Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର ଓକିଲ ସଂଘ ନିର୍ବାଚନ: ନିର୍ବାଚନ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ପରାଜିତ ପ୍ରାର୍ଥୀ
ଆଜିର ଖବର

ବାଣପୁର ଓକିଲ ସଂଘ ନିର୍ବାଚନ: ନିର୍ବାଚନ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ପରାଜିତ ପ୍ରାର୍ଥୀ

March 30, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଣପୁର
ବାଣପୁର ଓକିଲ ସଂଘ ନିର୍ବାଚନ: ନିର୍ବାଚନ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ପରାଜିତ ପ୍ରାର୍ଥୀ

ବାଣପୁର: ଓଡ଼ିଶା ଆଇନଜୀବୀ ପରିଷଦର ପ୍ରତ୍ୟକ୍ଷ ତତ୍ୱାବଧାନରେ ଶନିବାର ରାଜ୍ୟର ସମସ୍ତ ଅନୁବନ୍ଧିତ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଏକାକାଳୀନ ଭାବେ ଅନୁଷ୍ଠିତ ହେଇଛି। ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସକାଳ ୭.୩୦ ଘଟିକା ଠାରୁ ନିର୍ବାଚନ ଆରମ୍ଭ ହୋଇ ଅପରାହ୍ନ ୩.୦୦ ଘଟିକାରେ ସମାପ୍ତ ହୋଇଥିଲା।

ଚଳିତ ନିର୍ବାଚନରେ ପ୍ରାର୍ଥୀମାନେ ଓକିଲ ବନ୍ଧୁମାନଙ୍କୁ ନିଜ ସପକ୍ଷରେ ମତ ଦେବାକୁ ଘରକୁ ଘର ବୁଲି ବିଭିନ୍ନ ପ୍ରକାର ପ୍ରୟାସ କରିଥିବା ଦେଖିବାକୁ ମିଳିଥିଲା। ଅପରାହ୍ନ ଚାରି ଘଟିକାରେ ଗଣତି ଆରମ୍ଭ କରାଯାଇ ଫଳ ପ୍ରକାଶ ପାଇଥିଲା।

ଚଳିତ ନିର୍ବାଚନରେ ସଂଘର ସମୁଦାୟ ୧୩୦ ଜଣ ଆଇନଜୀବୀ ସେମାନଙ୍କର ଭୋଟ ଦେଇଥିବା ବେଳେ ସଭାପତି ଭାବେ ଜଗନ୍ନାଥ ଭୋଳ, ଉପ ସଭାପତି ଭାବେ ନିରୋଜ କୁମାର ମହାନ୍ତି ସମ୍ପାଦକ ଭାବେ ମହେନ୍ଦ୍ର ପ୍ରସାଦ ସାମନ୍ତସିଂହାର, ସହ ସମ୍ପାଦକ ଭାବେ ନରେନ୍ଦ୍ର ନାୟକ, କାର୍ଯ୍ୟକାରୀ ସଭ୍ୟ ଭାବରେ ସୁଦର୍ଶନ ଜାଲି ଓ ଚିରସ୍ମିତା ବେହେରା ବିଜୟୀ ହୋଇଛନ୍ତି।

ଉକ୍ତ ନିର୍ବାଚନକୁ ନିର୍ବାଚନ ଅଧିକାରୀ ଭାବରେ ଆଇନଜୀବୀ ମନୋଜ କୁମାର ମହାପାତ୍ର ଏବଂ ସହ ନିର୍ବାଚନ ଅଧିକାରୀ ଭାବେ ଆଇନଜୀବୀ ସୁନୀଲ ମହାପାତ୍ର ଓ ସୁଧୀର ପ୍ରଧାନ ପରିଚାଳନା କରିଥିବା ବେଳେ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ହୋଇଥିବା ଆଇନଜୀବୀ ଅଶୋକ କୁମାର ଚମ୍ପତ୍ତି ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାକୁ ତଦାରଖ କରିଥିଲେ।

ତେବେ ଉପ ସଭାପତି ପଦ ଫଳାଫଳକୁ ନେଇ ବିବାଦ ଦେଖାଦେଇଛି। ପରାଜିତ ପ୍ରାର୍ଥୀ ରାମଚନ୍ଦ୍ର ପଲାଇ ନିର୍ବାଚନ ଅଧିକାରୀଙ୍କ ବିରୁଦ୍ଧରେ ଅନିୟମିତତା ଅଭିଯୋଗ ଆଣିଛନ୍ତି। ନିର୍ବାଚନ ଅଧିକାରୀ ପ୍ରଥମେ ଉପ ସଭାପତି ଭାବେ ରାମଚନ୍ଦ୍ର ପଲାଇଙ୍କ ନାମ ବିଜୟୀ ପ୍ରାର୍ଥୀ ଭାବେ ଘୋଷଣା କରିଥିବାବେଳେ ପରବର୍ତ୍ତୀ ସମୟରେ ନିରୋଜ କୁମାର ମହାନ୍ତିଙ୍କ ନାମ ବିଜୟୀ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ। ଏହାକୁ ରାମଚନ୍ଦ୍ର ଦୃଢ ବିରୋଧ କରିଥିଲେ ସୁଦ୍ଧା ନିର୍ବାଚନ ଅଧିକାରୀ ନିଜ ଜିଦରେ ଅଟଳ ରହିଥିବା ରାମଚନ୍ଦ୍ର କହିଛନ୍ତି।

