ଭଦ୍ରକ: ପାଣିଛତ୍ର କେନାଲରୁ ମୁମୁର୍ଷ ଅବସ୍ଥାରେ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି। ଛାତ୍ର ଜଣକ ଯୁକ୍ତ ଦୁଇରେ ପଢୁଥିବା ରାଜୀବ ପାଣି ବୋଲି ସୂଚନା ରହିଛି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ତେବେ ଛାତ୍ରଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ମାନ ରହିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, କିଛି ସାଙ୍ଗମାନେ ଛାତ୍ରଙ୍କୁ ଡାକି ନେଇ ତାଙ୍କୁ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି। ଏହି ଅଭିଯୋଗ ପରେ ପୋଲିସ ଘଟଣାକୁ ଗୁରୁତ୍ୱ ଦେଇ ତଦନ୍ତ ଆରମ୍ଭ କରିଛି। କିଏ ଏହି ଘଟଣାରେ ଜଡିତ ଅଛନ୍ତି, ଏନେଇ ତଦନ୍ତ ଆରମ୍ଭ ହୋଇଛି।


