Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋଦିଙ୍କ ଅଭିଭାଷଣକୁ ନେଇ ମମତାଙ୍କ ପ୍ରତିକ୍ରିୟା
ଆଜିର ଖବର

ମୋଦିଙ୍କ ଅଭିଭାଷଣକୁ ନେଇ ମମତାଙ୍କ ପ୍ରତିକ୍ରିୟା

April 19, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୋଲକାତା: ସଂସଦରେ ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇବା ପରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କ ସମ୍ବୋଧନ କରିବା ସହିତ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ସମେତ ସମସ୍ତ ବିରୋଧୀଙ୍କ ଉପରେ କଡ଼ା ମନ୍ତବ୍ୟ ରଖିଥିଲେ । ଏହାର ଜବାବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗକୁ ସଚ୍ଚୋଟତାର ସହ ସମାଧାନ କରିବା ପରିବର୍ତ୍ତେ ଦେଶବାସୀଙ୍କୁ ଭ୍ରମିତ କରିବା ଦୁର୍ଭାଗ୍ୟଜନକ ।
ମମତା ବାନାର୍ଜୀ କହିଛନ୍ତି ଆହୁରି ମଧ୍ୟ କହିଛନ୍ତି ଯେ, ତୃଣମୂଳ କଂଗ୍ରେସ ସର୍ବଦା ମହିଳାଙ୍କ ପାଇଁ ଅଧିକ ରାଜନୈତିକ ପ୍ରତିନିଧିତ୍ୱକୁ ସମର୍ଥନ କରିଛି । ଏହି ଦଳର ମହିଳା ପ୍ରତିନିଧିଙ୍କ ଅନୁପାତି ସର୍ବାଧିକ । ଲୋକସଭାରେ ଟିଏମ୍‌ସିନିର୍ବାଚିତ ସଦସ୍ୟଙ୍କ ମଧ୍ୟରୁ ୩୭.୯% ମହିଳା। ସେହିପରି ରାଜ୍ୟସଭାରେ ଟିଏମ୍‌ସି ୪୬% ମହିଳା ସଦସ୍ୟଙ୍କୁ ମନୋନୀତ କରିଛି । ଟିଏମ୍‌ସି କେବେ ବି ମହିଳା ସଂରକ୍ଷଣକୁ ବିରୋଧ କରି ନାହିଁ କି ବିରୋଧ କରିବାର ପ୍ରଶ୍ନ ଉଠିନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ସେ ଦୃଢ ବିରୋଧ କରିଛନ୍ତି । ମାତ୍ର ମୋଦି ସରକାର ମହିଳାଙ୍କୁ ଢାଲ ଭାବରେ ବ୍ରବହାର କରି ନିଜ ସ୍ୱାର୍ଥ ସାଧନ ପାଇଁ ଯେଉଁ ଷଡଯନ୍ତ୍ର କରୁଥିଲେ, ତାହା ଭଣ୍ଡୁର ହୋଇଛି । ବାବାସାହେବ ଆମ୍ବେଦକରଙ୍କ ସମ୍ବିଧାନରେ ପରିବର୍ତ୍ତନ, ଦେଶର ବିଭାଜନ ଏବଂ ଅନ୍ୟ ରାଜ୍ୟଗୁଡ଼ିକୁ ଖର୍ଚ୍ଚ କରି ବିଜେପି ଶାସିତ ରାଜ୍ୟଗୁଡ଼ିକୁ ଅଧିକ ପ୍ରତିନିଧିତ୍ୱ ଦେବା ପାଇଁ ରାଜନୈତିକ ସୀମାର ହେରଫେରକୁ ଆମେ ଦୃଢ଼ ବିରୋଧ କରୁଛୁ। ଏହା ସଂଘୀୟ ଗଣତନ୍ତ୍ର ଉପରେ ଆକ୍ରମଣ, ଏବଂ ଆମେ ଚୁପ୍ ରହିବୁ ନାହିଁ ବୋଲି ମମତା କହିଛନ୍ତି ।
ତେବେ, ସଂସଦରେ ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇବା ପରେ ଏବେ ବିଜେପି ବିରୋଧୀଙ୍କୁ ନିଶାନା କରୁଥିବାବେଳେ ବିରୋଧୀ ମଧ୍ୟ ବିଜେପିକୁ କଡା ଜବାବ ଦେଉଛନ୍ତି । ନବୀନ ପଟ୍ଟନାୟକ ମଧ୍ୟ ଏହାକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ।

mamata banarjee PmnarednraModi womenreservationbill
Share. Facebook Twitter LinkedIn Email WhatsApp Copy Link

Related Posts

ସିଜେପି ପ୍ରତିବାଦରେ ଯୋଗଦେଲେ ନାସିରୁଦ୍ଦିନ ଶାହ?: ଜାଣନ୍ତୁ ସତ୍ୟତା

July 21, 2026

CJPର ସଂସଦ ପଦଯାତ୍ରା ପରେ ପ୍ରଧାନମନ୍ତ୍ରୀଙ୍କର ଆସିଲା ପ୍ରଥମ ପ୍ରତିକ୍ରିୟା

July 21, 2026

ସୁନା କିଣିବାକୁ ଯୋଜନା କରୁଛନ୍ତି କି?: ଜାଣନ୍ତୁ ଆଜିର ମୂଲ୍ୟ

July 21, 2026

ଏବେ ଦିଲ୍ଲୀ ନିକଟରେ ପହଞ୍ଚିଲେ ଚାଷୀ: ବନ୍ଦ ହେଲା ଶମ୍ଭୁ ସୀମା, ହାଇ ଆଲର୍ଟ ଜାରି

July 21, 2026
Latest News

ସିଜେପି ପ୍ରତିବାଦରେ ଯୋଗଦେଲେ ନାସିରୁଦ୍ଦିନ ଶାହ?: ଜାଣନ୍ତୁ ସତ୍ୟତା

July 21, 2026

CJPର ସଂସଦ ପଦଯାତ୍ରା ପରେ ପ୍ରଧାନମନ୍ତ୍ରୀଙ୍କର ଆସିଲା ପ୍ରଥମ ପ୍ରତିକ୍ରିୟା

July 21, 2026

ସୁନା କିଣିବାକୁ ଯୋଜନା କରୁଛନ୍ତି କି?: ଜାଣନ୍ତୁ ଆଜିର ମୂଲ୍ୟ

July 21, 2026

ଏବେ ଦିଲ୍ଲୀ ନିକଟରେ ପହଞ୍ଚିଲେ ଚାଷୀ: ବନ୍ଦ ହେଲା ଶମ୍ଭୁ ସୀମା, ହାଇ ଆଲର୍ଟ ଜାରି

July 21, 2026

ଶାମି ଏବଂ ସିରାଜଙ୍କ ସମର୍ଥନରେ ଆସିଲେ ଏହି ଅଭିଜ୍ଞ କ୍ରିକେଟର: ଗମ୍ଭୀର କଲେ ସମାଲୋଚନା

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.