Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ପଣ୍ୟ ପରିବହନ କ୍ଷେତ୍ରରେ ଭାରତୀୟ ରେଳ ଜୋନ୍ ତାଲିକାର ଶୀର୍ଷରେ ପୂର୍ବତଟ ରେଳପଥ

ଭୁବନେଶ୍ଵର: ଭାରତୀୟ ରେଳପଥରେ ପୂର୍ବତଟ ରେଳପଥ ଚଳିତ ୨୦୨୨-୨୩ର ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହାର ଲକ୍ଷ୍ୟ ଧାର୍ଯ୍ୟ ଠାରୁ ଅଧିକ ୨୪୧.୫୧ ମିଲିଅନ ଟନ୍ ପଣ୍ୟ ପରିବହନ କରିଛି। ପରିବହନ କ୍ଷେତ୍ରରେ ଏପରି କରିବାରେ ପୂର୍ବତଟ ରେଳପଥ ପ୍ରଥମ ଜୋନ୍ ଭାବେ ଭାରତୀୟ ରେଳରେ ଇତିହାସ ସୃଷ୍ଟି କରିଛି।

ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ପୂର୍ବତଟ ରେଳପଥ ୯.୩୭ ମିଲିଅନ୍ ଟନ୍ ଅଧିକ ପଣ୍ୟ ପରିବହନ କରିଛି । ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ୨୩୨.୧୩ ମିଲିଅନ ଟନ୍ ପଣ୍ୟ ପରିବହନ କରିଥିଲା।

ପୂର୍ବତଟ ରେଳପଥ ହେଉଛି ଭାରତୀୟ ରେଳର ଏକମାତ୍ର ରେଳପଥ ଯାହା ଚଳିତ ଆର୍ଥିକ ବର୍ଷରେ ଧାର୍ଯ୍ୟ ୨୨୦ ମିଲିଅନ୍ ଟନ୍‌, ୨୩୦ ମିଲିଅନ୍ ଟନ୍ ଏବଂ ୨୪୦ ମିଲିଅନ୍ ଟନ୍ ପଣ୍ୟ ପରିବହନର ମାଇଲଷ୍ଟୋନକୁ ଅତିକ୍ରମ କରିଛି। ଭାରତୀୟ ରେଳ ମନ୍ତ୍ରଣାଳୟ ପୂର୍ବତଟ ରେଳପଥ ପାଇଁ ୨୪୦.୬୦ ମିଲିଅନ୍ ଟନ୍ ପଣ୍ୟ ପରିବହନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା, ଯାହା ୨୦୨୨-୨୩ ଆର୍ଥିକ ବର୍ଷରେ ସଫଳତାର ସହ ଏହି ଲକ୍ଷ୍ୟ ହାସଲ ହୋଇଛି।

ପୂର୍ବତଟ ରେଳପଥ ଚଳିତ ଆର୍ଥିକ ବର୍ଷରେ ଦୈନିକ ହାରାହାରି ୧୦ ହଜାର ୱାଗନ ଉପରେ ଏହାର ସର୍ବଶ୍ରେଷ୍ଠ ଲୋଡିଂ କରିପାରିଛି। ଜନତାଙ୍କ ବିରୋଧ ଓ ଆନ୍ଦୋଳନ, ଲୋଡିଂ ଓ ଅନଲୋଡିଂରେ ଶ୍ରମିକଙ୍କ ସମସ୍ୟା, ମାଓବାଦୀ କାର୍ଯ୍ୟକଳାପ ଏବଂ ଅନ୍ୟାନ୍ୟ ରେଳ ନିର୍ମାଣ କାର୍ଯ୍ୟରେ ଉପୁଜିଥିବା ଅନେକ ସମସ୍ୟା ଏବଂ ପ୍ରତିକୂଳ ପରିସ୍ଥିତି ପରେ ମଧ୍ୟ ପୂର୍ବତଟ ରେଳପଥର ଏହା ଏକ ଉଲ୍ଲେଖନୀୟ ପ୍ରଦର୍ଶନ।

