ନୂଆଦିଲ୍ଲୀ: ଆଜିଠାରୁ ସଂସଦରେ ସ୍ୱତନ୍ତ୍ର ଅଧିବେଶନ । ଆଗତ ହେବ ସୀମା ପୁନଃନିର୍ଦ୍ଧାରଣ ବା ଡିଲିମିଟେସନ୍ ବିଲ୍ ଓ ମହିଳା ସଂରକ୍ଷଣ ବିଲ୍ । ବିଜେପି ସମସ୍ତ ସାଂସଦଙ୍କୁ ସଂସଦରେ ଉପସ୍ଥିତ ରହିବା ନେଇ ହ୍ୱିପ୍ ଜାରି କରିଛି । ସଂସଦରେ ଡିଲିମିଟେସନକୁ ଇଣ୍ଡି ମେଣ୍ଟ ବିରୋଧ କରିବ ବୋଲି କହିଛି । ସୂଚନାଯୋଗ୍ୟ, ଡିଲିମିଟେସନ୍କୁ ନେଇ ଦକ୍ଷିଣ ବନାମ ଉତ୍ତର ବିବାଦ ସୃଷ୍ଟି ହୋଇଛି । ଦକ୍ଷିଣ ରାଜ୍ୟଗୁଡ଼ିକ ଏହାକୁ ପ୍ରବଳ ବିରୋଧ କରୁଛନ୍ତି ।


