ଭୁବନେଶ୍ୱର: ଖରାଛୁଟି ଉପରେ ବଡ଼ ବୟାନ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ରାଜ୍ୟ ସ୍ତରରେ ଏସଆରସିଙ୍କ ହିଟ୍-ୱେଭ୍ ସମୀକ୍ଷା ଶେଷ ହେବା ପରେ ହିଁ ଖରାଛୁଟି ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ଯେଉଁ ଜିଲ୍ଲାମାନଙ୍କରେ ଅସହ୍ୟ ଗରମ ହେଉଛି, ସେଠାକାର ଜିଲ୍ଲାପାଳ ଦେଉଥିବା ତଥ୍ୟ ଆଧାରରେ ସରକାର ଉଚିତ୍ ପଦକ୍ଷେପ ଗ୍ରହଣ କରିବେ। ସରକାରଙ୍କ ପାଇଁ ପିଲାମାନଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବିଶେଷ କରି ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ଗରମ ହେଉଥିବାରୁ ସେଠାକାର ସ୍ଥିତି ଉପରେ ବିଚାର କରାଯାଉଛି।
ସୂଚନାଯୋଗ୍ୟ, ରାଜ୍ୟର ୪୦ ଡିଗ୍ରୀ ଉପରେ ଅଧିକାଂଶ ଜିଲ୍ଲା ରହୁଥିବାବେଳେ ଆହୁରି ତାତି ବଢିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।


