Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ପଖାଳ ଉତ୍ସବ ଆରମ୍ଭ
ଆଜିର ଖବର

ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ପଖାଳ ଉତ୍ସବ ଆରମ୍ଭ

April 1, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ପଖାଳ ଉତ୍ସବ ଆରମ୍ଭ
ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ପଖାଳ ଉତ୍ସବ ଆରମ୍ଭ

ଭୁବନେଶ୍ୱର: ପ୍ରତ୍ୟେକ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳର ସ୍ୱାଦ ନେବା ସହ ଏହାର ପ୍ରଚାର ଓ ପ୍ରସାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସଏଚ୍‌ଏମ୍‌) ପକ୍ଷରୁ ବୁଧବାର ଏକ ୫-ଦିନିଆ ପଖାଳ ଉତ୍ସବ ଆରମ୍ଭ ହୋଇଛି।

ଏସ୍‌ଏଚ୍‌ଏମ୍‌ରେ ଆୟୋଜିତ ହୋଇଥିବା ପଖାଳ ଉତ୍ସବକୁ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉଦ୍‌ଘାଟନ କରିବା ସହିତ ଓଡ଼ିଆ ଅସ୍ମିତାକୁ ବଜାୟ ରଖି ଉତ୍କଳ ଦିବସ ପରିପ୍ରେକ୍ଷୀରେ ପଖାଳ ଉତ୍ସବ ପାଳନ କରିବା ପ୍ରତି ଓଡ଼ିଆ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଥିଲେ। ଓଡ଼ିଶାର ଘରେ ଘରେ ଏହି ପାରମ୍ପାରିକ ଖାଦ୍ୟ ବେଶ ଆଦୃତ ହୋଇଥିବା ବେଳେ ସାରା ବିଶ୍ୱରେ ଏହାର ଚାହିଦା ବୃଦ୍ଧି ପାଉଛି। ସ୍ୱାସ୍ଥ୍ୟ ପାଇଁ ପଖାଳ ଏକ ଔଷଧ ପରି କାମ କରିବା ସହିତ ଏହାର ତୋରାଣି ଅଂଶୁଘାତ ସମୟରେ ବେଶ ସହାୟକ ହୋଇଥାଏ ବୋଲି ପ୍ରଫେସର ନନ୍ଦ କହିଥିଲେ।

ଓଡ଼ିଶାର ହସ୍ତତନ୍ତ୍ର ଏବଂ ହସ୍ତଶିଳ୍ପ ସହିତ ଏହାର ଇତିହାସ, ଜୀବନଶୈଳୀ, ପରମ୍ପରା ଓ ସଂସ୍କୃତିକୁ ବାନ୍ଧି ରଖିବାର ପ୍ରୟାସ ଏହି ପଖାଳ ଉତ୍ସବର ଉଦ୍ଦେଶ୍ୟ ବୋଲି ସେ କହିଥିଲେ।

ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏସ୍‌ଏଚ୍‌ଏମ୍ ପକ୍ଷରୁ ଏପ୍ରିଲ୍ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ‘ପଖାଳ ଉତ୍ସବ’ର ଆୟୋଜନ କରାଯାଇଛି। ୫ ଦିନ ବ୍ୟାପି ଚାଲିବାକୁ ଥିବା ଏହି ଉତ୍ସବରେ ପଖାଳ ସାଙ୍ଗକୁ ବିଭିନ୍ନ କିସମର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଛି। ପାରମ୍ପରିକ ବ୍ୟଞ୍ଜନ ପରିବେଷଣ ସହିତ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ପ୍ରତ୍ୟେକ ଓଡିଆଙ୍କ ଖାଦ୍ୟରୁଚି ତଥା ଭାବଧାରାକୁ ସର୍ବସାଧାରଣଙ୍କ ନିକଟରେ ପହଂଚାଇବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି କହିଛନ୍ତି। ଖରାଦିନେ ପ୍ରତ୍ୟେକ ଓଡ଼ିଆ ଖରା ତାତିକୁ ଏଡ଼ାଇବା ପାଇଁ ପଖାଳ ଖାଇବାକୁ ହିଁ ପସନ୍ଦ କରିଥାନ୍ତି ବୋଲି ସେ କହିଥିଲେ।

ଓଡ଼ିଶାର କଳା ଓ ସଂସ୍କୃତି ସହିତ ବିଭିନ୍ନ ଜିଲ୍ଲାର ହସ୍ତତନ୍ତ୍ର ଏବଂ ହସ୍ତଶିଳ୍ପ, ପରମ୍ପରା ଓ ଗ୍ରାମୀଣ ପରିବେଶ ଏବଂ ଏସ୍‌ଏଚ୍‌ଏମ୍ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଭିନ୍ନ ଭିନ୍ନ ହସ୍ତକଳାର ଏକ ଝଲକ ଏହି ଉତ୍ସବରେ ଦେଖିବାକୁ ମିଳିଛି।