ରେଳ ମନ୍ତ୍ରଣାଳୟର ଅଭିନବ ପଦକ୍ଷେପ ଏବଂ ଉପଯୁକ୍ତ ତଥା ପ୍ରମୁଖ ହସ୍ତକ୍ଷେପ ଦ୍ୱାରା ଗତ ବର୍ଷର ଲୋଡିଂକୁ ଅତିକ୍ରମ କରିବା ଏବଂ ଚଳିତ ବର୍ଷର ଧାର୍ଯ୍ୟ ଲୋଡିଂର ଲକ୍ଷ୍ୟକୁ ପୂରଣ କରି ଏହାକୁ ଫାଷ୍ଟ ଟ୍ରାକରେ ପହଞ୍ଚାଇବାରେ ସାହାଯ୍ୟ କରିଛି।

ଉପରୋକ୍ତ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ କୋଇଲା ହେଉଛି ପୂୂର୍ବତଟ ରେଳପଥ ଦ୍ୱାରା ପରିବାହିତ ମୁଖ୍ୟ ପଣ୍ୟଦ୍ରବ୍ୟ, ଯାହା ପ୍ରାୟ ୧୪୯.୬୪ ମିଲିଅନ ଟନ୍‌ର। କୋଇଲା ପରେ ୨୫.୫୬ ମିଲିଅନ ଟନ୍‌ର ଲୁହା, ୧୯.୩୩ ମିଲିଅନ ଟନ୍‌ର ଷ୍ଟିଲ୍‌, ୫.୯୦ ମିଲିଅନ ଟନ୍‌ର ଫର୍ଟିଲାଇଜର କଣ୍ଟେନର୍‌, ଷ୍ଟିଲ୍ ପ୍ଲାଣ୍ଟ ପାଇଁ ୭.୭୯ ମିଲିଅନ ଟନ୍‌ର କଞ୍ଚା ପଣ୍ୟ ପରିବହନ ହୋଇଛି।

ଭାରତର ୬୮ଟି ଡିଭିଜନ ମଧ୍ୟରୁ ଖୋର୍ଦ୍ଧା ରୋଡ୍ ଡିଭିଜିନ ଏବଂ ୱାଲ୍ଟେର ଡିଭିଜନ ପଣ୍ୟ ପରିବହନରେ ଯଥାକ୍ରମେ ତୃତୀୟ ଏବଂ ଷଷ୍ଠ ସ୍ଥାନ ହାସଲ କରିଛନ୍ତି। ଖୋର୍ଦ୍ଧା ରୋଡ୍ ଡିଭିଜନରେ ୧୫୫.୩୪ ମିଲିଅନ ଟନ୍‌, ୱାଲ୍ଟେର ଡିଭିଜନରେ ୬୯.୬୩ ମିଲିଅନ ଟନ୍ ଏବଂ ସମ୍ବଲପୁର ଡିଭିଜନରେ ୧୬.୫୪ ମିଲିଅନ୍ ଟନ୍ ପଣ୍ୟ ପରିବହନ କରାଯାଇଛି, ଯାହା ଦ୍ୱାରା ଏହି ରେକର୍ଡ ସମ୍ଭବପର ହୋଇପାରିଛି।

