Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ପଞ୍ଜାବ କିଙ୍ଗସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ
ଆଜିର ଖବର

ଆଜି ପଞ୍ଜାବ କିଙ୍ଗସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ

March 31, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଜି ପଞ୍ଜାବ କିଙ୍ଗସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ
ଆଜି ପଞ୍ଜାବ କିଙ୍ଗସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ

ନୂଆଦିଲ୍ଲୀ: ୨୦୨୬ ଆଇପିଏଲ ରେ ଆଜି ପଞ୍ଜାବ କିଙ୍ଗସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ମଧ୍ୟ ଏକ ଉଚ୍ଚ ସ୍କୋରିଂ ହୋଇପାରେ ବୋଲି ଅନୁମାନ କରାଯାଉଛି। ପଞ୍ଜାବ କିଙ୍ଗସ ଏବଂ ଗୁଜରାଟ ଟାଇଟାନ୍ସ ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରରେ ମୁହାଁମୁହିଁ ହେବେ। ଏହା ସିଜିନର ସେମାନଙ୍କର ପ୍ରଥମ ମ୍ୟାଚ୍। ଉଭୟ ଦଳ ବିଜୟ ସହିତ ୨୦୨୬ ଆଇପିଏଲ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବେ। ପଞ୍ଜାବ କିଙ୍ଗସର ନେତୃତ୍ୱ ଶ୍ରେୟସ ଆୟରଙ୍କ ହାତରେ ଥିବାବେଳେ ଗୁଜରାଟ ଟାଇଟାନ୍ସର ଅଧିନାୟକ ଶୁଭମାନ ଗିଲ୍।

ପଞ୍ଜାବ କିଙ୍ଗସ ବନାମ ଗୁଜରାଟ ଟାଇଟାନ୍ସ ମ୍ୟାଚ୍ ସନ୍ଧ୍ୟା ୭:୩୦ ରେ ଆରମ୍ଭ ହେବ। ଟସ୍ ସନ୍ଧ୍ୟା ୭:୦୦ ରେ ହେବ। ଦୁଇ ଦଳ ମୁଲାନପୁର, ନ୍ୟୁ ଚଣ୍ଡିଗଡ଼ର ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ମୁହାଁମୁହିଁ ହେବେ। ପଞ୍ଜାବ କିଙ୍ଗସ ଗତ ବର୍ଷ ଫାଇନାଲରେ ଖେଳିଥିଲା। କିନ୍ତୁ ଟାଇଟଲ୍ ମ୍ୟାଚ୍ ହାରିଥିଲା। ଏଥର ଶ୍ରେୟସ ଆୟର ତାଙ୍କ ଦଳକୁ ଟାଇଟଲ ଆଡକୁ ନେଇଯିବାକୁ ଲକ୍ଷ୍ୟ ରଖିବେ। ଗୁଜରାଟ ଅଧିନାୟକ ଶୁଭମାନ ଗିଲ୍ ମଧ୍ୟ ସମାନ ଉଦ୍ଦେଶ୍ୟ ରଖିଛନ୍ତି।

ମହାରାଜା ଯାଦବିନ୍ଦ୍ର ସିଂହ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ପିଚ୍ ବ୍ୟାଟସମ୍ୟାନଙ୍କ ପାଇଁ ଅନୁକୂଳ। ବଲ୍ ଭଲ ଭାବରେ ବ୍ୟାଟ୍ ଉପରକୁ ଆସେ, ଏବଂ ଆଉଟଫିଲ୍ଡ ବହୁତ ଦ୍ରୁତ। ଫଳସ୍ୱରୂପ, ରନ ସ୍କୋର କରିବା ସହଜ ହେବ। ପିଚ୍ ଉପରେ ନିର୍ଭର କରି ଟସ୍ ଜିତିଥିବା ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇପାରେ।

ପଞ୍ଜାବ କିଙ୍ଗ୍ସର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ: ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରନ୍ ସିଂହ (ୱିକେଟକିପର), ଶ୍ରେୟସ ଆୟର (ଅଧିନାୟକ), ନେହାଲ ୱଢେରା, ଅଜମତୁଲ୍ଲା ଉମରଜାଇ, ମାର୍କସ୍ ଷ୍ଟୋଇନିସ୍, ଶଶାଙ୍କ ସିଂହ, ୟୁଜଭେନ୍ଦ୍ର ଚହଲ୍, ଅର୍ଶଦୀପ ସିଂହ, ମାର୍କୋ ଜାନସେନ୍, ଏବଂ ବିଜୟକୁମାର ବିଶାକ।

ଇମ୍ପାକ୍ଟ ପ୍ଲେୟାର- ମିଚେଲ ଓୱନ୍/ଲକି ଫର୍ଗୁସନ୍

ଗୁଜୁରାଟ ଟାଇଟାନ୍ସର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ: ସାଇ ସୁଦର୍ଶନ, ଶୁଭମନ ଗିଲ୍ (ଅଧିନାୟକ), ଜସ୍ ବଟଲର୍ (ୱିକେଟକିପର), ଗ୍ଲେନ୍ ଫିଲିପ୍ସ, ରାହୁଲ ତେୱାତିଆ, ଏମ୍ ଶାହରୁଖ ଖାନ, ରବିଶ୍ରୀନିବାସନ ସାଇ କିଶୋର, ରସିଦ୍ ଖାନ, କଗିସୋ ରବାଡା, ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କୃଷ୍ଣ।

ଇମ୍ପାକ୍ଟ ପ୍ଲେୟାର- ୱାଶିଂଟନ୍ ସୁନ୍ଦର।

ipl IPL 2026 PBKS Vs GT Punjab Kings Vs Gujarat Titans shreyas iyer Shubman Gill
Share. Facebook Twitter LinkedIn Email WhatsApp Copy Link

Related Posts

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

“ପ୍ରଧାନମନ୍ତ୍ରୀ ଯାହା କରିପାରିବେ, ତାହା…”: ଇରାନ ଯୁଦ୍ଧ ଉପରେ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ

March 31, 2026

ନକ୍ସଲମୁକ୍ତ ଭାରତ ଘୋଷଣା ପରେ ଶିବସେନା ସାଂସଦଙ୍କ ପ୍ରତିକ୍ରିୟା: ସରକାରକୁ କଲେ ପ୍ରଶ୍ନ

March 31, 2026

ଖୋଲାଖୋଲି ବିକ୍ରି ହେଉଥିଲା “ମେଡ୍ ଇନ୍ ପାକିସ୍ତାନ” ସାମଗ୍ରୀ: ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 31, 2026
Latest News

ଆଜି ପଞ୍ଜାବ କିଙ୍ଗସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

“ପ୍ରଧାନମନ୍ତ୍ରୀ ଯାହା କରିପାରିବେ, ତାହା…”: ଇରାନ ଯୁଦ୍ଧ ଉପରେ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ

March 31, 2026

ନକ୍ସଲମୁକ୍ତ ଭାରତ ଘୋଷଣା ପରେ ଶିବସେନା ସାଂସଦଙ୍କ ପ୍ରତିକ୍ରିୟା: ସରକାରକୁ କଲେ ପ୍ରଶ୍ନ

March 31, 2026

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.