ସୋର: ରାସ୍ତା କଡରେ ଛିଡା ହୋଇଥିବା ଟ୍ରକକୁ ଆଉ ଏକ ଟ୍ରକ୍ ପିଟିବା ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ବାଲେଶ୍ୱର ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡା ଛକ ନିକଟରେ ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ଖରାପ ହୋଇଥିବା ଏକ ଟ୍ରକ ରାସ୍ତା କଡ଼ରେ ଛିଡା ହୋଇଥିଲା। ପଛରୁ ଏକ ଦ୍ରୁତ ଗତିରେ ଆସୁଥିବା ଅନ୍ୟ ଏକ ଟ୍ରକ ଧକ୍କା ଦେଇଥିଲା। ଫଳରେ ଟ୍ରକରେ ଥିବା ୩ ଜଣ ଚାପି ହୋଇଯାଇଥିଲେ। ଅଗ୍ନିଶମ ବାହିନୀ ଟ୍ରକର କ୍ୟାବିନକୁ କଟରରେ କାଟି ମୃତଦେହକୁ ବାହାର କରିଥିବାର ସୂଚନା ରହିଛି।


