ମୁର୍ଶିଦାବାଦ: ଆଜି ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଅନୁଷ୍ଠିତ ହେଉଛି। ଆଜି 152ଟି ଆସନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେଉଛି। ଏହି ସମୟରେ ମୁର୍ଶିଦାବାଦରେ ମତଦାନ ସମୟରେ ଭୟଙ୍କର ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ତୃଣମୂଳ କଂଗ୍ରେସ ଦଳ ଛାଡିଥିବା ହୁମାୟୁନ କବୀର ଏବଂ ଟିଏମସି କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିବାର ସୂଚନା ରହିଛି । ସେଠାରେ ନିୟୋଜିତ ସୁରକ୍ଷା କର୍ମୀଙ୍କୁ ମଧ୍ୟ ଦୁର୍ବ୍ୟବହାର କରାଯାଇଥିଲା।


