ଭୁବନେଶ୍ଵର: ଓଡ଼ିଶାର ରାୟଗଡ଼ା ଏବଂ ଖୋର୍ଦ୍ଧା ଜିଲ୍ଲାରେ ଦୁଇଟି ମେଗା ଫୁଡ ପାର୍କ ସ୍ଥାପନ କରିବା ନିମନ୍ତେ କେନ୍ଦ୍ର ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି। ରାଜ୍ୟସଭାରେ ବିଜେଡି ସାଂସଦ ସୁଲତା ଦେଓଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେବା ଅବସରରେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀ ଶ୍ରୀ ସିଂଙ୍କ ସୂଚନା ଅନୁସାରେ ରାୟଗଡ଼ାରେ ପ୍ରତିଷ୍ଠିତ ଏକ ମେଗା ଫୁଡ୍ ପାର୍କ ଏବେ କାର୍ଯ୍ୟକ୍ଷମ ହୋଇଛି ଏବଂ ଖୋର୍ଦ୍ଧାଠାରେ ଅନ୍ୟଏକ ଫୁଡ୍ପାର୍କ ପ୍ରତିଷ୍ଠା କାର୍ଯ୍ୟ ପ୍ରବର୍ତ୍ତନ କରଯାଉଛି। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା ଅଧୀନରେ ନବରଙ୍ଗପୁରଠାରେ ଏକ କୃଷି ପ୍ରକ୍ରିୟାକରଣ କ୍ଲଷ୍ଟର ପ୍ରତିଷ୍ଠା ପାଇଁ ମନ୍ତ୍ରଣାଳୟ ମଧ୍ୟ ମଞ୍ଜୁରି ପ୍ରଦାନ କରିଛନ୍ତି ବୋଲି ସେ କହିଛନ୍ତି।