ଗତ ଆର୍ଥିକ ବର୍ଷରେ ଭାରତୀୟ ରେଳର ମୋଟ୍ ଲୋଡିଂ ୧୫୧୨.୦୭୩ ମିଲିଅନ ଟନ୍ ଉପରେ ପୂର୍ବତଟ ରେଳପଥର ୧୫ % ଯୋଗଦାନ ରହିଛି। ପୂର୍ବତଟ ରେଳପଥ ପରେ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ ଚଳିତ ଆର୍ଥିକ ବର୍ଷରେ ୨୧୪.୫୮ ମିଲିଅନ ଟନ୍ ପରିବହନ କରି ଦ୍ୱିତୀୟ ସର୍ବାଧିକ ଲୋଡିଂ ଜୋନ୍ ହୋଇଥିବା ବେଳେ ଦକ୍ଷିଣ ପୂର୍ବ ରେଳପଥ ତୃତୀୟ ସ୍ଥାନରେ ୨୦୨.୬୧ ମିଲିଅନ ଟନ୍ ଲୋଡିଂ କରିଛି।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ସମସ୍ତ ରେଳ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ୩ଟି ଡିଭିଜନର ପରିଶ୍ରମୀ ତଥା ଉତ୍ସର୍ଗୀକୃତ କର୍ମଚାରୀଙ୍କୁ ଏହି ସଫଳତା ପାଇଁ ପୂର୍ଣ୍ଣ ଶ୍ରେୟ ଦେଇଛନ୍ତି। ଏହା ବ୍ୟତୀତ କୋଇଲା ଖଣି, ବନ୍ଦର, ଇସ୍ପାତ କାରଖାନା, ସିମେଣ୍ଟ, ଆଲୁମିନା ପ୍ଲାଣ୍ଟ, ପେଟ୍ରୋଲିୟମ କମ୍ପାନୀ ଏବଂ ଖାଦ୍ୟ ନିଗମ ସମେତ ସମସ୍ତ ହିତାଧିକାରୀଙ୍କ ଉଦ୍ୟମ ଏବଂ ସହଯୋଗ, ଏହି ସଫଳତା ହାସଲ କରିବାରେ ସାହାଯ୍ୟ କରିଛି ବୋଲି ଶ୍ରୀ ମନୋଜ ଶର୍ମା କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପଣ୍ୟ ପରିବହନ କ୍ଷେତ୍ରରେ ଭାରତୀୟ ରେଳବାଇରେ ପୂର୍ବତଟ ରେଳପଥ ପ୍ରଥମ

ଭୁବନେଶ୍ଵର: ସଦ୍ୟ ସମାପ୍ତ 2021-22 ଆର୍ଥିକ ବର୍ଷରେ ଅର୍ଥାତ 1 ଏପ୍ରିଲ 2021 ରୁ 31 ମାର୍ଚ୍ଚ, 2022 ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ଭାରତୀୟ ରେଳବାଇରେ ସର୍ବାଧିକ ମାଲ ପରିବହନ କରି ଶୀର୍ଷ ସ୍ଥାନ ହାସଲ କରି ଇତିହାସ ସୃଷ୍ଟି କରିଛି। କ୍ରମାଗତ ଭାବେ ପୂର୍ବତଟ ରେଳପଥ ଚତୁର୍ଥ ଥର ପାଇଁ ପଣ୍ୟ ପରିବହନରେ ଶୀର୍ଷ ସ୍ଥାନ ଅଧିକାର କରିଛି। ନୂତନ ଜୋନ୍ ଆରମ୍ଭ ହେବା ଦିନଠାରୁ, ମାଲ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥ କ୍ରମାଗତ ଭାବରେ ପୂର୍ବ ବର୍ଷର କାର୍ଯ୍ୟଦକ୍ଷତା ଉପରେ ବର୍ଦ୍ଧିତ ପଣ୍ୟ ବୋଝେଇ ଓ ପରିବହନ କରିଆସୁଅଛି।

2021-22 ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ 232.13 ନିୟୁତ ଟନ ମାଲ ପରିବହନ କରି ଗତ ଆର୍ଥିକ ବର୍ଷର ବାର୍ଷିକ ପରିବହନ 204.90 ନିୟୁତ ଟନ କୁ ଅତିକ୍ରମ କରିଛି ଯାହା 13.28% ଅଭିବୃଦ୍ଧି ପଞ୍ଜିକୃତ ହାସଲ କରିପାରିଛି। 2020-21 ଆର୍ଥିକ ବର୍ଷରେ ହାସଲ ହୋଇଥିବା ମାଲ ପରିବହନ ଅପେକ୍ଷା ପୂର୍ବତଟ ରେଳପଥ 27.23 ନିୟୁତ ଟନ୍ ଅଧିକ ମାଲ ପରିବହନ କରିଛି। ଏହି ବାବଦରେ ପୂର୍ବତଟ ରେଳପଥ ପ୍ରାୟ 23012.32 କୋଟି ଟଙ୍କା ଆୟ କରିଛି ଯାହାକି ଭାରତୀୟ ରେଳବାଇର ସର୍ବାଧିକ।

