଯ୍ୟାଳୟ ଏବଂ ବଜାର ଅଞ୍ଚଳକୁ ପ୍ରତି ସପ୍ତାହରେ ସଫା କରାଯାଉଛି। ସମଗ୍ର ଅଞ୍ଚଳରେ ପରିଷ୍କାର ପରିଚ୍ଛନ୍ନତା ଏବଂ ସାର୍ବଜନୀନ ସୁବିଧାରେ ସ୍ପଷ୍ଟ ସୁଧାର ପରିଲକ୍ଷିତ ହେଉଛି।

ଢେଙ୍କାନାଳ ପରିମଳ ସମସ୍ୟା ପାନୀୟ ଜଳ ଭାରତ ସରକାର ମୟୂରଭଞ୍ଜ ସିପିଗ୍ରାମ୍ସ ପୋର୍ଟାଲ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ରାଜ୍ୟପାଳଙ୍କୁ ଭେଟିଲେ ଉତ୍ତରାଖଣ୍ଡର ଗଣମାଧ୍ୟମ ପ୍ରତିନିଧି ଦଳ

March 25, 2026

ବାଣପୁର: ବରିଷ୍ଠ ନାଗରିକ ସଂଘର ବିଭିନ୍ନ ଦାବି ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଲେ ଆଇନ ମନ୍ତ୍ରୀ

March 25, 2026

ଆଜି ମାର୍ଚ୍ଚ ୨୫ ତାରିଖ ବୁଧବାର ଦିନ ଏହି ରାଶିଗୁଡିକୁ ମିଳିବ ଶୁଭ ଖବର

March 25, 2026

ସିମଲାସ୍ଥିତ କେନ୍ଦ୍ରୀୟ ଆଳୁ ଗବେଷଣା ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 24, 2026
Latest News

ସିପିଗ୍ରାମ୍ସ ପୋର୍ଟାଲ ଦ୍ଵାରା ଢେଙ୍କାନାଳରେ ପାନୀୟ ଜଳ ସମସ୍ୟାର ହେଲା ସମାଧାନ

March 25, 2026

ଓଡ଼ିଶା ରାଜ୍ୟପାଳଙ୍କୁ ଭେଟିଲେ ଉତ୍ତରାଖଣ୍ଡର ଗଣମାଧ୍ୟମ ପ୍ରତିନିଧି ଦଳ

March 25, 2026

ରାଜ୍ୟଗୁଡ଼ିକୁ ବାଣିଜ୍ୟିକ ଏଲପିଜିର ୫୦% ଆବଣ୍ଟନ: ପ୍ରବାସୀ ଶ୍ରମିକଙ୍କୁ ପ୍ରାଥମିକତା

March 25, 2026

ବାଣପୁର: ବରିଷ୍ଠ ନାଗରିକ ସଂଘର ବିଭିନ୍ନ ଦାବି ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଲେ ଆଇନ ମନ୍ତ୍ରୀ

March 25, 2026

ଆଜି ମାର୍ଚ୍ଚ ୨୫ ତାରିଖ ବୁଧବାର ଦିନ ଏହି ରାଶିଗୁଡିକୁ ମିଳିବ ଶୁଭ ଖବର

March 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.