ତେହେରାନ୍: ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନାକୁ ଇରାନ୍ ପ୍ରତ୍ୟାଖାନ କରିଛି । ଇସଲାମବାଦରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନାରେ ଭାଗ ନେବ ନାହିଁ ବୋଲି ଇରାନ୍ କହିଛି । ତେବେ ଏହି ଶାନ୍ତି ଆଲୋଚନା ନ ହେବା ପଛରେ ଆମେରିକାକୁ ଦାୟୀ କରିଛି ଇରାନ୍ । ଦୁଇ ଦେଶ ମଧ୍ୟରେ କୂଟନୈତିକ କଥାବାର୍ତ୍ତା ଆଦୌ ସମ୍ଭବ ନୁହେଁ ବୋଲି ଇରାନ୍ କହିଛି ।
ଆମେରିକାର ଅବାଞ୍ଝିତ ଓ ଅବାସ୍ତବ ଦାବିକୁ ଦାୟୀ କରିଛି ଇରାନ୍ ।
ଆମେରିକା ନୌସେନା ମୂତୟନ କରିବା ଅସ୍ତ୍ରବିରତି ନିୟମକୁ ଉଲ୍ଲଂଘନ କରୁଛି ବୋଲି ଇରାନ୍ ଦାବି କରିଛି । ଆମେରିକା ଇରାନ୍ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି ବୋଲି ଇରାନ୍ ଦାବି କରିଛି ।
ଆଜି ଇରାନ୍-ଆମେରିକା ମଧ୍ୟରେ ହୋଇଥିବା ୧୦ ଦିନିଆ ଯୁଦ୍ଧବିରତି ଖାଲି ସରୁଛି ।
ସୂଚନାଯୋଗ୍ୟ, ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଶାନ୍ତି ଆଲୋଚନା କରିବାକୁ ପ୍ରସ୍ତୁତ ଥିବାବେଳେ ହର୍ମୁଜ୍ ଉପରେ ଆକ୍ରମଣ କରୁଛନ୍ତି । ଆମେରିକାର ଦାବି ଓ ବୟାନବାଜି ପରେ ଇରାନ୍ ପୁଣି ଥରେ ହର୍ମୁଜ୍କୁ ଅବରୋଧ କରିଛି । ଅପରପକ୍ଷେ ଇରାନ୍ ଜାହାଜକୁ ଆମେରିକାକୁ ଜବତ କରିଛି । ଏପରିସ୍ଥିତିରେ ଇସାଲାମାବାଦରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନାର ସ୍ଥିତି ଉପୁଜିଥିବା ପରି ମନେହେଉନାହିଁ ।


