ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ କମାପଲୀ ବଜାର ଅଞ୍ଚଳର ଜଣେ ଯୁବକ କ ସଦର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୁଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ସଦର ଥାନା ଅନ୍ତର୍ଗତ ଲାଠି ଗ୍ରାମର ଜନୈକା ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ମହିଳା ଜଣକ ବିବାହ ବିଷୟରେ ବାରମ୍ବାର ବାଧ୍ୟ କରିଥିଲେ। କିନ୍ତୁ ଯୁବକ ଜଣକ ବିବାହ ପାଇଁ ମନା କରିବାରୁ ମହିଳା ଜଣକ ପ୍ରତାରଣା ଶିକାର ହୋଇଥିବା ଜାଣି ପୋଲିସର ଆଶ୍ରୟ ନେଇଥିଲେ। ସଦର ଥାନା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।


