ଯାଜପୁର: ଯାଜପୁର ସହରରେ ଗୁଳିକାଣ୍ଡ । ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କର ମୃତ ହୋଇଛି । ବିଳମ୍ବିତ ରାତ୍ରିରେ ଟାଉନ ଥାନା କାଳିମେଘା ନିକଟରେ ଗୁଳିକାଣ୍ଡ ହୋଇଥିବାର ସୂଚନା ରହିଛି । ଶୀତଳେଶ୍ୱରରେ ଥିବା ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ଯୁବକ ଜଣକ ଗୁଳିକାଣ୍ଡର ଶିକାର ହୋଇଥିଲେ । କଟକରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କର ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ନାମ ସୌମ୍ୟ ସାଗର । ଦୁବୃର୍ତ୍ତ ବାଇକ୍ରେ ଆସି ତାଙ୍କୁ ଗୁଳି ମାରି ଥିବାର ସୂଚନା ରହିଛି । ତେବେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଟାଉନ୍ ଥାନା ଏହି ଘଟଣାର ତନାଘନା ଜାରି ରଖିଛି ।


