Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତା ୧୨ ସନ୍ଧ୍ୟା ୬:୩୦ରେ ପ୍ରଥମଥର ପାଇଁ ଟିଭିରେ ଦେଖିବେ ସୁପରହିଟ୍ ଫିଲ୍ମ ‘କୁହୁଡ଼ି’
ଆଜିର ଖବର

ଆସନ୍ତା ୧୨ ସନ୍ଧ୍ୟା ୬:୩୦ରେ ପ୍ରଥମଥର ପାଇଁ ଟିଭିରେ ଦେଖିବେ ସୁପରହିଟ୍ ଫିଲ୍ମ ‘କୁହୁଡ଼ି’

April 10, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆସନ୍ତା ୧୨ ସନ୍ଧ୍ୟା ୬:୩୦ରେ ପ୍ରଥମଥର ପାଇଁ ଟିଭିରେ ଦେଖିବେ ସୁପରହିଟ୍ ଫିଲ୍ମ 'କୁହୁଡ଼ି'
ଆସନ୍ତା ୧୨ ସନ୍ଧ୍ୟା ୬:୩୦ରେ ପ୍ରଥମଥର ପାଇଁ ଟିଭିରେ ଦେଖିବେ ସୁପରହିଟ୍ ଫିଲ୍ମ 'କୁହୁଡ଼ି'

ଭୁବନେଶ୍ଵର: ଓଡ଼ିଆ ମନୋରଞ୍ଜନ ଜଗତର ଅଗ୍ରଣୀ ଚ୍ୟାନେଲ ଜୀ ସାର୍ଥକ ପକ୍ଷରୁ ଦର୍ଶକଙ୍କ ପାଇଁ ପଣା ସଂକ୍ରାନ୍ତି ଓ ଓଡ଼ିଆ ନୂଆ ବର୍ଷ ଉପଲକ୍ଷେ ଭେଟି ଦିଆଯାଉଛି ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସୁପରହିଟ୍ ଫିଲ୍ମ ତଥା ଏକ ରହସ୍ୟ ଏବଂ ସଂଘର୍ଷପୂର୍ଣ୍ଣ ଚଳଚ୍ଚିତ୍ର ‘କୁହୁଡ଼ି’। ଆସନ୍ତା ଏପ୍ରିଲ ୧୨ ତାରିଖ ସନ୍ଧ୍ୟା ୬ଟା ୩୦ ମିନିଟରେ ଏହି ଚଳଚ୍ଚିତ୍ରକୁ ପ୍ରଥମଥର ପାଇଁ ଟିଭିରେ ଦର୍ଶକମାନେ ଦେଖିବାକୁ ପାଇବେ।

ଚଳଚ୍ଚିତ୍ରର କାହାଣୀ ଜଣେ ସାହସୀ ଆଇନଜୀବୀ ଅଂଶୁମାନ ପଟ୍ଟନାୟକ ଏବଂ ନ୍ୟାୟ ପାଇଁ ତାଙ୍କର ଅଦମ୍ୟ ସଂଘର୍ଷକୁ ନେଇ ଗତିଶୀଳ। ଏଥିରେ ଏକ ଭୟଙ୍କର ଅଭିଯୋଗର ଶିକାର ହୋଇଥିବା ପିତାଙ୍କ ବେଦନା ଓ ନ୍ୟାୟ ପାଇଁ ସଂଘର୍ଷ ପରି ଏକ ଗମ୍ଭୀର ସାମାଜିକ ପ୍ରସଙ୍ଗକୁ ଏକ କୋର୍ଟ ରୁମ୍ ଡ୍ରାମା ମାଧ୍ୟମରେ ଅତି ନିଖୁଣ ଭାବରେ ଦର୍ଶାଯାଇଛି। ସତ୍ୟର ସନ୍ଧାନ ଏବଂ ନ୍ୟାୟ ପାଇବା ପାଇଁ ଆଇନଜୀବୀଙ୍କ ଉଦ୍ୟମ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବ। ସନ୍ଦେହ, ସଂଘର୍ଷ ଏବଂ ସତ୍ୟର ଏକ ନିଆରା ସମନ୍ୱୟ ହେଉଛି ‘କୁହୁଡ଼ି’।

