ବଲାଙ୍ଗିର : ପ୍ରବଳ ଖରାକୁ ଦୃଷ୍ଟିରେ ରଖି ବଲାଙ୍ଗିର ଜିଲ୍ଲାରେ ୧୮ରୁ ୨୧ ଯାଏଁ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି । ଗତ ୪ ଦିନ ହେବ ଜିଲାରେ ପ୍ରାୟ ୪୧ରୁ ୪୨ ଡିଗ୍ରୀ ଉପରେ ତାପମାତ୍ରା ରହୁଛି। ଜିଲା ଜରୁରୀକାଳିନ ଅଧିକାରୀ ଅତିରିକ୍ତ ଜିଲାପାଳଙ୍କ ସହିତ ଆଲୋଚନା ପରେ ଆସନ୍ତା ୧୮ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ୪ ଦିନ ପାଇଁ ସ୍କୁଲ କଲେଜ, ଅଙ୍ଗନଓ୍ବାଡ଼ିକୁ ଛୁଟି ଘୋଷଣା କରିଛନ୍ତି ଜିଲାପାଳ। ଆଗକୁ ତାତି ବଢ଼ିଲେ ଛୁଟି ବଢ଼ାଇବା ନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି ।


