ଭୁବନେଶ୍ୱର: ଓଡିଶା ଅଭିଭାବକ ମହାସଂଘ ତରଫରୁ ଆଜି ଗୀତଗୋବିନ୍ଦ ଭଵନ ଠାରେ ଓଡିଶା ଶିକ୍ଷା ରତ୍ନ ସମ୍ମାନ ସମାରୋହ ଓ ସ୍ମାର୍ଟ ପ୍ୟାରେଣ୍ଟିଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ସବୁ ଅଷ୍ଟମ ଶ୍ରେଣୀ ଉପର ଛାତ୍ର ଓ ଛାତ୍ରୀ ମାନଙ୍କୁ ଆର୍ଥିକ ଜ୍ଞାନ ଓ କୌଶଳ ଉପରେ ବିଶେଷ ପ୍ରଶିକ୍ଷଣ ଦେବାପାଇଁ ଓଡିଶା ଅଭିଭାବକ ମହାସଂଘ ଏହି ଅଭିଯାନକୁ ଲୋକାର୍ପିତ କରିଥିଲା। ଓଡିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟଙ୍କ ସଭାପତିତ୍ୱରେ ବରିଷ୍ଟ ସାମ୍ବାଦିକ ରବି ଦାସ, ରାଜୀବ ସାହୁ, ସତ୍ୟବ୍ରତ ମୀନକେତନ, ପ୍ରଦୀପ ପ୍ରଧାନ, ମନୋଜ ଜେନା, ଆରକେ ଦାସ, ପ୍ରସନ୍ନ ବିଷୋୟୀ, ସତ୍ୟବ୍ରତ ପରିଜା ପ୍ରମୁଖ ଏହି କାଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଆସନ୍ତା ଦିନରେ ଏହି ସଚେତନ କାଯ୍ୟକ୍ରମ ରାଜ୍ୟ ସାରା ଆୟୋଜନ ସହ ଶିକ୍ଷକ ମାନଂକୁ ପ୍ରଶିକ୍ଷିତ କରିବା ସହ ଅଭିଭାବକ ମାନଙ୍କ ଆର୍ଥିକ ସନ୍ତୁଳନ ରକ୍ଷା ପାଇଁ ପ୍ରଶିକ୍ଷଣ କରିବାକୁ ଘୋଷଣା କରାଯାଇଥିଲା। ଅଭିଭାବକ କେମିତି ବିନା ଲୋନରେ ପିଲାଙ୍କୁ ଉଚ୍ଚ ଶିକ୍ଷା ଦେଇପାରିବେ, ବିବାହ ସହ ନିଜ ସ୍ବପ୍ନର ଘର ଓ ଅବସର ପାଇଁ ଅର୍ଥ ସଂଚୟ ଉପରେ ଗୁରୁତ୍ବ ଦିଆଯାଇଥିଲା। ସମାଜର ଉନ୍ନତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଥିବା ଶିକ୍ଷାଦାନ କ୍ଷେତ୍ରରେ ଉତ୍କୃଷ୍ଟ ଯୋଗଦାନ ପାଇଁ ସାରା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୭୦ ଜଣ କୃତି ଶିକ୍ଷକଙ୍କୁ ଓଡିଶା ଶିକ୍ଷା ରତ୍ନ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା।
ପରିବର୍ତ୍ତିତ ବ୍ୟସ୍ତ ବହୁଳ ଜୀବନଶୈଳୀ, ଆଧୁନିକତା ଓ ଡିଜିଟାଲାଇଜେସନ ବର୍ତମାନ ପିଲାମାନଙ୍କ କ୍ଷେତ୍ରରେ ଏକ ବିରାଟ ସମସ୍ୟା ସୃଷ୍ଟି କଲାଣି। ବିଶେଷ କରି ମୋବାଇଲର ମାତ୍ରାଧିକ ବ୍ୟବହାର ବର୍ତମାନ ଅଭିଭାବକ ମାନଙ୍କର ମୁଣ୍ଡ ବିନ୍ଧାର କାରଣ ହୋଇଛି। ସେ ସଂକ୍ରାନ୍ତରେ ମଧ୍ୟ ବିଶେଷ ଆଲୋଚନା ଓ ଶିକ୍ଷକ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଚେସ ମଧ୍ୟାମରେ ଏହି ମୋବାଇଲରୁ ଦୁରକୁ ନେବାପାଇଁ ଏକ ଦୁରଦୃଷ୍ଟି କାଯ୍ୟକ୍ରମ ଆରମ୍ଭ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।
ଶିକ୍ଷା ବର୍ତ୍ତମାନ ଅତ୍ୟନ୍ତ ବ୍ୟୟ ସାପେକ୍ଷ ହୋଇ ଯାଇଛି। ସରକାରୀ ସ୍କୁଲର ଶିକ୍ଷାଦାନ ବ୍ୟବସ୍ଥା ଅତ୍ୟନ୍ତ ଦୟନୀୟ ହୋଇଯାଇଛି। ପ୍ରାଇଭେଟ ସ୍କୁଲ ରେ ପାଠ ପଢ଼ାଇବା ପୁରା ମହଙ୍ଗା।
ସେହିପରି ଉଚ୍ଚ ଶିକ୍ଷା ପାଇଁ ଅଭିଭାବକ ମାନେ ତାଙ୍କର ସାରା ଜୀବନ ସଂଚିତ ରଶି ଖର୍ଚ୍ଚ ସହ ଆବଶ୍ୟକ ସ୍ଥଳେ ପୈତୃକ ଓ ନିଜ ଅର୍ଜିତ ସମ୍ପତି ବିକ୍ରୀ ଓ ବନ୍ଧକ ରଖି ପଢାଇବାକୁ ପଡୁଛି। ସବୁଠୁ ଗୁରୁତ୍ୱପୂର୍ଣ କଥା ହେଲା ପ୍ରାଇଭେଟରେ ଡାକ୍ତରୀ, ଇଞ୍ଜିନିଅରିଙ୍ଗ ପଢ଼ାରେ ତ ଅଭିଭାବକ ଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ହେଲେ ପିଲା ଯେତେ ମେଧାବୀ ହେଲେ ମଧ୍ୟ ଯଦି ସରକାରୀ ମେଡିକାଲ କଲେଜ କିମ୍ବା ଆଇ ଆଇଟି ଓ ଆଇ ଆଇ ଏମ ଭଳି ଅନୁଷ୍ଠାନର ସିଟ ପାଉଛି ସେଠି ମଧ୍ୟ ୫୦ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ ପାଇଁ ମଧ୍ୟବିତ୍ତ ଅଭୁଭାବକ ସମ୍ପତି ବିକ୍ରୀ କରିବା ଭଳି ଚରମ ନିଷ୍ପତି ନେଉଛି। ଆଉ ଯଦି ପିଲା ନାଁରେ ଏଜୁକେସନ ଲୋନ ହଉଛି ତେବେ ତାକୁ ମଧ୍ୟ ସୁଝିବାକୁ ତାର ଯୌବନ ଚାଲି ଯାଉଛି।
କିଛି କ୍ଷେତ୍ରରେ ସେହି ପିଲାଟି ଋଣ ଶୁଝିବା ପାଇଁ ଦୁର୍ନୀତି ଓ ଭ୍ରଷ୍ଟାଚାର କରିବାକୁ ପଛାଉ ନାହିଁ। ତାର ବାଧ୍ୟ ବାଧକତା ହୋଇ ପଢୁଛି। ତେଣୁ ଏଜୁକେସନ ସମ୍ପୂର୍ଣ ମାଗଣା ହେବାକୁ ଓ ଲୋନ ଫ୍ରି ପାଇଁ ଅଭିଭାବକ ମହାସଂଘ ଦାବୀ କରି ଆସୁଛି।
ମହାସଂଘ ସଭାପତି ବାସୁଦେବ ଭଟ୍ଟଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ଅର୍ଥନୀତି ପରାମର୍ଶଦାତା ଅଭିଷେକ ମିତ୍ର, ଶିକ୍ଷକ ମହାସଂଘ ସମ୍ପାଦକ ଅକ୍ଷୟ ମଲ୍ଲିକ, ଶିକ୍ଷକ ନେତା ସୁନୀଲ ପ୍ରଧାନ, ମନୋଜ ବେହେରା, ମନମୋହନ ମିଶ୍ର, ଆରତ ଭଂଜନ ସାହୁ, ତ୍ରିନାଥ ବେହେରା, ଜିତେନ୍ଦ୍ର ବାରିକ, ମୀରା ମହାନ୍ତି, ରମାରଞ୍ଜନ ଦାସ, ଅଭିଭାବକ ମହାସଂଘ ଭୁବନେଶ୍ୱର ସଭାପତି ପଦ୍ମନାଭ ସାହୁ ଆଦି ଅତିଥି ରୂପେ ଯୋଗ ଦେଇଥିଲେ। ଶିକ୍ଷା ଅଧିକାର ଆବାହିକା କଳ୍ପନା ସାହୁ ଧନ୍ୟବାଦ ଦେଇଥିଲେ।


