ଭୁବନେଶ୍ଵର: ପରିଚୟ ପତ୍ର ଥିଲେ ମିଳିବ ଗ୍ୟାସ। ଶ୍ରମିକ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ଲାଗୁ ହେବନି ୫ କେଜି ଗ୍ୟାସ କଟକଣା। ତୈଳ ମାର୍କେଟିଂ କମ୍ପାନୀ ଦ୍ୱାରା ୫ କେଜି ଗ୍ୟାସ କିଣିପାରିବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଏନେଇ ସ୍ପଷ୍ଟୀକରଣ କରାଯାଇଛି। ଇ କେୱାଇସ୍ ହୋଇଥିଲେ ପରିଚୟ ପତ୍ର ଦେଖାଇ ଗ୍ୟାସ କିଣିପାରିବେ ବୋଲି ସୂଚନା ରହିଛି। ବେଆଇନ୍ ଗଚ୍ଛିତ ସିଲିଣ୍ଡର ଓ କଳାବଜାରୀ ବିରୋଧରେ ଚଢାଉ ଜାରି ରହିବ ବୋଲି ସୂଚନା ରହିଛି।
ସୂଚନାଯୋଗ୍ୟ, ଖୋଲାରେ ଗ୍ୟାସ୍ ମିଳିବନି ବୋଲି ନିର୍ଦ୍ଦେଶ ଜାରି କରିଥିଲେ ସରକାର। ବିନା କେୱାଇସ୍ ରେ ଗ୍ୟାସ୍ କିଣିପାରିବେ ବୋଲି ସୂଚନା ଦିଆଯାଇଥିଲା, ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧୀ ଦୃଢ ନିନ୍ଦା କରିଥିବାବେଳେ ସରକାର ଏଇ ନିର୍ଦ୍ଦେଶରେ ପରିବର୍ତ୍ତନ କରି ଶ୍ରମିକ ଓ ଛାତ୍ରଛାତ୍ରୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ସାରା ଦେଶରେ ଗ୍ୟାସ ସମସ୍ୟା ଏବେ ଉତ୍କଟ ସ୍ଥିତିରେ ରହିଛି।


