ନୂଆଦିଲ୍ଲୀ: ହର୍ମୁଜ ଅବରୋଧ ଓ ଇରାନ ଆମେରିକା ସହିତ ଦ୍ୱିତୀୟ ପର୍ୟ୍ୟାୟ ଆଲୋଚନାକୁ ପ୍ରତ୍ୟାଖ୍ୟାନ କରିବା ଫଳରେ ଏହାର ସିଧା ପ୍ରଭାବ ଅଶୋଧିତ ତୈଳ ଉପରେ ପଡିଛି। ପୁଣି ଥରେ ବଢିଲା ଅଶୋଧିତ ତୈଳ ଦରର ଅଶୋଧିତ ତୈଳ ଦର ପ୍ରାୟ ୭ ପ୍ରତିଶତ ବୃଦ୍ଧି ପାଇଛି। ବ୍ୟାରେଲ ପିଛା ୯୦.୩୩ ଡଲାରରୁ ୯୬.୮୮ ଡଲାରକୁ ବୃଦ୍ଧି ହୋଇଛି।
ବିଶ୍ୱରେ ଅନିଶ୍ଚିତତା ସତ୍ତ୍ୱେ, ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସ୍ଥିର ରହିଛି। ଆଗାମୀ ଦିନରେ ଅନେକ ରାଜ୍ୟରେ ନିର୍ବାଚନ ହେବାର କାର୍ୟ୍ୟକ୍ରମ ରହିଛି। ତେଣୁ, ସରକାର ଜନସାଧାରଣଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ମୂଲ୍ୟ ବୃଦ୍ଧି କରିବାରୁ ବିରତ ରହୁଛନ୍ତି। ତଥାପି, ଅନେକ ଘରୋଇ କମ୍ପାନୀ ପୂର୍ବରୁ ତୈଳ ମୂଲ୍ୟ ବୃଦ୍ଧି କରିସାରିଛନ୍ତି।