ରାମଚନ୍ଦ୍ରଙ୍କ ସପକ୍ଷରେ ଥିବା ଦୁଇ ଗୋଟି ବୈଧ ଭୋଟକୁ ଜାଣିଶୁଣି ନିର୍ବାଚନ ଅଧିକାରୀ ପରବର୍ତ୍ତୀ ସମୟରେ ଉଦ୍ଦେଶ୍ୟମୂଳକ ଭାବେ ଅବୈଧ ଘୋଷଣା କରି ତାଙ୍କୁ ପରାଜିତ କରିଥିବା ସେ ସିଧାସଳଖ ଅଭିଯୋଗ କରିଛନ୍ତି।  ନିର୍ବାଚନ ଅଧିକାରୀଙ୍କ ଏପରି ପକ୍ଷପାତିତାକୁ ବିରୋଧ କରି ଏବଂ ନ୍ୟାୟ ପାଇବା ଉଦ୍ଦେଶ୍ୟରେ ସେ ରାଜ୍ୟ ଆଇନଜୀବୀ ପରିଷଦ ସମେତ ଓଡିଶା ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହେବେ ବୋଲି ଗଣମାଧ୍ୟମକୁ କହିଛନ୍ତି।

ଓଡ଼ିଶା ଆଇନଜୀବୀ ପରିଷଦ ପରାଜିତ ପ୍ରାର୍ଥୀ ବାଣପୁର ବାଣପୁର ଓକିଲ ସଂଘ
Share. Facebook Twitter LinkedIn Email WhatsApp Copy Link

Related Posts

ବିଦେଶ ମାଟିରେ ଓଡିଆ କ୍ଷୁଦ୍ର ଚଳଚିତ୍ର ପୁରସ୍କୃତ, ଦିଲ୍ଲୀପ ହାଲି ଶ୍ରେଷ୍ଠ ପ୍ରଯୋଜକ

March 30, 2026

‘ରାଷ୍ଟ୍ର ପ୍ରଥମ’ ନୀତିକୁ ଆପଣାଇ ରାଷ୍ଟ୍ର ନିର୍ମାଣ ଦିଗରେ ଅବିରତ କାର୍ଯ୍ୟ କରୁଛି ବିଜେପି: ପୃଥ୍ୱୀରାଜ ହରିଚ଼ନ୍ଦନ

March 30, 2026

ଦିଲ୍ଲୀ ପୋଲିସର ବଡ ସଫଳତା: ଗିରଫ ହେଲା ୧୧୦୦ ଥର ବୋମା ଧମକ ଦେଇଥିବା ଅଭିଯୁକ୍ତ

March 30, 2026

ଆଜି ମାର୍ଚ୍ଚ ୩୦ ତାରିଖ ସୋମବାରରେ କେଉଁ ରାଶି ଉପରେ କଣ ରହିଛି ପ୍ରଭାବ, ଜାଣନ୍ତୁ ରାଶିଫଳ

March 30, 2026
Latest News

ବାଣପୁର ଓକିଲ ସଂଘ ନିର୍ବାଚନ: ନିର୍ବାଚନ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ପରାଜିତ ପ୍ରାର୍ଥୀ

March 30, 2026

ବିଦେଶ ମାଟିରେ ଓଡିଆ କ୍ଷୁଦ୍ର ଚଳଚିତ୍ର ପୁରସ୍କୃତ, ଦିଲ୍ଲୀପ ହାଲି ଶ୍ରେଷ୍ଠ ପ୍ରଯୋଜକ

March 30, 2026

‘ରାଷ୍ଟ୍ର ପ୍ରଥମ’ ନୀତିକୁ ଆପଣାଇ ରାଷ୍ଟ୍ର ନିର୍ମାଣ ଦିଗରେ ଅବିରତ କାର୍ଯ୍ୟ କରୁଛି ବିଜେପି: ପୃଥ୍ୱୀରାଜ ହରିଚ଼ନ୍ଦନ

March 30, 2026

ଦିଲ୍ଲୀ ପୋଲିସର ବଡ ସଫଳତା: ଗିରଫ ହେଲା ୧୧୦୦ ଥର ବୋମା ଧମକ ଦେଇଥିବା ଅଭିଯୁକ୍ତ

March 30, 2026

ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ

March 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.