ଭୁବନେଶ୍ଵର: ରାଜ୍ୟର ୪ଟି ପ୍ରମୁଖ ବିଶ୍ବବିଦ୍ୟାଳୟର ନବନିଯୁକ୍ତ କୁଳପତି ଲୋକଭବନଠାରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ସାକ୍ଷାତ କରିଛନ୍ତି। ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଜ୍ୟୋତ୍ସ୍ନା କେ.ବି.ରାଉତ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶିବରାମ ତ୍ରିପାଠୀ, ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ବିଭୁତି ଭୂଷଣ ମଲିକ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ମହାପାତ୍ର ପ୍ରମୁଖ ରାଜ୍ୟପାଳଙ୍କୁ ସାକ୍ଷାତ କରି ଶୈକ୍ଷିକ ଉତ୍କର୍ଷ ଉପରେ ଫଳପ୍ରଦ ଆଲୋଚନା କରିଛନ୍ତି। ରାଜ୍ୟପାଳ ଡ. କମ୍ଭମପାଟି ଏହି ଅବସରରେ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ବିଶ୍ବବିଦ୍ୟାଳୟର ଉନ୍ନତି ନେଇ ପରାମର୍ଶ ଦେଇଛନ୍ତି।


