Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆ ପକ୍ଷରୁ ସିବିଏସଇ ଟପ୍ପର ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧନା
ଆଜିର ଖବର

ସୋଆ ପକ୍ଷରୁ ସିବିଏସଇ ଟପ୍ପର ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧନା

April 17, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୋଆ ପକ୍ଷରୁ ସିବିଏସଇ ଟପ୍ପର ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧନା
ସୋଆ ପକ୍ଷରୁ ସିବିଏସଇ ଟପ୍ପର ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ସିବିଏସ୍‌ଇ ଦଶମ ପରୀକ୍ଷାରେ ଶତ ପ୍ରତିଶତ ମାର୍କ ରଖି ଓଡ଼ିଶା ପାଇଁ ସୁନାମ ଅର୍ଜନ କରିଥିବା ୨ ଜଣ କୃତୀ ଛାତ୍ରୀଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଗୁରୁବାର ସମ୍ବର୍ଦ୍ଧିତ କରାଯାଇଛି। ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଶୀର୍ଷ ସ୍ଥାନ ଅଧିକାର କରିଥିବା ଉଭୟ ଛାତ୍ରୀ- ପୁରୀ ମଦର୍ସ ପବ୍ଲିକ ସ୍କୁଲର ଟିନା ରଥ ଓ ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ର ଆଲିଶା ବିଶ୍ୱାଳଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧିତ କରିଥିଲେ। ଉଭୟ ଛାତ୍ରୀ ପରୀକ୍ଷାରେ ୫୦୦ ରୁ ୫୦୦ ମାର୍କ ରଖି ଉତୀର୍ଣ୍ଣ ହୋଇଛନ୍ତି।

ସେମାନେ କିଭଳି ଭାବରେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ଓ ସେମାନଙ୍କର ଭବିଷ୍ୟତର ଲକ୍ଷ୍ୟ କ’ଣ ସେ ନେଇ କୁଳପତି ଉଭୟ ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହି ସଫଳତାକୁ ନେଇ ଭବିଷ୍ୟତରେ ସେମାନେ କିଭଳି ଆଗକୁ ବଢ଼ିବେ ସେ ସମ୍ପର୍କରେ କୁଳପତି ପ୍ରଫେସର ନନ୍ଦ ମଧ୍ୟ ସେମାନଙ୍କୁ ପରାମର୍ଶ ଦେଇଥିଲେ।

ଟିନା ଭଲ ପାଠ ପଢ଼ିବା ସହ ଭାରତନାଟ୍ୟମ୍ ଭଳି ଶାସ୍ତ୍ରୀୟ ନୃତ୍ୟରେ ମଧ୍ୟ ବେଶ୍ ପାରଙ୍ଗମ। ସେହିପରି ସେ ମଧ୍ୟ ଜଣେ ଭଲ ଚିତ୍ରଶିଳ୍ପୀ। ଭବିଷ୍ୟତରେ ଟିନା ଜଣେ ହୃଦରୋଗ ବିଶେଷଜ୍ଞ ହେବାର ଲକ୍ଷ୍ୟ ରଖିଛନ୍ତି। ସେ ଦିନକୁ ୫ରୁ ୬ ଘଂଟା ପାଠ ପଢ଼ୁଥିଲେ ବୋଲି କହିଛନ୍ତି।

ସେହିଭଳି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ର ଛାତ୍ରୀ ଆଲିଶା ବିଶ୍ୱାଳ କହିଥିଲେ ଯେ ଲକ୍ଷ୍ୟ ହାସଲ ପାଇଁ ପାଠ ପଢ଼ାର ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରିବା ଆବଶ୍ୟକ। ଦିନକୁ ୩/୪ ଘଂଟା ପଢ଼ିବା ଓ ଲେଖିବା ଅଭ୍ୟାସ ସହ ସମୟ ପରିଚାଳନା ପାଇଁ ସ୍ୱତନ୍ତ୍ର ରୋଡ ମ୍ୟାପ କରିଥିବାରୁ ତାଙ୍କୁ ସଫଳତା ମିଳିପାରିଛି ବୋଲି ସେ କହିଛନ୍ତି। ଭବିଷ୍ୟତରେ ସେ ମଧ୍ୟ ଜଣେ ଡାକ୍ତର (ନ୍ୟୁରୋଲୋଜିଷ୍ଟ) ହେବାର ଲକ୍ଷ୍ୟ ରଖିଛନ୍ତି ବୋଲି କହିଥିଲେ।

ଏହି ଅବସରରେ ଟିନାଙ୍କ ବାପା ସମୀର କୁମାର ରଥ ଓ ମା ରେଣୁ ପ୍ରଭା ଦାସ ଓ ଆଲିଶାଙ୍କ ବାପା ସୁଦର୍ଶନ ବିଶ୍ୱାଳ ଓ ମା ସୌଦାମିନୀ ମଲ୍ଲିକ୍‌ଙ୍କ ସହ ସୁମା ରିୟଲ ମିଡିଆ ପ୍ରାଇଭେଟ ଲିମିଟେଡ୍‌ର ସିଇଓ ସୁନୀଲ ଦାସ ଓ ନ୍ୟୁଜ-୭ର କାର୍ଯ୍ୟକାରୀ ସମ୍ପାଦକ ଦେବନାରାୟଣ ସେଠୀ ଉପସ୍ଥିତ ଥିଲେ।

ଦଶମ ପରୀକ୍ଷା ଶିକ୍ଷା ଓ ଅନୁସନ୍ଧାନ ସିବିଏସଇ ଟପ୍ପର ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ଖରିଫ ୠତୁ ପାଇଁ ସାର ଉପଲବ୍ଧତା ଓ ସୁଷମ ବଣ୍ଟନ ସମ୍ପର୍କରେ ଜିଲ୍ଲାପାଳ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ

April 17, 2026

ଇତିହାସ ରଚିଲା ପଞ୍ଜାବ କିଙ୍ଗସ୍: ପ୍ରଥମ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ କଲା ଏହି ରେକର୍ଡ

April 17, 2026

ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଏସିଆର ନୂତନ ‘ରାଜା’ ହେଲେ ଗୌତମ ଆଦାନୀ

April 17, 2026

ଅକ୍ଷୟ ତୃତୀୟା ପୂର୍ବରୁ ହ୍ରାସ ପାଇଲା ସୁନା ଏବଂ ରୂପା ମୂଲ୍ୟ: ଜାଣନ୍ତୁ ଆଜିର ଦର

April 17, 2026
Latest News

ସୋଆ ପକ୍ଷରୁ ସିବିଏସଇ ଟପ୍ପର ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧନା

April 17, 2026

ଖରିଫ ୠତୁ ପାଇଁ ସାର ଉପଲବ୍ଧତା ଓ ସୁଷମ ବଣ୍ଟନ ସମ୍ପର୍କରେ ଜିଲ୍ଲାପାଳ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ

April 17, 2026

ଲୋକସଭାରେ ତିନୋଟି ବିଲ୍ ପାସ୍ କରିବାକୁ ସରକାରଙ୍କ ପାଖରେ ସଂଖ୍ୟାର ଅଭାବ: ଜାଣନ୍ତୁ ସଂଖ୍ୟା ଖେଳ

April 17, 2026

ଇତିହାସ ରଚିଲା ପଞ୍ଜାବ କିଙ୍ଗସ୍: ପ୍ରଥମ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ କଲା ଏହି ରେକର୍ଡ

April 17, 2026

ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଏସିଆର ନୂତନ ‘ରାଜା’ ହେଲେ ଗୌତମ ଆଦାନୀ

April 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.