ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଥାନା ଅନ୍ତର୍ଗତ ପଞ୍ଚମା ଗ୍ରାମ ନିକଟସ୍ଥ ଏକ ତୋଟାରେ ଜଣେ ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣି ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ଉକ୍ତ ଗ୍ରାମର ପାନ ବ୍ୟବସାୟୀ ଏକାଦଶି ନାୟକ। ସେ ନିଜ ପାନ ବାଡ଼ିକୁ ଯାଇଥିବା ବେଳେ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରାଯାଇଛି ଓ ଘଟଣା ସ୍ଥଳରୁ ଅଭିଯୁକ୍ତ ମାନେ ଚମ୍ପଟ ମାରିଛନ୍ତି।
ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିବା ଜଣାପଡିଛି। ବ୍ରହ୍ମପୁର ଏସପିଙ୍କ ନେତୃତ୍ୱରେ ପୋଲିସ ସାଇଣ୍ଟିଫିକ୍ ଟିମ ଓ ସନ୍ଧାନି କୁକୁର ଜରିଆରେ ପୋଲିସ ତଦନ୍ତ ଆରମ୍ଭ କରିଛି। ମୃତଦେହ ନିକଟରେ ଶତାଧିକ ଗ୍ରାମବାସୀ ମେଳି ବାନ୍ଧି ବସିଛନ୍ତି। ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାର ଗୁରୁତ୍ୱକୁ ନେଇ ଛାନଭିନ ଆରମ୍ଭ କରିଛି।


