କଟକ: କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ଶୁକ୍ରବାରଠାରୁ ଜାତୀୟ ଇଣ୍ଡୋର ନୌଚାଳନା ପ୍ରତିଯୋଗିତା ଆରମ୍ଭ ହୋଇଛି। ଓଡ଼ିଶା ରୋଇଂ ଆସୋସିଏସନ୍ ପକ୍ଷରୁ ଏହାର ଆୟୋଜନ କରାଯାଇଛି। ପ୍ରତିଯୋଗୀତାକୁ ଭାରତୀୟ ରୋଇଂ ଫେଡେରେସନ ସଭାପତି ବାଲାଜି ମରଦପ୍ପା ଉଦଘାଟନ କରିଛନ୍ତି।
ରୋଇଂ ହେଉଛି ଏକ ଅଭିନବ କ୍ରୀଡା। ବିନା ପାଣି ଓ ଡଙ୍ଗାରେ ଏହି ପ୍ରତିଯୋଗିତା ହେଉଛି। ଏଥିରେ ଭାରତର ବିଭିନ୍ନ ରାଜ୍ୟରୁ ୭୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ପ୍ରଥମ କରି ଓଡ଼ିଶାରେ ଏଭଳି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଏହି ପ୍ରତିଯୋଗିତା ଆସନ୍ତାକାଲି ଉଦଯାପନ ହେବ।


