Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଣ୍ୟ ପରିବହନ କ୍ଷେତ୍ରରେ ପୁଣି ଦେଶର ଏକ ନମ୍ବର ହେଲା ପୂର୍ବ ତଟ ରେଳପଥ
ଆଜିର ଖବର

ପଣ୍ୟ ପରିବହନ କ୍ଷେତ୍ରରେ ପୁଣି ଦେଶର ଏକ ନମ୍ବର ହେଲା ପୂର୍ବ ତଟ ରେଳପଥ

April 1, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପୂର୍ବ ତଟ ରେଳପଥ
ପଣ୍ୟ ପରିବହନ କ୍ଷେତ୍ରରେ ପୁଣି ଦେଶର ଏକ ନମ୍ବର ହେଲା ପୂର୍ବ ତଟ ରେଳପଥ

ଭୁବନେଶ୍ୱର: ପୂର୍ବ ତଟ ରେଳପଥ ପୁଣି ଥରେ ଭାରତୀୟ ରେଳବାଇର ପ୍ରମୁଖ ପଣ୍ୟ ପରିବହନକାରୀ ଜୋନ୍ ଭାବେ ନିଜର ସ୍ଥାନକୁ ସୁଦୃଢ଼ କରିଛି। ୨୦୨୫–୨୬ ଆର୍ଥିକ ବର୍ଷରେ ଏହା ୨୮୬.୩ ନିୟୁତ ଟନ୍‌ର ସର୍ବକାଳୀନ ସର୍ବାଧିକ ପଣ୍ୟ ପରିବହନ ହାସଲ କରିଛି। ପୂର୍ବବର୍ଷ ୨୦୨୪–୨୫ ଆର୍ଥିକ ବର୍ଷରେ ୨୫୯.୨୫ ନିୟୁତ ଟନ୍ ପରିବହନ ସହିତ ତୁଳନା କରିଲେ, ଏହା ପ୍ରାୟ ୨୭ ନିୟୁତ ଟନ୍ ଅଧିକ ଏବଂ ପ୍ରାୟ ୧୦.୪ ପ୍ରତିଶତ ବୃଦ୍ଧିକୁ ପ୍ରତିଫଳିତ କରୁଛି। ଏହି ସଫଳତା ଜୋନ୍‌ର ନିରନ୍ତର ଅଭିବୃଦ୍ଧି ଏବଂ ପରିଚାଳନାଗତ ଉତ୍କର୍ଷତାକୁ ସ୍ପଷ୍ଟ କରୁଛି।

ପଣ୍ୟ ପରିବହନରେ ବୃଦ୍ଧି ସହିତ, ଏହି ଜୋନ୍‌ର ପଣ୍ୟ ପରିବହନ ଆୟରେ ମଧ୍ୟ ଯଥେଷ୍ଟ ବୃଦ୍ଧି ରେକର୍ଡ ହୋଇଛି। ୨୦୨୫–୨୬ ଆର୍ଥିକ ବର୍ଷରେ ପୂର୍ବ ତଟ ରେଳପଥ ପଣ୍ୟ ପରିବହନରୁ ₹୨୯,୪୫୬.୬୦ କୋଟି ଆୟ କରିଥିବା ବେଳେ, ୨୦୨୪–୨୫ ଆର୍ଥିକ ବର୍ଷରେ ଏହି ଆୟ ₹୨୬,୬୯୧.୮୨ କୋଟି ଥିଲା। ଏହା ୧୦ ପ୍ରତିଶତରୁ ଅଧିକ ବୃଦ୍ଧିକୁ ପ୍ରତିଫଳିତ କରୁଛି। ଏହି ଦୃଢ଼ ଆର୍ଥିକ ପ୍ରଦର୍ଶନ ଭାରତୀୟ ରେଳବାଇର ପଣ୍ୟ ପରିବହନ କ୍ଷେତ୍ରରେ ଏହାର ଅଗ୍ରଣୀ ସ୍ଥାନକୁ ଆହୁରି ସୁଦୃଢ଼ କରିଛି।

