Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ଅଭିଯୋଗରେ ଭୁବନେଶ୍ବରରୁ ଅଭିଯୁକ୍ତକୁ ଗିରଫ କଲା ଦିଲ୍ଲୀ ପୁଲିସ
ଆଜିର ଖବର

ଦେଶ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ଅଭିଯୋଗରେ ଭୁବନେଶ୍ବରରୁ ଅଭିଯୁକ୍ତକୁ ଗିରଫ କଲା ଦିଲ୍ଲୀ ପୁଲିସ

April 12, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Delhi Police arrest Bhubaneswar youth over extremist posts
Delhi Police arrest Bhubaneswar youth over extremist posts

ଭୁବନେଶ୍ଵର: ସାମାଜିକ ଗଣମାଧ୍ୟମରେ ଧାର୍ମିକ ମୌଳବାଦ ବାର୍ତ୍ତା ପ୍ରଚାର କରିବା ଏବଂ ଦେଶ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ଅଭିଯୋଗରେ ଶନିବାର ଦିଲ୍ଲୀ ପୁଲିସ ଭୁବନେଶ୍ବରରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ୟୁନିଟ୍-୬ ଅଞ୍ଚଳର ୨୨ ବର୍ଷୀୟ ଶେଖ୍ ଇମ୍ରାନ। ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ଟିମ୍ କମିଶନରେଟ୍ ପୁଲିସ ସହାୟତାରେ ତାକୁ ଗିରଫ କରିଥିବା ସୂଚନା ମିଳିଛି।

ଗୋଟିଏ ସପ୍ତାହ ପୂର୍ବରୁ ବିଭିନ୍ନ ସୋସିଆଲ ମିଡିଆ ଟଫର୍ମରେ ଧାର୍ମିକ ମୌଳବାଦ ବାର୍ତ୍ତା ପ୍ରଚାର ଅଭିଯୋଗରେ ଦିଲ୍ଲୀ ପୁଲିସ କିଛି ଯୁବକଙ୍କୁ ଗିରଫ କରିଥିଲା। ଶେଖ୍ ଇମ୍ରାନ ଏହି ଯୁବକଙ୍କ ସହିତ ସଂପର୍କରେ ଥିବା ତଦନ୍ତ ପରେ ଜଣାପଡ଼ିଛି। ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ହ୍ବାଟ୍ସଅପ ଜରିଆରେ ଇମ୍ରାନ ଉପରୋକ୍ତ ଯୁବକମାନଙ୍କ ସଂସ୍ପର୍ଶରେ ଆସିଥିଲା। ସେମାନଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପ୍ରାୟତଃ ଧାର୍ମିକ ଉଗ୍ରବାଦ ବିଷୟବସ୍ତୁ ପ୍ରସାରିତ କରାଯାଉଥିଲା, ଯାହା ଜାତୀୟ ସୁରକ୍ଷାପାଇଁ ବିପଦ ସୃଷ୍ଟି କରୁଥିଲା ବୋଲି ପୁଲିସ କହିଛି।

ଏହି ଅଭିଯୋଗରେ ଆଜି ଇମ୍ରାନକୁ ଦିଲ୍ଲୀ ପୁଲିସ ଗିରଫ କରିବା ପରେ ଭୁବନେଶ୍ବର ଏସଡିଜେଏମ କୋର୍ଟରେ ହାଜର କରିଥିଲା। ଏହାପରେ ତାକୁ ଟ୍ରାଞ୍ଜିଟ ରିମାଣ୍ଡରେ ନିଆଯାଇଛି।

bhubaneswar delhi police ଦେଶ ସୁରକ୍ଷା ଧାର୍ମିକ ମୌଳବାଦ ବାର୍ତ୍ତା
Share. Facebook Twitter LinkedIn Email WhatsApp Copy Link

Related Posts

ଆଉ ଗୋଟିଏ ବର୍ଷ ପର୍ଯ୍ୟନ୍ତ ବଢିଲା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅବଧି

April 12, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 12, 2026

ସବୁ ଉଚ୍ଚ ଶିକ୍ଷାକୁ ନିଃଶୁଳ୍କ କରି ପିଲାଙ୍କୁ ଶିକ୍ଷା ଋଣ ମୁକ୍ତ କର: ଓଡିଶା ଅଭିଭାବକ ମହାସଂଘ

April 12, 2026

ନିଯୁକ୍ତି ସନ୍ଧାନକାରୀ ନୁହେଁ, ନିଯୁକ୍ତି ସୃଷ୍ଟିକାରୀ ହୁଅନ୍ତୁ: ମୁଖ୍ୟମନ୍ତ୍ରୀ

April 12, 2026
Latest News

ଦେଶ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ଅଭିଯୋଗରେ ଭୁବନେଶ୍ବରରୁ ଅଭିଯୁକ୍ତକୁ ଗିରଫ କଲା ଦିଲ୍ଲୀ ପୁଲିସ

April 12, 2026

ଆଉ ଗୋଟିଏ ବର୍ଷ ପର୍ଯ୍ୟନ୍ତ ବଢିଲା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅବଧି

April 12, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 12, 2026

ସବୁ ଉଚ୍ଚ ଶିକ୍ଷାକୁ ନିଃଶୁଳ୍କ କରି ପିଲାଙ୍କୁ ଶିକ୍ଷା ଋଣ ମୁକ୍ତ କର: ଓଡିଶା ଅଭିଭାବକ ମହାସଂଘ

April 12, 2026

ନିଯୁକ୍ତି ସନ୍ଧାନକାରୀ ନୁହେଁ, ନିଯୁକ୍ତି ସୃଷ୍ଟିକାରୀ ହୁଅନ୍ତୁ: ମୁଖ୍ୟମନ୍ତ୍ରୀ

April 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.