ଏହି ଅବଧି ମଧ୍ୟରେ, ପୂର୍ବତଟ ରେଳପଥ ତାଳଚେର ଅଞ୍ଚଳରୁ 52.8 ନିୟୁତ ଟନ ପଣ୍ୟ ବୋଝେଇ କରିଥିବାବେଳେ ପାରାଦୀପ ଅଞ୍ଚଳରୁ 21.6 ନିୟୁତ ଟନ, ଷ୍ଟିଲ ପ୍ଲାଣ୍ଟ ଗୁଡ଼ିକରୁ 21 MT ନିୟୁତ ଟନ, ଧାମରା ଅଞ୍ଚଳରୁ 15.2 ନିୟୁତ ଟନ, ବିଶାଖାପାଟଣା ଅଞ୍ଚଳରୁ 14 ନିୟୁତ ଟନ, କୋଟ୍ଟଭଲସା ଅଞ୍ଚଳରୁ 13.7 ନିୟୁତ ଟନ, ଗଙ୍ଗାଭରମ ଅଞ୍ଚଳରୁ 9.9 ନିୟୁତ ଟନ, ଅଲୁମୁନିୟମ 8 ନିୟୁତ ଟନ ଏବଂ ଅନ୍ୟାନ ପଣ୍ୟ ପରିବହନ 20.6 ନିୟୁତ ଟନ ପରିବହନ କରିପାରିଛି।

ପୂର୍ବ ତଟ ରେଳପଥର ସମସ୍ତ ତିନୋଟି ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼, ୱାଲଟିୟର ଏବଂ ସମ୍ବଲପୁର ରେଳମଣ୍ଡଳର ଉଲ୍ଲେଖନୀୟ ପ୍ରଦର୍ଶନ ହେତୁ ଏହା ସମ୍ଭବ ହୋଇପାରିଛି। 24 ଘଣ୍ଟିଆ ନିରନ୍ତର ଭାବେ ପରିଚାଳନା ସମୀକ୍ଷା ତଦାରଖ, ଉତ୍ସର୍ଗୀକୃତ ଏବଂ ଦୃଢ କାର୍ଯ୍ୟ ଶକ୍ତି ଏବଂ ଆନ୍ତରିକ କାର୍ଯ୍ୟ ଦକ୍ଷତା ଯୋଗୁଁ ଏହି ପ୍ରଦର୍ଶନକୁ ହାସଲ କରି ନିଜକୁ ଗର୍ବିତ କରିପାରିଛି। ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ସୁଶ୍ରୀ ଅର୍ଚନା ଯୋଶୀ ଏବଂ ପ୍ରମୁଖ ପରିଚାଳନା ପ୍ରବନ୍ଧକ ଶ୍ରୀ ପ୍ରମୋଦ କୁମାର ଜେନା ପଣ୍ୟ ପରିବହନ କ୍ଷେତ୍ରରେ ଜଡିତ ସମସ୍ତ କର୍ମଚାରୀଙ୍କ ଅବଦାନକୁ ପ୍ରଶଂସା କରିବା ସହିତ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଅକ୍ଟୋବର 2021 ଠାରୁ, ଯେତେବେଳେ ଦେଶରେ କୋଇଲା ସଙ୍କଟ ଦେଖାଗଲା, ସେତେବେଳେ ପୂର୍ବତଟ ରେଳପଥ ଏହାକୁ ଏକ ଆହ୍ୱାନ ଭାବେ ଗ୍ରହଣ କରି ଏହାର ପରିସୀମା ମଧ୍ୟରୁ 16.7% ଅଧିକ କୋଇଲା ବୋଝେଇ କରିଥିଲା ବିଶେଷତ ତାଳଚେରରୁ ଏହି ଆର୍ଥିକ ବର୍ଷରେ 23% ଅଧିକ କୋଇଲା ବୋଝେଇ କରିଥିଲା। ଏହା ଦେଶର ବିଭିନ୍ନ ସ୍ଥାନରେ ଥିବା ପାୱାର ହାଉସରେ କୋଇଲା ସଂକଟକୁ ଦୂରକରିବା ପାଇଁ ସାହାଯ୍ୟ କରିଥିଲା। ଇସ୍ପାତ, ଲୁହାପଥର ଏବଂ ଆଲୁମିନିୟମ୍ ପରି ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ରଗୁଡିକ ମଧ୍ୟ ଯଥେଷ୍ଟ ଅଭିବୃଦ୍ଧି ପଞ୍ଜିକୃତ କରିଥିଲେ।