ଏହି ସଫଳତା ସହିତ ପୂର୍ବ ତଟ ରେଳପଥ ପଣ୍ୟ ପରିବହନ କ୍ଷେତ୍ରରେ ଭାରତୀୟ ରେଳବାଇର ସମସ୍ତ ରେଳ ଜୋନ୍‌ମାନଙ୍କ ମଧ୍ୟରେ ନିଜର ଶୀର୍ଷସ୍ଥାନ ବଜାୟ ରଖିଛି। ଚଳିତ ଆର୍ଥିକ ବର୍ଷରେ ଭାରତୀୟ ରେଳବାଇ ହାସଲ କରିଥିବା ମୋଟ ୧୬୬୯.୯ ନିୟୁତ ଟନ୍ ପଣ୍ୟ ପରିବହନରେ ପୂର୍ବ ତଟ ରେଳପଥର ଅବଦାନ ୧୭.୧ ପ୍ରତିଶତ ରହିଛି। ବିଶେଷ କଥା ହେଉଛି, ଲଗାତାର ସପ୍ତମ ବର୍ଷ ପାଇଁ ପୂର୍ବ ତଟ ରେଳପଥ ୨୦୦ ମିଲିୟନ ଟନ୍‌ରୁ ଅଧିକ ପଣ୍ୟ ପରିବହନ ଅତିକ୍ରମ କରିଛି, ଯାହା ଏହାର ପଣ୍ୟ ପରିବହନ କାର୍ଯ୍ୟଦକ୍ଷତାରେ ନିରନ୍ତର ନେତୃତ୍ୱକୁ ପ୍ରତିଫଳିତ କରୁଛି।

କୋଇଲା, ଲୁହାପଥର, ଇସ୍ପାତ, ସିମେଣ୍ଟ, ଆଲୁମିନା, ସାର ଏବଂ ଖାଦ୍ୟ ଶସ୍ୟ ଭଳି ପ୍ରମୁଖ ବଲ୍କ ସାମଗ୍ରୀ ପରିବହନରେ ଏହି ଜୋନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି , ଯାହା ବିଦ୍ୟୁତ ଉତ୍ପାଦନ, ଭିତ୍ତିଭୂମି ଉନ୍ନୟନ ଏବଂ ଭାରୀ ଶିଳ୍ପ ଭଳି ମୁଖ୍ୟ କ୍ଷେତ୍ର ପାଇଁ ଅତ୍ୟାବଶ୍ୟକ।

ପଣ୍ୟ ପରିବହନରେ ଉଲ୍ଲେଖନୀୟ ସଫଳତା ସହିତ, ପୂର୍ବ ତଟ ରେଳପଥ ଚଳିତ ବର୍ଷରେ ଯାତ୍ରୀ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଉତ୍ସାହଜନକ ଅଭିବୃଦ୍ଧି ହାସଲ କରିଛି। ୨୦୨୫–୨୬ ଆର୍ଥିକ ବର୍ଷରେ ଏହି ଜୋନ୍‌ ୯୭.୬୪ ନିୟୁତ ଯାତ୍ରୀଙ୍କୁ ପରିବହନ କରିଥିବା ବେଳେ, ଏଥିରୁ ₹୨,୪୯୫.୫୧ କୋଟି ଆୟ କରିଛି। ତୁଳନାତ୍ମକ ଭାବେ, ୨୦୨୪–୨୫ ଆର୍ଥିକ ବର୍ଷରେ ୯୩.୫୨ ନିୟୁତ ଯାତ୍ରୀଙ୍କୁ ପରିବହନ କରାଯାଇଥିଲା ଏବଂ ₹୨,୩୭୧.୦୯ କୋଟି ଆୟ ହୋଇଥିଲା। ଏହା ଯାତ୍ରୀ ସଂଖ୍ୟାରେ ୫.୨୫ ପ୍ରତିଶତ ବୃଦ୍ଧି ସହିତ ଯାତ୍ରୀ ରାଜସ୍ୱରେ ମଧ୍ୟ ନିରନ୍ତର ବୃଦ୍ଧିକୁ ପ୍ରତିବିମ୍ବିତ କରୁଛି।

ଯାତ୍ରୀ ଯାତାୟାତରେ ଏହି ଅଭିବୃଦ୍ଧି ରେଳ ସେବା ପ୍ରତି ଜନସାଧାରଣଙ୍କ ବର୍ଦ୍ଧିତ ଆସ୍ଥାକୁ ପ୍ରତିଫଳିତ କରୁଛି। ଯାତ୍ରୀ ସୁବିଧାରେ ନିରନ୍ତର ଉନ୍ନତି, ଟ୍ରେନ୍ ସେବାର ସମୟାନୁବର୍ତ୍ତିତା ଓ ନିର୍ଭରଯୋଗ୍ୟତାର ସୁଧାର, ଟ୍ରେନ୍ ପରିଚାଳନାର ସମ୍ପ୍ରସାରଣ ଓ ସୁଦୃଢୀକରଣ, ପରିଷ୍କାର-ପରିଚ୍ଛନ୍ନତାରେ ବୃଦ୍ଧି ଏବଂ ଯାତ୍ରୀମାନଙ୍କ ପାଇଁ ଅଧିକ ସୁରକ୍ଷିତ, ନିରାପଦ ଓ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଗ୍ରହୀତ ପଦକ୍ଷେପଗୁଡ଼ିକ ଏହାର ପ୍ରମୁଖ କାରଣ।

