ଭୁବନେଶ୍ବର: ଆଜି ହେଉଛି ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା। ଯାହାକୁ ଋକୁଣା ରଥଯାତ୍ରା ବୋଲି କୁହାଯାଏ। ପୁରୀ ରଥଯାତ୍ରା ପରେ ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା ବେଶ ଗୁରୁତ୍ବ ରହିଛି। ଏହି ରଥଯାତ୍ରା ପାଇଁ ପ୍ରଭୃ ଲିଙ୍ଗରାଜ ମନ୍ଦିର ପ୍ରଶାସନ ତରଫରୁ ସମୟ ନିର୍ଘଣ୍ଟ ପ୍ରକାଶ ପାଇଛି। ସେହି ଅନୁସାରେ ଆଜି ବିଭିନ୍ନ ପୂଜାନୀତି ସମୟ ହେଲା
ମଙ୍ଗଳା ଆଳତି- ଭୋର ୪ ଘଟିକାରୁ ସାଢେ ଚାରି ଘଟିକା
ସାହାଣ ମେଲା- ଭୋର ୫ ଘଟିକା ପର୍ଯ୍ୟନ୍ତ
ଯାତ୍ରା ପୂଜା- ମଧ୍ୟାହ୍ନ ୧୦.୧୫ ଘଟିକାରୁ ୧୦.୪୫ ଘଟିକା ପର୍ଯ୍ୟନ୍ତ ଯାତ୍ରା ପୂଜା ଶେଷ ପରେ ଶ୍ରୀ ଜିଉଙ୍କ ପହଣ୍ଡି
ରଥଟଣା- ଅପରାହ୍ନ ସାଢେ ୨ ଘଟିକା।