ଅତିଥିମାନଙ୍କୁ ଏହି ଉତ୍ସବରେ ପ୍ରତ୍ୟେକ ଦିନ ୧୨ ଟାରୁ ୩ ଟା ପର୍ଯ୍ୟନ୍ତ ପଖାଳ ପରଷା ଯିବ। ଏହି ଉତ୍ସବକୁ ଏସ୍‌ଏଚ୍‌ଏମ୍‌ର ଛାତ୍ରଛାତ୍ରୀମାନେ ପାରମ୍ପରିକ ବେଶଭୂଷା ପରିଧାନ କରି ଖାଦ୍ୟ ପରିଷିବେ। ଏହି ଉତ୍ସବକୁ ଛାତ୍ରଛାତ୍ରୀମାନେ ସଂଚାଳନ କରୁଥିବା ବେଳେ ସେମାନଙ୍କୁ ଫ୍ୟାକଲ୍ଟି ଓ ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରୁଛନ୍ତି।

ଏହି ପଖାଳ ଉତ୍ସବରେ ଅତିଥି ମାନଙ୍କୁ ଉଷୁନା ପଖାଳ, ଅରୁଆ ପଖାଳ, ଦହି ପଖାଳ, ଅଦା ପଖାଳ, ଛୁଙ୍କ ପଖାଳ ଏବଂ ଲେମ୍ବୁ ପଖାଳ ଇତ୍ୟାଦି ପରଷା ଯିବାର ବ୍ୟବସ୍ଥା ହୋଇଛି। ସେହିପରି ପଖାଳକୁ ସୁହାଇଲା ଭଳି ବିଭିନ୍ନ ପ୍ରକାରର ଆମିଷ ଓ ନିରାମିଷ ବ୍ୟଞ୍ଜନ ଯେପରିକି – ମାଛ ପତ୍ରପୋଡା, ଚିଙ୍ଗୁଡି ଛେଚା, ଶୁଖୁଆ ଭଜା, କୁକୁଡା କଷା, ଚୁନା ମାଛ ଭଜା, ଚିଙ୍ଗୁଡି ଝରଝରି, ପୋହଳା ମାଛ ଭଜା, ଛତୁ ପତ୍ରପୋଡା, ଆଳୁ ଭଜା, ବାଇଗଣ ଭଜା, ଆଳୁ ଓ ବାଇଗଣ ଭର୍ତା, ପୋଡା ଆଳୁ , ଗୋଟା ଭେଣ୍ଡି ଭଜା, ନଡ଼ିଆ ଭଜା, ସାଗ ବଡ଼ି ଭଜା, ଆମ୍ବ ଛେଚା ଚଟଣୀ, ପୋଡା ଟମାଟୋ ଚଟଣୀ, ପଣସ ପିଠଉ ଭଜା, ପନିର ଭୁର୍ଜି, ଆଳୁ କଲରା ବାଟି ତରକାରୀ ଓ ବଡି ଚୁରା ପ୍ରଭୃତି ପରିବେଷଣ କରାଯିବାର ବ୍ୟବସ୍ଥା କରାଯାଇଛି।

ପଖାଳ ଉତ୍ସବ ସୋଆ ଏସ୍‌ଏଚ୍‌ଏମ୍
Share. Facebook Twitter LinkedIn Email WhatsApp Copy Link

Related Posts

ଚିତ୍ର ଶିଳ୍ପୀ ସୁଧୀର କୁମାର ସ୍ୱାଇଁଙ୍କୁ ସମ୍ମାନୀତ

April 1, 2026

IPL ଛାଡି PSL ରେ କାହିଁକି ଖେଳନ୍ତି ଆଦମ ଜାମ୍ପା?: ଅଷ୍ଟ୍ରେଲିଆ ସ୍ପିନରଙ୍କ ଆଶ୍ଚର୍ଯ୍ୟଜନକ ଉତ୍ତର

April 1, 2026

ପଣ୍ୟ ପରିବହନ କ୍ଷେତ୍ରରେ ପୁଣି ଦେଶର ଏକ ନମ୍ବର ହେଲା ପୂର୍ବ ତଟ ରେଳପଥ

April 1, 2026

କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗସ୍‌-୨୦୨୬: ମହତ୍ୱପୂ୍‌ର୍ଣ୍ଣ ସ୍ଥାନରେ ସୋଆ

April 1, 2026
Latest News

ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ପଖାଳ ଉତ୍ସବ ଆରମ୍ଭ

April 1, 2026

ଚିତ୍ର ଶିଳ୍ପୀ ସୁଧୀର କୁମାର ସ୍ୱାଇଁଙ୍କୁ ସମ୍ମାନୀତ

April 1, 2026

IPL ଛାଡି PSL ରେ କାହିଁକି ଖେଳନ୍ତି ଆଦମ ଜାମ୍ପା?: ଅଷ୍ଟ୍ରେଲିଆ ସ୍ପିନରଙ୍କ ଆଶ୍ଚର୍ଯ୍ୟଜନକ ଉତ୍ତର

April 1, 2026

ପଣ୍ୟ ପରିବହନ କ୍ଷେତ୍ରରେ ପୁଣି ଦେଶର ଏକ ନମ୍ବର ହେଲା ପୂର୍ବ ତଟ ରେଳପଥ

April 1, 2026

କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗସ୍‌-୨୦୨୬: ମହତ୍ୱପୂ୍‌ର୍ଣ୍ଣ ସ୍ଥାନରେ ସୋଆ

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.