ସୁଦୃଢ଼ ଆନ୍ତଃବିଭାଗୀୟ ସମନ୍ୱୟ ଏବଂ ନିରନ୍ତର ପରିଚାଳନାଗତ ଧ୍ୟାନ ଯୋଗୁଁ ଏହି ଉଲ୍ଲେଖନୀୟ ପ୍ରଦର୍ଶନ ସମ୍ଭବ ହୋଇପାରିଛି। ଦକ୍ଷ ମାଲ ପରିବହନ ପରିଚାଳନା, ୱାଗନଗୁଡ଼ିକର ଉନ୍ନତ ଉପଯୋଗ, ଟର୍ମିନାଲ ପରିଚାଳନା କ୍ଷମତାର ସୁଦୃଢୀକରଣ, ନିର୍ଭରଯୋଗ୍ୟ ଟ୍ରାକ୍ସନ ଶକ୍ତି, ଭିତ୍ତିଭୂମିର ନିରନ୍ତର ସୁଦୃଢୀକରଣ, ଆଧୁନିକ ସିଗନାଲିଂ ବ୍ୟବସ୍ଥା ଏବଂ ସକ୍ରିୟ ଗ୍ରାହକ ସମ୍ପୃକ୍ତି ଇତ୍ୟାଦି ପଦକ୍ଷେପ ଏହି ସଫଳତାର ପ୍ରମୁଖ ଆଧାର ।

ମାଲ ପରିବହନ ଓ ଯାତ୍ରୀ ବ୍ୟବସାୟ ଉଭୟ କ୍ଷେତ୍ରରେ ଏହାର ନିରନ୍ତର ସଫଳ ପ୍ରଦର୍ଶନ ସହିତ, ପୂର୍ବ ତଟ ରେଳପଥ ଭାରତୀୟ ରେଳବାଇର ଅଭିବୃଦ୍ଧି ଓ କାର୍ଯ୍ୟକୁଶଳତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଳନ କରିଆସୁଛି। ଦେଶର ବିକଶିତ ପରିବହନ ଆବଶ୍ୟକତା ପୂରଣ ପାଇଁ ସେବା ପ୍ରଦାନକୁ ଆହୁରି ଉନ୍ନତ କରିବା, ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ନୂତନ ଓ ଅଭିନବ ପଦ୍ଧତି ଅବଲମ୍ବନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ।

ଦେଶର ଏକ ନମ୍ବର ପଣ୍ୟ ପରିବହନ ପୂର୍ବ ତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗସ୍‌-୨୦୨୬: ମହତ୍ୱପୂ୍‌ର୍ଣ୍ଣ ସ୍ଥାନରେ ସୋଆ

April 1, 2026

ଗ୍ରୀଷ୍ମ ଋତୁରେ ଯାତ୍ରୀ ଚାହିଦା ପୂରଣ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକର ସେବାରେ ସମ୍ପ୍ରସାରଣ

April 1, 2026

ଚଣ୍ଡିଗଡ଼: ବିଜେପି କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ

April 1, 2026

ଭୁବନେଶ୍ୱର ରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

April 1, 2026
Latest News

ପଣ୍ୟ ପରିବହନ କ୍ଷେତ୍ରରେ ପୁଣି ଦେଶର ଏକ ନମ୍ବର ହେଲା ପୂର୍ବ ତଟ ରେଳପଥ

April 1, 2026

କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗସ୍‌-୨୦୨୬: ମହତ୍ୱପୂ୍‌ର୍ଣ୍ଣ ସ୍ଥାନରେ ସୋଆ

April 1, 2026

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ’ ର ସିଦ୍ଧେଶ୍ୱରୀ ମଣ୍ଡଳ ପ୍ରଶିକ୍ଷଣ ବର୍ଗ ଉଦଘାଟିତ

April 1, 2026

ଗ୍ରୀଷ୍ମ ଋତୁରେ ଯାତ୍ରୀ ଚାହିଦା ପୂରଣ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକର ସେବାରେ ସମ୍ପ୍ରସାରଣ

April 1, 2026

ଚଣ୍ଡିଗଡ଼: ବିଜେପି କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.