ଭୁବନେଶ୍ଵର: ଚିଲିକା ନିର୍ବାଚନମଣ୍ଡଳୀରେ ବିଧାୟକ ତଥା କ୍ୟାବିନେଟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଦୃଢ଼ ଓ ଦକ୍ଷ ନେତୃତ୍ୱରେ ପ୍ରଭାବିତ ହୋଇ ଏକାଧିକ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ଗତକାଲି ମନ୍ତ୍ରୀ ହରିଚନ୍ଦନଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ଆଦର୍ଶ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବାଣପୁର ବ୍ଲକ ଦେଓଗାଁ ଗ୍ରାମ ପଂଚାୟତର ବିଜେଡି ସମର୍ଥିତ ଏକାଧିକ ଯୁବକମାନେ ବିଜୁ ଜନତା ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ସାମିଲ୍ ହୋଇଛନ୍ତି। ବାଣପୁର ବ୍ଲକ ଦେଓଗାଁ ପଞ୍ଚାୟତ ସମିତି ସଭ୍ୟ ଅର୍ଜୁନ ପରିଡ଼ା, ଯୁବ ନେତା ଜ୍ୟୋତି ରଞ୍ଜନ ବିଶୋଇ ଏବଂ ତାଙ୍କର ସମର୍ଥକ ମାନେ ବିଜେପିରେ ସାମିଲ ହୋଇଛନ୍ତି। ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ଭାଜପା ପରିବାରକୁ ବିଦ୍ଧିବଦ୍ଧ ଭାବେ ସ୍ବାଗତ କରିଥିଲେ ମନ୍ତ୍ରୀ ଏବଂ ଚିଲିକାର ବିକାଶ ରେ ଭାଗୀଦାର ହେବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଥିଲେ।
ଏହି ଅବସରରେ ବାଣପୁର ବ୍ଲକ ସାଂସଦ ପ୍ରତିନିଧି ଜଗନ ପାଟ୍ଟଶାଣୀ, ସିଦ୍ଧେଶ୍ୱରୀ ମଣ୍ଡଳ ସଭାପତି ଦୀପ୍ତି ରଞ୍ଜନ ଦାସଙ୍କ ସମେତ ଦଳର ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।ସୂଚନା ଥାଉକି ଚିଲିକାରେ ଦିନକୁ ଦିନ ବିଜେପି ଶକ୍ତିଶାଳୀ ହେବାରେ ଲାଗିଥିବା ବେଳେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ବଳିଷ୍ଠ ନେତୃତ୍ୱରେ ବିକାଶର ଧାରା ଜାରି ରହିଛି।