କୋଭିଡ 19 ମହାମାରୀର ଆହ୍ୱାନ, ଲୁହାପଥର ରପ୍ତାନି ଏବଂ କୋଇଲାରେ ସଙ୍କଟ ଓ ଚାହିଦା ହ୍ରାସ ସତ୍ୱେ ପୂର୍ବତଟ ରେଳପଥ ଏହାକୁ ଏକ ଆହ୍ୱାନ ଭାବେ ଗ୍ରହଣ କରି ଦେଶର ପାୱାର ହାଉସ ଉପରେ ଧ୍ୟାନ ଦେଇଛି ଯାହା ଦ୍ୱାରା ମହାମାରୀ ସମୟରେ ଆବଶ୍ୟକ ସେବାରେ ବାଧା ସୃଷ୍ଟି ହୋଇନପାରିବ। ଏହା ବ୍ୟତୀତ ପୂର୍ବତଟ ରେଳପଥ କୋଭିଡ ମହାମାରୀ ସମୟରେ ଦେଶର ବିଭିନ୍ନ ଗନ୍ତବ୍ୟସ୍ଥଳକୁ 44 ଟି ଅମ୍ଳଜାନ ସ୍ପେଶାଲ ଟ୍ରେନର ଚଳାଚଳ କରାଇଅଛି।

ଏହି ସମୟ ମଧ୍ୟରେ, ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳରୁ 152.46 ନିୟୁତ ଟନ ମାଲ ପରିବହନ, ୱାଲଟିୟର ରେଳ ମଣ୍ଡଳରୁ 66.88 ନିୟୁତ ଟନ ମାଲ ପରିବହନ ଏବଂ ସମ୍ବଲପୁର ରେଳ ମଣ୍ଡଳରୁ 12.79 ନିୟୁତ ଟନ ମାଲ ପରିବହନ କରାଯାଇଅଛି। ଏହି ପ୍ରଶଂସନୀୟ କାର୍ଯ୍ୟଦକ୍ଷତା ହାସଲ କରିବାକୁ, ପୂର୍ବତଟ ରେଳପଥ 2021-22 ଆର୍ଥିକ ବର୍ଷରେ ଦୈନିକ ପ୍ରାୟ 217.8 ଟି ଟ୍ରେନ୍ ର ସର୍ବାଧିକ ଅଦଳବଦଳ କରିଛି ଯାହାକି 2020-21 ରେ ଦୈନିକ ପ୍ରାୟ 195.4 ଟି ଅଦଳ ବଦଳ କରିପାରିଥିଲା। ଏହା ବ୍ୟତୀତ କୋଇଲା ଏବଂ ଲୁହ ପଥର ୱାଗନ୍ ରିଲିଜ୍ ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଇଥିଲା। ଗତ ଆର୍ଥିକ ବର୍ଷ ତୁଳନାରେ BOXN ରେକ୍ ପରିଚାଳନା 49.8% ରୁ 53.9% ଏବଂ BCN ରେକ୍ 39.6% ରୁ 44.0% କୁ ବୃଦ୍ଧି କରାଯାଇ ପାରିଥିଲା।

ତାଳଚେର, ପାରାଦୀପ, ଧାମରା, ବିଶାଖାପାଟନମ୍, ଗଙ୍ଗାଭରାମ, କେନ୍ଦୁଝର, କେକେ ଲାଇନ, ଷ୍ଟିଲ ପ୍ଲାଣ୍ଟ, ଆଲୁମିନିୟମ ପ୍ଲାଣ୍ଟ ସହିତ ପୂର୍ବତଟ ରେଳପଥ ମଧ୍ୟରେ ଥିବା ଅନ୍ୟାନ ଶିଳ୍ପ ସଂସ୍ଥା ଗୁଡିକ ମାଲ ପରିବହନରେ ପ୍ରମୁଖ ଯୋଗଦାନ କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ (SECR) ଦ୍ୱାରା ଏହି ସମାନ ସମୟ ମଧ୍ୟରେ 212.37 ନିୟୁତ ଟନ ଏବଂ ଦକ୍ଷିଣ ପୂର୍ବ ରେଳପଥ (SER) 195 ନିୟୁତ ଟନପଣ୍ୟ ପରିବହନ କରି ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି।