Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ଆଜିର ଖବର

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 12, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
Chief Secretary reviews fuel supply at high-level meeting in Odisha
Chief Secretary reviews fuel supply at high-level meeting in Odisha

ଭୁବନେଶ୍ଵର: ସଂପ୍ରତି ବୈଶ୍ୱିକ-ଭୂ-ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ପେଟ୍ରୋଲିୟମ ଉତ୍ପାଦ ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ତଥା ରାଜ୍ୟ ସଙ୍କଟ ପରିଚାଳନା ଗ୍ରୁପ୍ର ବୈଠକ ଗତକାଲି ଶୁକ୍ରବାର ସଂଧ୍ୟାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ ରାଜ୍ୟରେ ପେଟ୍ରୋଲ, ଡିଲେଜ ଏବଂ ରନ୍ଧନ ଗ୍ୟାସର ନିରବଚ୍ଛିନ୍ନ ଯୋଗାଣ କରାଯାଉଥିବା ସମ୍ପର୍କରେ ସୂଚନା ଦେଇଥିଲେ। ଏଥି ସହିତ ଆଗାମୀ ଖରିଫ୍ ଋତୁକୁ ଦୃଷ୍ଟିରେ ରଖି ୟୁରିଆ ସାର ମହଜୁଦ ଏବଂ ସୁପରିଚାଳନା ସଂପର୍କରେ କୃଷି ବିଭାଗ କମିଶନର ତଥା ଶାସନ ସଚିବ ସଚିନ୍ ରାମଚନ୍ଦ୍ର ଯାଦବ ତଥ୍ୟ ରଖିଥିଲେ।

ବୈଠକରେ ଖାଦ୍ୟ ଯୋଗାଣ ବିଭାଗ ପ୍ରମୁଖ ଶାସନ ସଚିବ ଏଲପିଜି ବଣ୍ଟନ ବ୍ୟବସ୍ଥା, ଯୋଗାଣ ପରିଚାଳନ ଓ ସମସ୍ତଙ୍କୁ ଆବଶ୍ୟକ ମୁତାବକ ସନ୍ତୁଳିତ ଆବଣ୍ଟନ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ବାହ୍ୟ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ରାଜ୍ୟରେ ଇନ୍ଧନ ଓ ରନ୍ଧନ ଗ୍ୟାସ ଯୋଗାଣ ସାମଗ୍ରିକ ଭାବରେ ସ୍ୱାଭାବିକ ରହିଛି। ଭାରତ ସରକାରଙ୍କ ନିର୍ଦ୍ଦେଶାନୁସାରେ ଉପଲବ୍ଧ ହେଉଥିବା ଅଶୋଧିତ ତୈଳରୁ ତୈଳ ବିଶୋଧନ କମ୍ପାନୀମାନେ ସର୍ବାଧିକ କ୍ଷମତାରେ ବିଶୋଧିତ ପେଟ୍ରୋଲ ଓ ଡିଜେଲ ଆଦି ଉତ୍ପାଦନ କରୁଛନ୍ତି। ଘରୋଇ ଏଲପିଜି ଯୋଗାଣକୁ ସର୍ବାଧିକ ଅଗ୍ରାଧିକାର ଦିଆଯାଉଛି । ଗ୍ୟାସ ବଣ୍ଟନରେ ସ୍ୱଚ୍ଛତା ଓ ସଠିକତା ନିଶ୍ଚିତ କରିବା ପାଇଁ ଡେଲିଭରି ସତ୍ୟାପନ ଆଧାରିତ କୋଡ୍ ( ଡିଏସି) ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଦ୍ୟାଳୟ, ଡାକ୍ତରଖାନା, ହଷ୍ଟେଲ, ଅଙ୍ଗନବାଡ଼ି କେନ୍ଦ୍ର, ଆହାର କେନ୍ଦ୍ର ଓ କାରାଗାର ଭଳି ଅତ୍ୟାବଶ୍ୟକ କ୍ଷେତ୍ରରେ ଏଲପିଜି ଯୋଗାଣକୁ ଅଗ୍ରାଧିକାର ଦିଆଯାଇଛି।

ଏସବୁଥିରେ ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ପିଏନଜି ସଂଯୋଗୀକରଣ ଲକ୍ଷ୍ୟ ରଖାଯାଇଛି। ହୋଟେଲ, ରେଷ୍ଟୁରାଣ୍ଟ ଓ ଢାବା ଭଳି ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ଏଲପିଜି ଆବଣ୍ଟନ ବୃଦ୍ଧି ପାଇଛି। ସୁବିଧାରେ ରନ୍ଧନ ଗ୍ୟାସ ଯୋଗାଣ ଉପଲବ୍ଧ ହେବା ପାଇଁ ତୈଳ ମାର୍କେଟିଂ କମ୍ପାନୀ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ ମାନଙ୍କ ସହିତ ନିୟମିତ ସମନ୍ୱୟ ରଖାଯାଉଛି। ଇସ୍ପାତ ଏବଂ ଅଟୋମୋବାଇଲ ଭଳି କ୍ଷେତ୍ର ପାଇଁ ମଧ୍ୟ ଅତିରିକ୍ତ କମର୍ସିଆଲ ଏଲପିଜି ଯୋଗାଇ ଦିଆଯାଉଛି। ରାଜ୍ୟରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ମୋଟ ମହଜୁଦ ପରିମାଣ, ହାରାହାରି ଦୈନିକ ବ୍ୟବହାର ଓ ଆଗାମୀ ଉପଲବ୍ଧତା ସଂପର୍କରେ ଉପସ୍ଥାପନା କରାଯାଇଥିଲା। ଏମଏସ୍, ଏଚ୍ଏସଡି, ଏଲପିଜି, ପିଏନଜି, ସିଏନଜି ଯୋଗାଣ ବ୍ୟବସ୍ଥାକୁ ସମନ୍ୱିତ ଭାବରେ ସୁଦୃଢ଼ କରାଯାଉଥିବା ସଂପର୍କରେ ଆଲୋଚନା କରାଯାଇଥିଲା।

ବିକଳ୍ପ ବ୍ୟବସ୍ଥା ଭାବେ ଘରୋଇ କ୍ଷେତ୍ରରେ ପିଏନଜି ଓ ପରିବହନ କ୍ଷେତ୍ରରେ ସିଏନଜି ବ୍ୟବହାରକୁ ଅଗ୍ରାଧିକାର ଦିଆଯାଉଛି ଏବଂ ଏ କ୍ଷେତ୍ରରେ ସଂଯୋଗୀକରଣ ଏବଂ ବ୍ୟବହାରୀଙ୍କ ସଂଖ୍ୟା ଯଥାକ୍ରମେ କ୍ରମାଗତ ଭାବେ ଦ୍ରୁତ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି। ସରକାରୀ ଓ ବାଣିଜ୍ୟିକ ପ୍ରତିଷ୍ଠାନ ମାନଙ୍କରେ କମର୍ସିଆଲ ଏଲପିଜିରୁ ପିଏନଜିକୁ ପରିବର୍ତ୍ତନ କରିବା ପାଇଁ ପରାମର୍ଶ ସହ ମାର୍ଗଦର୍ଶିକା ଜାରି କରାଯାଇଛି। ସିଟି ଗ୍ୟାସ ବିତରଣ ନେଟଓ୍ୱାର୍କ(ସିଡିଡି) ସଂପ୍ରସାରଣ ତ୍ୱରାନ୍ୱିତ କରିବାକୁ ଉଦ୍ୟମ ଜାରି ରହିଛି। ଜିଲ୍ଲାଓ୍ୱାରୀ ପିଏନଜି ସଂଯୋଗୀକରଣ ଭିତ୍ତିଭୂମି ବଢାଇବା ସହିତ କଟି ଯାଇଥିବା ପୁରୁଣା ପିଏନଜି ଗ୍ରାହକମାନଙ୍କୁ ପୁନଃ ସଂଯୋଗୀକରଣ କରାଯାଉଥିବା ସଂପର୍କରେ ସୂଚନା ଦିଆଯାଇଥିଲା। ପ୍ରବାସୀ ଶ୍ରମିକ ଏବଂ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର କେବଳ ପରିଚୟ ପତ୍ର ଆଧାରରେ ୫ କେଜି ବିଶିଷ୍ଟ ଏଲପିଜି ସିଲିଣ୍ଡର ବିତରକମାନଙ୍କ ଜରିଆରେ ଯୋଗାଇ ଦିଆଯାଉଛି।

ଅନ୍ୟପକ୍ଷରେ ବେଆଇନ୍ ଗ୍ୟାସ ସିଲିଣ୍ଡର,ଚୋରା ଚାଲାଣ କରୁଥିବା ଓ ଅନ୍ୟତ୍ର ବ୍ୟବହାର ପାଇଁ ନିଆଯାଉଥିବା କ୍ଷେତ୍ରରେ ସାରା ରାଜ୍ୟରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇ ଯାଂଚ ଓ ଚଢଉକୁ ଜୋରଦାର କରାଯାଇଛି। ବେଆଇନ୍ ଗଚ୍ଛିତ ସିଲିଣ୍ଡର ଜବତ କରାଯିବା ସହ ଆଇନ୍ ଖିଲାପ କାରୀଙ୍କ ବିରୁଦ୍ଧରେ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ୍ ଅନୁସାରେ ମାମଲା ରୁଜୁ କରାଯିବା ଏବଂ ଗିରଫ କରାଯିବା ଭଳି ପଦକ୍ଷେପ ନିଆଯାଇଛି। ରାଜ୍ୟସ୍ତରରେ ଏବଂ ଜିଲ୍ଲା ସ୍ତରରେ ନିୟନ୍ତ୍ରଣ କକ୍ଷ ଚବିଶ ଘଣ୍ଟିଆ କାର୍ଯ୍ୟ କରୁଥିବା ବେଳେ ରାଜ୍ୟ ଓ ଜିଲ୍ଲାସ୍ତରରେ ସଂକଟ ପରିଚାଳନା ଗ୍ରୁପ୍ (କ୍ରାଇସିସ୍ ମ୍ୟାନେଜମେଣ୍ଟ ଗ୍ରୁପ୍) ଗଠିତ ହୋଇ ଦୈନନ୍ଦିନ ସ୍ଥିତି ଉପରେ ନଜର ରଖି ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏଲପିଜି ପରିବହନ କରୁଥିବା ଯାନ ଯେପରି ନିର୍ଦ୍ଧାରିତ ସ୍ଥାନରେ ପହଁଚିବ, ସେଥିପ୍ରତି ମଧ୍ୟ ପୁଲିସ୍ ପ୍ରଶାସନ ସହାୟତାରେ ସୁରକ୍ଷିତ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ୟୁରିଆ ସାରର ଉପଲବ୍ଧତା ସ୍ଥିତି ସ୍ୱାଭାବିକ ରହିଥିବା ସଂପର୍କରେ ସୂଚନା ଦିଆଯାଇଛି ଓ ଦୈନନ୍ଦିନ ଭିତ୍ତିରେ ତଦାରଖ କରାଯାଉଥିବା ସଂପର୍କରେ ବିଭାଗର କମିଶନର ତଥା ଶାସନ ସଚିବ ଉପସ୍ଥାପନ କରିଥିଲେ।

Chief Secretary High-level meeting Odisha ଅନୁ ଗର୍ଗ ଉଚ୍ଚସ୍ତରୀୟ ସମୀକ୍ଷା ନିରବଚ୍ଛିନ୍ନ ଯୋଗାଣ ପେଟ୍ରୋଲିୟମ ଉତ୍ପାଦ ସାମଗ୍ରୀ ମୁଖ୍ୟ ଶାସନ ସଚିବ
Share. Facebook Twitter LinkedIn Email WhatsApp Copy Link

Related Posts

ସବୁ ଉଚ୍ଚ ଶିକ୍ଷାକୁ ନିଃଶୁଳ୍କ କରି ପିଲାଙ୍କୁ ଶିକ୍ଷା ଋଣ ମୁକ୍ତ କର: ଓଡିଶା ଅଭିଭାବକ ମହାସଂଘ

April 12, 2026

ନିଯୁକ୍ତି ସନ୍ଧାନକାରୀ ନୁହେଁ, ନିଯୁକ୍ତି ସୃଷ୍ଟିକାରୀ ହୁଅନ୍ତୁ: ମୁଖ୍ୟମନ୍ତ୍ରୀ

April 12, 2026

ବିଭିନ୍ନ ମନ୍ଦିର ପରିଚାଳନା ଏବଂ ‘ଦେବୋତ୍ତର ଆଇନ’ର ସମୀକ୍ଷା କଲେ ଆଇନ ମନ୍ତ୍ରୀ

April 12, 2026

ଆଜି ଏପ୍ରିଲ ୧୨ ତାରିଖ ରବିବାରରେ ସାତୋଟି ରାଶି ପାଇଁ ରହିଛି ଧନ ବର୍ଷା

April 12, 2026
Latest News

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 12, 2026

ସବୁ ଉଚ୍ଚ ଶିକ୍ଷାକୁ ନିଃଶୁଳ୍କ କରି ପିଲାଙ୍କୁ ଶିକ୍ଷା ଋଣ ମୁକ୍ତ କର: ଓଡିଶା ଅଭିଭାବକ ମହାସଂଘ

April 12, 2026

ନିଯୁକ୍ତି ସନ୍ଧାନକାରୀ ନୁହେଁ, ନିଯୁକ୍ତି ସୃଷ୍ଟିକାରୀ ହୁଅନ୍ତୁ: ମୁଖ୍ୟମନ୍ତ୍ରୀ

April 12, 2026

ବିଭିନ୍ନ ମନ୍ଦିର ପରିଚାଳନା ଏବଂ ‘ଦେବୋତ୍ତର ଆଇନ’ର ସମୀକ୍ଷା କଲେ ଆଇନ ମନ୍ତ୍ରୀ

April 12, 2026

ଆଜି ଏପ୍ରିଲ ୧୨ ତାରିଖ ରବିବାରରେ ସାତୋଟି ରାଶି ପାଇଁ ରହିଛି ଧନ ବର୍ଷା

April 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.