ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ତାମ୍ପରା ହ୍ରଦ ଓ ଋଷିକୁଲ୍ୟା ନଦୀ ଅବବାହିକା ଅଞ୍ଚଳରେ ଭେଟନଇ ଠାରେ ମାର୍ଚ୍ଚ ୨୮ ତାରିଖରେ ଏକ ଦୁଇ ଦିନିଆ ଆନ୍ତର୍ଜ୍ୟାତୀୟ କର୍ମଶାଳା ଅନୁଷ୍ଟିତ ହୋଇଯାଇଛି। ଏହି କର୍ମଶାଳାରେ ଜାପାନର ଡ଼ଃ ପ୍ରଫେସର ଶିମ୍ପେଇ ଇୱ।ଶାକି, ନେପାଳର ଡ଼ଃ ବିଶନୁ ଭଣ୍ଡାରି, ଶ୍ରୀଲଙ୍କାର ଡ଼ଃ ପ୍ରଫେସର ଇଣ୍ଡିକା, ଦକ୍ଷିଣ କୋରିଆର ମିନଜୁନ କ୍ବ।କ ଯୋଗଦେଇ ସ୍ଥାନୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ସହିତ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ଏହି ଆଲୋଚନାରେ ଓଡ଼ିଶାର ୪ ଟି ରାମସର ସାଇଟର ପ୍ରତିନିଧି ଯୋଗଦେଇ ସେମାନଙ୍କର ଅଞ୍ଚଳରେ ଚାଷୀମାନେ କିପରି ପଲିଶ୍ରୀ ଅନୁଷ୍ଠାନ ଦ୍ଵାରା ଅନୁପ୍ରାଣିତ ହୋଇ ବିଲୁପ୍ତ ପ୍ରାୟ ଦେଶୀ ପାରମ୍ପରିକ ଧାନକୁ ଚାଷ କରିବା ଆରମ୍ଭ କଲେଣି ଯଦ୍ଵାରା ସେଗୁଡିକ ପୁନଶ୍ଚ ସଂରକ୍ଷଣ ହୋଇ ପାରିଛି। ଆସିକା ଅଞ୍ଚଳରେ ସ୍ଥାନୀୟ ଲୋକମାନଙ୍କ ଦ୍ଵାରା କୃଷ୍ଣସାର ମୃଗକୁ ଠାକୁରଙ୍କ ଅବତାର ଭାବି ତାହାକୁ ସଂରକ୍ଷଣ କରୁଛନ୍ତି। ରୁଷିକୂଲ୍ୟ। ନଦୀ ମୁହାଣରେ ପ୍ରତିବର୍ଷ ପରି ଏ ବର୍ଷ ତା ୧୫.୦୩.୨୦୨୬ ଠାରୁ ତା ୧୯.୦୩.୨୦୨୬ ପର୍ଯନ୍ତ ଲକ୍ଷ ଲକ୍ଷ ଅଲିଭ ରିଡ଼ଲେ କଇଁଛ ଅଣ୍ଡାଦାନ କଲେ ଏବଂ ସେଥିରେ ସ୍ଥାନୀୟ ବାସିନ୍ଦାମାନେ ସହଯୋଗ କରିଛନ୍ତି।
ଆସନ୍ତା ୨ ମାସ ମଧ୍ୟରେ କଇଁଛ ଶାବକ ବାହାରିବା ସମୟରେ ଗ୍ରାମବାସୀମାନେ ମଧ୍ୟ ସହଯୋଗ କରିବେ। ତାମ୍ପରା ହ୍ରଦ ଅଞ୍ଚଳରେ ନୂଆ କରି ବାଘେରା ବା ମାଛରଙ୍କା ବିରାଡି ଦେଖାଯିବା ସ୍ତାନୀୟ ଲୋକମାନଙ୍କମଧ୍ୟରେ ଏକ ଆନନ୍ଦ ସୃଷ୍ଟି କରି ପାରିଛି। ଏହିସବୁ ସ୍ତାନୀୟ ଅଧିବାସୀ ମାନଙ୍କର ସହଯୋଗରେ ସମ୍ଭବ ହୋଇପାରିଛି। ଆଂଶୁପ। ହ୍ରଦ ଅଞ୍ଚଳରେ ଏହାର ସୁ ପରିସଂସ୍ଥା ଯୋଗୁ ହାତିମାନେ ଏଠାରେ ବାସବାସ ଆରମ୍ଭ କଲେଣି। ସାତକୋଶିଆ ଅଞ୍ଚଳରେ ବ୍ୟାଘ୍ର ସଂଖ୍ୟା ବୃଦ୍ଧି ପାଇଛି। ହୀରାକୁଦ ଅଞ୍ଚଳରେ ପକ୍ଷୀସଂରକ୍ଷଣ ସହିତ ପ୍ର।