Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଲ୍ଲାପାଳଙ୍କ ସହ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକ: ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ଉପରେ ଗୁରୁତ୍ଵ
ଆଜିର ଖବର

ଜିଲ୍ଲାପାଳଙ୍କ ସହ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକ: ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ଉପରେ ଗୁରୁତ୍ଵ

March 25, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜିଲ୍ଲାପାଳଙ୍କ ସହ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକ: ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ଉପରେ ଗୁରୁତ୍ଵ
ଜିଲ୍ଲାପାଳଙ୍କ ସହ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକ: ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ଉପରେ ଗୁରୁତ୍ଵ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଲୋକସେବା ଭବନ ଠାରେ ଆଭାସୀ ମାଧ୍ୟମରେ ସମସ୍ତ ଜିଲ୍ଲାପାଳଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରି ବିସ୍ତୃତ ଆଲୋଚନା କରିଛନ୍ତି। ମାନ୍ୟବର ମନ୍ତ୍ରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡିକର ଅଗ୍ନି ନିରାପତ୍ତା ଭିତ୍ତିଭୂମି ନିମନ୍ତେ ନିରୀକ୍ଷଣ, ଆବଶ୍ୟକ ଏଷ୍ଟିମେଟ ଏବଂ ସମୟସୀମା ମଧ୍ୟରେ ଶେଷ କରିବାକୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ହସ୍ପିଟାଲରେ ଅଗ୍ନି ନିରୋଧ ଓ ନିର୍ବାପନ ବ୍ୟବସ୍ଥାକୁ କଡାକଡି ଭାବେ ପାଳନ କରାଯାଉଛି। ସ୍ଵତନ୍ତ୍ର ଟାସ୍କ ଫୋର୍ସ ଗଠନ, ମକ୍ ଡ୍ରିଲ, ନିୟମିତ ଯାଞ୍ଚ, ଅଗ୍ନି ନିର୍ବାପକ ବ୍ୟବସ୍ଥା ସହ ଚାଲୁ ରହିଥିବା ପ୍ରକଳ୍ପ ଶୀଘ୍ର ଶେଷ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ମାନଙ୍କରେ ଏସବୁକୁ ଗୁରୁତ୍ଵର ସହ ପାଳନ ନିମନ୍ତେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମୀକ୍ଷା ବେଳେ ମନ୍ତ୍ରୀ ମହୋଦୟ ରୋଗୀଙ୍କ ସୁରକ୍ଷାକୁ ଧ୍ୟାନ ଦେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ସମସ୍ତ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମିତ ଭାବେ ଅଗ୍ନି ସୁରକ୍ଷା ଯାଞ୍ଚ କରାଯିବ। ସମସ୍ତ ଅଗ୍ନି ନିରାପତ୍ତା ଉପକରଣ ବ୍ୟବହାର ଯୋଗ୍ୟ ରହିବା ଆବଶ୍ୟକ, ନିୟମିତ ଭାବେ ଫାୟାର ସେଫ୍ଟି ଅଡିଟ ଓ ମକ୍ ଡ୍ରିଲ୍ ଆୟୋଜନ କରାଯିବ। ଏହାସହ ଫାୟାର ସର୍ଭିସ ଓ ପୂର୍ତ୍ତ ବିଭାଗ ସହ ସମନ୍ୱୟ ରଖି ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

ଏହି ବୈଠକରେ ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ, ସ୍ଵତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ, ସ୍ୱାସ୍ଥ୍ୟ ବିଭାଗ ଶାସନ ସଚିବ ଅଶ୍ଵତୀ ଏସ., କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ, ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଭାସୀ ମାଧ୍ୟମରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ମୁଖ୍ୟ ଚିକିତ୍ସା ଅଧିକାରୀ, ଅଗ୍ନିଶମ ଅଧିକାରୀ, ମେଡିକାଲ କଲେଜର ଅଧ୍ୟକ୍ଷ, ସୁପରିଟେଣ୍ଡେଣ୍ଟ ପ୍ରମୁଖ ଉପସ୍ଥିତ ଥିଲେ।

ଅଗ୍ନି ନିରାପତ୍ତା ବ୍ୟବସ୍ଥା ମୋହନ ଚରଣ ମାଝୀ ସମୀକ୍ଷା ବୈଠକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ସ୍ୱାସ୍ଥ୍ୟ ମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଘବ ଚଢାଙ୍କୁ ମିଳିବ Z ସୁରକ୍ଷା! ସୁରକ୍ଷା ପ୍ରତ୍ୟାହାର କଲେ ପଞ୍ଜାବର AAP ସରକାର

April 15, 2026

ଆଜି  ପ୍ରକାଶ ପାଇବ CBSE ର ଦଶମ ପରୀକ୍ଷା ଫଳ!: ଯାଞ୍ଚ କରନ୍ତୁ ଫଳାଫଳ

April 15, 2026

ରାସଗୋବିନ୍ଦପୁରରେ ଛାତ୍ରୀ ମୃତ୍ୟୁ ମାମଲା: କେନ୍ଦ୍ରାଞ୍ଚଳ RDC ତଦନ୍ତ ନିର୍ଦ୍ଦେଶ

April 15, 2026

ଓୟୁଏସ୍‌ଏସ୍‌ଏସ୍‌ସି ପାଇଁ ୭୨ଟି ନୂତନ ପଦବୀ

April 15, 2026
Latest News

ରାଘବ ଚଢାଙ୍କୁ ମିଳିବ Z ସୁରକ୍ଷା! ସୁରକ୍ଷା ପ୍ରତ୍ୟାହାର କଲେ ପଞ୍ଜାବର AAP ସରକାର

April 15, 2026

ଆଜି  ପ୍ରକାଶ ପାଇବ CBSE ର ଦଶମ ପରୀକ୍ଷା ଫଳ!: ଯାଞ୍ଚ କରନ୍ତୁ ଫଳାଫଳ

April 15, 2026

ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ସମ୍ରାଟ ଚୌଧୁରୀ: ଜେଡିୟୁରୁ ଦୁଇ ଉପମୁଖ୍ୟମନ୍ତ୍ରୀ

April 15, 2026

ରାସଗୋବିନ୍ଦପୁରରେ ଛାତ୍ରୀ ମୃତ୍ୟୁ ମାମଲା: କେନ୍ଦ୍ରାଞ୍ଚଳ RDC ତଦନ୍ତ ନିର୍ଦ୍ଦେଶ

April 15, 2026

ଓୟୁଏସ୍‌ଏସ୍‌ଏସ୍‌ସି ପାଇଁ ୭୨ଟି ନୂତନ ପଦବୀ

April 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.