Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆ ପକ୍ଷରୁ ପ୍ରଥମ ଆଇଇଇଇ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ
ଆଜିର ଖବର

ସୋଆ ପକ୍ଷରୁ ପ୍ରଥମ ଆଇଇଇଇ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ

April 15, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୋଆ ପକ୍ଷରୁ ପ୍ରଥମ ଆଇଇଇଇ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ
ସୋଆ ପକ୍ଷରୁ ପ୍ରଥମ ଆଇଇଇଇ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର: ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ, ବିଗ୍ ଡାଟା ଆନାଲିଟିକ୍ସ, ଡିପ୍ ଲର୍ଣ୍ଣିଙ୍ଗ, କ୍ଲାଉଡ୍ ଆଣ୍ଡ ଫଗ୍ କମ୍ପ୍ୟୁଟିଙ୍ଗ୍‌, ଇନ୍‌ଟରନେଟ ଅଫ୍ ଥିଙ୍ଗ୍‌ସ ଓ ଇଭେଲ୍ୟୁସନାରୀ କମ୍ପ୍ୟୁଟିଙ୍ଗ ଭଳି ବିବିଧ ବିଷୟକୁ ନେଇ ଗତ ଏପ୍ରିଲ୍ ୧୦ ଏବଂ ୧୧ ଦୁଇ ଦିନ ଧରି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଦୁଇ ଦିନିଆ ପ୍ରଥମ ଆଇଇଇଇ ଆନ୍ତର୍ଜାତିକ ସମ୍ମିଳନୀ ‘ଇମର୍ଜିଂ ଟ୍ରେଣ୍ଡସ ଇନ୍ ଆଡଭାନ୍ସମେନ୍ସ ଆଣ୍ଡ ଆପ୍ଲିକେସନ୍ସ ଅଫ୍ କମ୍ପ୍ୟୁଟେସ୍‌ନାଲ ଇନ୍‌ଟେଲିଜେନ୍ସ ଟେକ୍ନିକ୍ସ’ (ଇଟିଏଏସିଟି ୨୦୨୬) ଆୟୋଜିତ ହୋଇଯାଇଛି।

ହାଇବ୍ରିଡ୍ ମୁଡ୍‌ରେ ଆୟୋଜିତ ଏହି ସମ୍ମିଳନୀରେ ବିଶ୍ୱସ୍ତରୀୟ ଗବେଷକ, ଶିକ୍ଷାବିତ୍‌, ବୈଜ୍ଞାନିକ, ଶିଳ୍ପ ବିଶେଷଜ୍ଞ ଯୋଗ ଦେଇଥିଲେ।

ନ୍ୟୁରୋଲା ନେଟୱାର୍କ, ଅପ୍ଟିମାଇଜେସନ୍ ଟେକ୍ନିକ୍ସ ଓ ସିକ୍ୟୁରିଟି ଟେକ୍ନୋଲଜି ଭଳି ପ୍ରସଙ୍ଗକୁ ନେଇ ବିଶେଷଜ୍ଞମାନେ ଆଲୋଚନା କରିଥିଲେ। ବିଶେଷଜ୍ଞମାନଙ୍କ ମଧ୍ୟରେ ବିଟ୍ସ ପିଲାନି, ଦୁବାଇ କ୍ୟାମ୍ପସ୍‌ର ପ୍ରଫେସର ଅମିତାଭ ମୁଖାର୍ଜୀ, ଆଇଆଇଟି, ପାଟନାର ପ୍ରଫେସର ସୋମନାଥ ତ୍ରିପାଠୀ, ୟୋନସେଇ ବିଶ୍ୱବିଦ୍ୟାଳୟ, ସାଉଥକୋରିଆର ପ୍ରଫେସର ସୁଙ୍ଗ-ବେ ସୋ ଏବଂ ଏନ୍‌ଆଇଟି, ରାଉରକେଲାର ପ୍ରଫେସର ବିଭୁଦତ ସାହୁ ବିଭିନ୍ନ ଆଲୋଚନାରେ ଭାଗ ନେଇଥିଲେ।

