କୋରାପୁଟ: କୋରାପୁଟ ସୁଙ୍କି ଘାଟରେ ଦୁର୍ଘଟଣା ଘଟିଛି । ୫୦ ଫୁଟ ତଳକୁ ଖସିଲା ଓଏସ୍ଆରଟିସି ବସ୍ । ସୁଙ୍କି ଘାଟିର ଦ୍ୱିତୀୟ ବୁଲାଣିରେ ଟ୍ରକ୍କୁ ଧକ୍କା ଦେଇ ଘାଟି ତଳକୁ ବସ୍ଟି ଖସିପଡ଼ିଛି । ଏହି ଘଟଣାଟି ରାତ୍ରି ପ୍ରାୟ ୩ଟାବେଳେ ଘଟିଥିବାବେଳେ ଏଥିରେ ୧୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବାର ସୂଚନା ରହିଛି । ବସ୍ଟି ଭବାନୀପାଟଣାରୁ ବିଶାଖାପାଟଣା ଅଭିମୁଖେ ଯାଉଥିଲା । ବସ୍ରେ ପାଖାପାଖି ୨୫ରୁ ଉର୍ଦ୍ଧ୍ୱ ଯାତ୍ରୀ ରହିଥିଲେ ।