ଅଜୟ ପାଢ଼ୀଙ୍କ ନିର୍ଦ୍ଦେଶୀତ ଏହି ଚଳଚ୍ଚିତ୍ରରେ ଓଲିଉଡ଼ର ସୁପରଷ୍ଟାର ଅନୁଭବ ମହାନ୍ତି, ଅଭିନେତ୍ରୀ ସୁପ୍ରିୟା ନାୟକ, ପ୍ରକୃତି ମିଶ୍ର ଏବଂ ଦୀପନ୍ୱିତ ଦାଶମହାପାତ୍ର ନିଜର ଶକ୍ତିଶାଳୀ ଅଭିନୟ ପ୍ରଦର୍ଶନ କରିଛନ୍ତି। ପୂର୍ବରୁ ପ୍ରେକ୍ଷାଳୟରେ ଦର୍ଶକଙ୍କ ମନ ଜିତିଥିବା ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରକୁ ଛୋଟ ପରଦାରେ ପ୍ରଥମ ଥର ପାଇଁ ଦେଖିବେ ଜୀ ସାର୍ଥକର ସମସ୍ତ ଦର୍ଶକ।

ଏହି ଅବସରରେ ସାରା ଭାରତରେ ଥିବା ଓଡ଼ିଆ ଦର୍ଶକଙ୍କୁ ଶୁଭେଚ୍ଛା ଜଣାଇ ରାହୁଲ ରାଓ କହିଛନ୍ତି, “ଜୀ ସାର୍ଥକ ସଦାସର୍ବଦା ଓଡ଼ିଶାର ଦର୍ଶକମାନଙ୍କ ପାଇଁ ନୂଆ ଏବଂ ବାସ୍ତବଧର୍ମୀ କାହାଣୀ ଆଣିବାକୁ ଚେଷ୍ଟା କରିଥାଏ। ‘କୁହୁଡ଼ି’, ଯାହାର ଆଇଏମଡିବି ରେଟିଂ ୮.୪ ରହିଛି, ତାହା କେବଳ ଏକ ସିନେମା ନୁହେଁ, ବରଂ ଏହା ସମାଜର ଏକ ନିଷ୍ଠୁର ସତ୍ୟ ଉପରେ ପର୍ଯ୍ୟବେଶିତ। ଓଡ଼ିଶା ଓ ସାରା ଭାରତରେ ରହୁଥିବା ଆମର ପ୍ରିୟ ଓଡ଼ିଆ ଦର୍ଶକମାନେ ନିଜ ପରିବାର ସହ ଏହି ରହସ୍ୟପୂର୍ଣ୍ଣ ଚଳଚ୍ଚିତ୍ରର ଆନନ୍ଦ ନେବେ ବୋଲି ମୋର ବିଶ୍ୱାସ।”

'କୁହୁଡ଼ି' ଅନୁଭବ ମହାନ୍ତି ଜୀ ସାର୍ଥକ
Share. Facebook Twitter LinkedIn Email WhatsApp Copy Link

Related Posts

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

July 12, 2026

ଭାରତ-ଇଣ୍ଡୋନେସିଆ ସମ୍ପର୍କ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କଲେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ

July 12, 2026

ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର

July 12, 2026

ଅପହରଣ ପରେ ୧ ଲକ୍ଷ ଟଙ୍କାରେ ବିକ୍ରି ହେଲା ନାବାଳିକା: ୫ ଗିରଫ

July 12, 2026
Latest News

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

July 12, 2026

ଭାରତ-ଇଣ୍ଡୋନେସିଆ ସମ୍ପର୍କ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କଲେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ

July 12, 2026

ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର

July 12, 2026

କେବେ ହର୍ମୁଜ୍ ପ୍ରଣାଳୀ ଖୋଲିବ ଇରାନ?: ଡୋନାଲ୍ଡ ଟ୍ରମ୍ପଙ୍କ ଆଗରେ ଏହି ସର୍ତ୍ତ ରଖିଲା IRGC 

July 12, 2026

ଅପହରଣ ପରେ ୧ ଲକ୍ଷ ଟଙ୍କାରେ ବିକ୍ରି ହେଲା ନାବାଳିକା: ୫ ଗିରଫ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.