ପୁରୀ: ଶନିବାର ଦିନ ବିଶ୍ୱବ୍ୟାପୀ ‘ଆର୍ଥ ଆୱାର’ ର ୨୦ ବର୍ଷ ପୂର୍ତ୍ତି ପାଳିତ ହୋଇଯାଇଛି। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକା କଳା ନିର୍ମାଣ କରିଥିଲେ। ବାଲୁକା କଳା ଦ୍ୱାରା ଶ୍ରୀ ପଟ୍ଟନାୟକ ବିଶ୍ୱବାସୀଙ୍କୁ ଶକ୍ତି ସଂରକ୍ଷଣର ବାର୍ତ୍ତା ପ୍ରଦାନ କରିଥିଲେ। ଶନିବାର ରାତି ୮ଟା ୩୦ ରୁ ୯ଟା ୩୦ ପର୍ଯ୍ୟନ୍ତ ଏକ ଘଣ୍ଟା ପାଇଁ ସମସ୍ତ ଅନାବଶ୍ୟକ ଲାଇଟ୍ ଏବଂ ବିଦ୍ୟୁତ୍ ଉପକରଣ ବନ୍ଦ ରଖିବାକୁ ସେ ନିବେଦନ କରିଛନ୍ତି।