ସମ୍ମିଳନୀରେ ମୁଖ୍ୟତଃ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ ଆଣ୍ଡ ଡାଟା ସାଇନସେସ୍‌, ନ୍ୟୁରାଲ ନେଟୱାର୍କସ ଆଣ୍ଡ ଫଜି ଲଜିକ, ଅପ୍ଟିମାଇଜେସନ୍ ଟେକ୍ନିକ୍ସ, ଆପ୍ଲାଏଡ୍ ମେସିନ୍ ଲର୍ଣ୍ଣିଙ୍ଗ୍‌, ସିକ୍ୟୁରିଟି ଟୁଲ୍ସ ଆଣ୍ଡ ବ୍ଲକ୍‌ଚେନ୍‌, ସର୍ଚ୍ଚ ଇଞ୍ଜିନ୍ ଆଣ୍ଡ ଇନ୍‌ଫର୍ମେସନ୍ ରିଟ୍ରିଭାଲ୍‌, କ୍ଲାଉଡ କମ୍ପ୍ୟୁଟିଙ୍ଗ୍‌, ପାରାଲାଲ୍ କମ୍ପ୍ୟୁଟିଙ୍ଗ, ଫେଡେରେଟେଡ୍ ଲର୍ଣ୍ଣିଙ୍ଗ ଓ ଇନ୍‌ଟେରନେଟ୍ ଅଫ୍ ଥିଙ୍ଗସ ଭଳି ୭ଟି ନିର୍ଦ୍ଦିଷ୍ଟ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ୟୁକେ, ୟୁଏସଏ, ଥାଇଲ୍ୟାଣ୍ଡ, ୟୁଏଇ, ମାଲେସିଆ, ଜର୍ମାନୀ, ନ୍ୟୁଜିଲ୍ୟାଣ୍ଡ ଏବଂ ଜୋର୍ଡାନ୍ ଭଳି ଦେଶରୁ ପ୍ରାୟ ୨୦୦୦ ଗବେଷଣା ସନ୍ଦର୍ଭ ଏହି ସମ୍ମିଳନୀରେ ସଂଗୃହୀତ ହୋଇଥିଲା।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ ଏବଂ କମ୍ପ୍ୟୁଟର ସାଇନ୍‌ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର ଯୋଗ ଦେଇଥିଲେ।

ସମ୍ମିଳନୀର ପ୍ରୋଗ୍ରାମ ଚେୟାର ଡକ୍ଟର ରଶ୍ମିତା ଦାଶ ଆଲୋଚନା ଗୁଡ଼ିକୁ ପରିଚାଳନା କରିଥିବା ବେଳେ ତାଙ୍କୁ ଟିପିସି ଚେୟାର ଡକ୍ଟର ରାଜଶ୍ରୀ ଦାଶ ଏବଂ ଅର୍ଗାନାଇଜିଂ ଚେୟାର ଡକ୍ଟର ରଶ୍ମିତା ରାଉତରାୟ ସହଯୋଗ କରିଥିଲେ।

ଆଇଇଇଇ ଭୁବନେଶ୍ୱର ସେକ୍ସନ୍ ପକ୍ଷରୁ କନ୍‌ଜ୍ୟୁମର ଟେକ୍ନୋଲଜି ସୋସାଇଟି ଚାପ୍‌ଟରର ଚେୟାର ଡକ୍ଟର ନିରଞ୍ଜନ କୁମାର ରାୟ ସମ୍ମିଳନୀରେ ସାମିଲ ହୋଇଥିଲେ।

ଆଇଇଇଇ ଆନ୍ତର୍ଜାତିକ ସମ୍ମିଳନୀ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ପାର୍ବଣ ପୂର୍ବରୁ ରୂପା ଆମଦାନିକୁ ବଡ଼ ଅନୁମତି, ଗ୍ରାହକଙ୍କୁ ମିଳିବ କି ଆଶ୍ୱସ୍ତି?

October 23, 2026

କୃଷକଙ୍କୁ ସଶକ୍ତ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ : ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

October 23, 2026

ରୋଗ ଚିହ୍ନଟରେ ଫୋକସ୍‌, ସ୍ୱାସ୍ଥ୍ୟ ନେଇ ନଡ୍ଡାଙ୍କ ବୟାନ

October 23, 2026

ଇଣ୍ଡୋନେସିଆ ଫେରିବେ ୫ ଓରାଙ୍ଗଉଟାନ !

October 23, 2026
Latest News

ପାର୍ବଣ ପୂର୍ବରୁ ରୂପା ଆମଦାନିକୁ ବଡ଼ ଅନୁମତି, ଗ୍ରାହକଙ୍କୁ ମିଳିବ କି ଆଶ୍ୱସ୍ତି?

October 23, 2026

ଇସ୍ରାଏଲ ସ୍ୱାଧୀନତା ଦିବସରେ ମଶାଲ ପ୍ରଜ୍ୱଳନ ପାଇଁ ମୋଦୀଙ୍କୁ ନେତାନ୍ୟାହୁଙ୍କ ଆମନ୍ତ୍ରଣ

October 23, 2026

କୃଷକଙ୍କୁ ସଶକ୍ତ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ : ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

October 23, 2026

ବସ୍ ଦୁର୍ଘଟଣାରେ ୯ ମୃତ, ୩୯ ଆହତ

October 23, 2026

ରୋଗ ଚିହ୍ନଟରେ ଫୋକସ୍‌, ସ୍ୱାସ୍ଥ୍ୟ ନେଇ ନଡ୍ଡାଙ୍କ ବୟାନ

October 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.