ମୟୂରଭଞ୍ଜ: ମୟୂରଭଞ୍ଜ ରାସଗୋବିନ୍ଦପୁରରେ ଛାତ୍ରୀ ମୃତ୍ୟୁ ମାମଲାରେ କେନ୍ଦ୍ରାଞ୍ଚଳ RDC ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଶ୍ରମ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ଛାତ୍ରୀଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୩ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି
କକାବନ୍ଧ ଆଶ୍ରମ ସ୍କୁଲରେ ଡାଇରିଆରେ ଆକ୍ରାନ୍ତ ହୋଇ ଜଣେ ଛାତ୍ରୀଙ୍କର ମୃତ୍ୟୁ ପରେ ଉତ୍ତେଜନା ଦେଖାଦେଇଥିଲା। ଘଟଣାସ୍ଥଳରେ ପୋଲିସ ଓ ଲୋକେ ମୁହାଁମୁହିଁ ହୋଇଥିଲେ। ରାସଗୋବିନ୍ଦପୁର ଆଇଆଇସିଙ୍କ ସମେତ ୫ ପୋଲିସ କର୍ମଚାରୀ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।