କୃତିକ ଓ ଜୈବିକ ଚାଷ ମଧ୍ୟ ଚାଷୀମାନେ ଆପଣେଇଲେଣି।
ଏହି ପରିପ୍ରେକ୍ଷୀରେ କେଏନସିଏଫ, ଜାପାନଙ୍କର ସହାୟତ।ରେ ଓଡ଼ିଶାରେ ୪ ଟି ନୂଆ ରାମସର ସାଇଟି ଅଞ୍ଚଳରେ ସ୍ତାନୀୟ ବାସିନ୍ଦାଙ୍କ ମଧ୍ୟରେ ଜୈବ ବିବିଧତା ସଂରକ୍ଷଣ କରିବା ନିମନ୍ତେ ପଲ୍ଲିଶ୍ରୀ ସ୍ଥାନୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନଙ୍କ ସହଯୋଗରେ ଦୀର୍ଘ ବିଗତ ୩ ବର୍ଷ ଧରି ଜାଗରଣ ସୃଷ୍ଟିକରି ଆସୁଛନ୍ତି। ଯାହା ଫଳରେ ଅଞ୍ଚଳବାସୀ ସଚେତନ ହେବା ସହିତ ଜୈବ ବିବିଧତା ସଂରକ୍ଷଣ ହୋଇ ପାରିଛି। ମାତ୍ର ଏହି ପ୍ରକ୍ରିୟା ଆଗାମୀ ଦିନରେ ଜାରି ରହିବା ନିମନ୍ତେ କର୍ମଶାଳାରେ ଆଲୋଚନା ହୋଇଥିଲା। ଏହା ମଧ୍ୟ ଅଂଶଗ୍ରହଣ କରିଥିବା ଅତିଥିମାନେ ଆଲୋଚନା ମାଧ୍ୟମରେ ବିଭିନ୍ନ ପ୍ରଶ୍ନ ଉତ୍ତର ଓ ସ୍ବେଚ୍ଛାସେବୀ ମାନଙ୍କର ବିଷୟ ଉତ୍ଥାପନକୁ ଆଧାର କରି ହୃଦୟଙ୍ଗମ କରିଥିଲେ।
ବିଭିନ୍ନ ଦେଶରୁ ଯୋଗଦେଇଥିବା ବିଶିଷ୍ଠ ବ୍ୟକ୍ତିମାନେ ସ୍ତାନୀୟ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ଏହି ପ୍ରକ୍ରିୟାରେ ସହଯୋଗ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। କର୍ମଶାଳାରେ ସ୍ଥାନୀୟ ସ୍ବେଚ୍ଛାସେବୀ ଅମୂଲ୍ୟ କୁମାର ଉପାଧ୍ୟାୟ ସମସ୍ତଙ୍କୁ ସ୍ଵାଗତ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ କୁମାରୀ ନିକିତା ପରିଡା ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଦେଇ କାର୍ମଶାଳାକୁ ସମାପନ କରିଥିଲେ।


