ଭୁବନେଶ୍ଵର: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ଜନଗଣନା। ଏହା ପୂର୍ବରୁ ମଙ୍ଗଳବାର ଭୁବନେଶ୍ୱରର ଜନଗଣନା ଭବନରେ ଓଡ଼ିଶା ଜନଗଣନା କାର୍ଯ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀ ଯୋଗ ଦେଇଥିଲେ।
ଜନଗଣନା କାର୍ଯ୍ୟ ନିର୍ଦ୍ଦେଶାଳୟ ନୋଡାଲ ଅଧିକାରୀମାନଙ୍କୁ ନିଷ୍ଠାର ସହିତ କାର୍ଯ୍ୟ କରିବା ଏବଂ ଜନଗଣନା ୨୦୨୭ର ସଫଳ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବାକୁ ସେ ଆହ୍ବାନ ଦେଇଛନ୍ତି। ରାଜ୍ୟ ଜନଗଣନା କାର୍ଯ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ଜନଗଣନା ସମୟରେ ସଠିକ୍ ତଥ୍ୟ ସଂଗ୍ରହ ଉପରେ ଗୁରୁତ୍ୱ ଦେବାକୁ ନୋଡାଲ ଅଧିକାରୀମାନଙ୍କୁ କହିଛନ୍ତି।


